• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Robot Elephant
କେରଳରେ ଅବିକଳ ଦନ୍ତା ଭଳି ରୋବଟ ହାତୀ, ହଲାଉଛି କାନ-ଲାଞ୍ଜ-ଶୁଣ୍ଢ

ଆକାରରେ ବି ବିଶାଳ, ଭାବଭଙ୍ଗୀରେ ବି ଅବିକଳ ଦନ୍ତା । ରୋବୋଟିକ ହାତୀ କାନ ହଲାଉଛି, ଶୁଣ୍ଢ ବି ଟେକୁଛି ।

Stray Dog
ହସ୍ପିଟାଲରେ ପଶି ମା’ କୋଳରୁ ମାସକର ଛୁଆକୁ ନେଇଗଲା ବୁଲା କୁକୁର

ଦୁଇଟି ବୁଲା କୁକୁର ମେଡିକାଲ ଭିତରେ ପଶିଲେ ଆଉ ସେଥିରୁ ଗୋଟିଏ କୁକୁର ମାସକର ଛୁଆକୁ ଦାନ୍ତରେ କାମୁଡ଼ି ନେଇ ବାହାରକୁ ଚାଲିଗଲା । ଏହି ପୁରା ଘଟଣା ମେଡିକାଲରେ ଲାଗିଥିବା ବିଭିନ୍ନ ସିସିଟିଭିରେ କଏଦ ହୋଇଛି ।

Viral Video
Viral Video: ଗାଡ଼ିରେ VIP ନମ୍ବର ! ଧନୀ ବୋଲି ଜଣାପଡ଼ୁଛନ୍ତି, ହେଲେ କରୁଛନ୍ତି ଚୋରି...

ଗୋଟିଏ କି ଯୋଡ଼ିଏ ନୁହେଁ ୧୦ରୁ ଅଧିକ ଫୁଲ୍ କୁଣ୍ଡ ସେମାନେ ନିଜ ଗାଡ଼ିରେ ଭର୍ତ୍ତି କଲେ । ଗାଡ଼ିର ନମ୍ବର ପ୍ଲେଟ୍‌ରୁ ଜଣାପଡ଼ୁଛି ଏହା କୌଣସି ଜଣେ VIP ଲୋକଙ୍କ ଗାଡ଼ି ।

Elon Musk and Goutam Adani
ପୁଣି ଥରେ ଧନୀ ତାଲିକାର ଶୀର୍ଷକୁ ଗଲେ ଏଲନ; ୩୮ ନମ୍ବର ସ୍ଥାନକୁ ଖସିଲେ ଆଦାନୀ

ଏଲନଙ୍କ ବ୍ୟବସାୟ ବଢ଼ିଚାଲିଥିବା ବେଳେ ଗୌତମଙ୍କ ବ୍ୟବସାୟ ଲଗାତର କ୍ଷତି ସହୁଛି । ନିକଟରେ ବ୍ଲୁମବର୍ଗର ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିବା କୁହାଯାଇଛି ।

Gold Price Today
Gold Price Today 28th Feb 2023: ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ କେତେ ଅଛି ରେଟ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି। ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୧୨୦ ଟଙ୍କା ହୋଇଛି।

wife killed husband with lover
ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟାକଲା ସ୍ତ୍ରୀ; ନଦୀକୂଳରେ ଫିଙ୍ଗିଦେଇ ବୁଲିଲା ବଜାର

ମହିଳା ଜଣକ ଅନ୍ୟ ଜଣେ ପୁରୁଷଙ୍କୁ ପ୍ରେମ କରୁଥିଲେ । ଆଉ ସେହି ପ୍ରେମ ପାଇଁ ସ୍ୱାମୀଙ୍କୁ ହତ୍ୟା କରିଥିଲେ । ସ୍ୱାମୀଙ୍କୁ ମାରିବା ପରେ ନଦୀକୂଳରେ ଫିଙ୍ଗିଦେଇ ପ୍ରେମିକ ସହ ଅନ୍ୟତ୍ର ଚାଲିଯାଇଥିଲା । ମହିଳା ଜଣକ ନିଜ ଭାଣିଜୀର ବାହାଘରରେ ଯୋଗଦେବାକୁ ୧୦ ଫେବ୍ରୁଆରୀରେ ତାଙ୍କ ଘରେ ପହଞ୍ଚିଥିଲେ ।

Manish SIsodia
ସିସୋଦିଆଙ୍କ ଗିରଫ ପରେ ଗର୍ଜୁଛି ଆପ୍

ଗିରଫ ପରେ ଗତକାଲି ସିସୋଦିଆ ସିବିଆଇ ମୁଖ୍ୟାଳୟରେ ରାତି କଟାଇଥିବା ବେଳେ ଆଜି ସ୍ଥାନୀୟ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା ସିବିଆଇ । ତାଙ୍କୁ ଅଧିକ ଜେରା ପାଇଁ ୫ ଦିନ ରିମାଣ୍ଡରେ ନେବାକୁ ସିବିଆଇ କରିଥିବା ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ ।

Telangana Student Dies
ପ୍ରାଇଭେଟ୍‌ ଫଟୋ ଭାଇରାଲ କଲା ପୁରୁଷ ବନ୍ଧୁ; ଜୀବନ ହାରିଲେ ମେଡିକାଲ ଛାତ୍ରୀ

ୱାରଙ୍ଗାଲର ଯୁବକ ଜଣକ ଇଞ୍ଜିନିୟରିଂ ପଢ଼ୁଥିବା ବେଳେ ତାଙ୍କର କିଛି ପ୍ରାଇଭେଟ୍ ଫଟୋ ଭାଇରାଲ କରିଥିଲେ । ଫଳରେ ଯୁବତୀ ଜଣକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ କହିଛି ।

Loan
୧୦ କୋଟି ଋଣ ଦେବେ କହି ସ୍କୁଲରୁ ଠକି ନେଲେ ୩୦ ଲକ୍ଷ !

ମଲ୍ଲିକାର୍ଜୁନ୍‌ ଏବଂ କାର୍ତ୍ତିକ ମାତ୍ର ୪୫ ଦିନ ଭିତରେ ସ୍କୁଲ ପାଇଁ ୧୦ କୋଟି ଟଙ୍କା ଲୋନ୍‌ କରାଇଦେବେ ବୋଲି ସ୍କୁଲ ମ୍ୟାନେଜ୍‌ମେଣ୍ଟକୁ ପ୍ରତିଶ୍ରୁତି ଦେଲେ ।

Digital Marketing
ଡିଜିଟାଲ ସେକ୍ଟରରେ ବଡ଼ ସୁଯୋଗ; ବାହାରିବ ୨ କୋଟିରୁ ଊର୍ଦ୍ଧ୍ୱ ଚାକିରି ବିଜ୍ଞପ୍ତି

ଇଣ୍ଟରନେଟର ବ୍ୟବହାର ଦିନକୁ ଦିନ ବୃଦ୍ଧି ହେତୁ ବଡ଼ ବଡ଼ ବ୍ୟବସାୟୀ ବା ଶିଳ୍ପପତି ମାନେ ସେମାନଙ୍କ ଉତ୍ପାଦ ଏବଂ ସମସ୍ତ ସେବା ଅନଲାଇନରେ ମାଧ୍ୟମରେ କରୁଛନ୍ତି । ଫଳରେ ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ ଡିଜିଟାଲ ମାର୍କେଟିଂ ବଢ଼ିବାରେ ଲାଗିଛି ।

Pension
ବଡ଼ ଖବର ! ଉଚ୍ଚ ପେନ୍‌ସନ୍‌ ପାଇଁ ଆବେଦନ ଅବଧି ବଢ଼ିଲା, ଜାଣନ୍ତୁ କେତେ ?

ଉଚ୍ଚ ପେନ୍‌ସନ୍‌ ପାଇବାକୁ ହେଲେ ଉଭୟ ଏମ୍ପ୍ଲୟର ଏବଂ ଏମ୍ପ୍ଲଇ ମିଳିତ ଭାବେ ଆବେଦନ କରିବାକୁ ହେବ ।

Hyderabad man
ତ୍ରିକୋଣୀୟ ପ୍ରେମର ଭୟଙ୍କର ପରିଣତି; ସାଙ୍ଗର ମୁଣ୍ଡ କାଟି ପ୍ରେମିକାକୁ ପଠାଇଲା ଫଟୋ

ଯୁବତୀଙ୍କ ସହିତ ବ୍ରେକ୍‌ଅପ୍ କରିବା ପରେ ମଧ୍ୟ ନବୀନ ତାଙ୍କ ସହ ଯୋଗାଯୋଗରେ ରହିବାକୁ ଚେଷ୍ଟା କରୁଥିଲେ । ଯୁବତୀଙ୍କୁ ନବୀନ ହ୍ୱାଟସଆପ୍‌ ମେସେଜ କରିଥିଲେ । ଯାହା କୃଷ୍ଣଙ୍କୁ ଖରାପ ଲାଗିଥିଲା । ପରେ ଫେବ୍ରୁଆରୀ ୧୭ତାରିଖରେ ଏହି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

The poor have to pay more taxes than the rich
ଗରିବ ଲୋକଙ୍କୁ ଧନୀମାନଙ୍କ ତୁଳନାରେ ଅଧିକ ଟିକସ ଦେବାକୁ ପଡୁଛି

ଦେଶର ୨୧ଜଣ ଧନ କୁବେରଙ୍କ ପାଖରେ ଯେତିକି ସମ୍ପତ୍ତି ରହିଛି, ତାହା ୭୦ କୋଟି ଗରିବ ଭାରତୀୟଙ୍କ ସମ୍ପତ୍ତି ସହ ସମାନ। ସାଧାରଣ ଲୋକେ ଯିଏ ଦୈନନ୍ଦିନର ଗୁଜୁରାଣ ମେଣ୍ଟାଇବାରେ ଅକ୍ଷମ, ସେମାନଙ୍କଠାରୁ ଆଦାୟ ହେଉଥିବା ଟିକସର ପରିମାଣ ୬୪ ପ୍ରତିଶତ।

  • Monday, 27 February 2023
Acid attacks on rise nationwide
ସଚେତନ ପରେ ବି ଥମୁନି ଏସିଡ୍‌ ଆଟାକ୍‌, ସାମ୍ନାକୁ ଆସିଲା NCRB ରିପୋର୍ଟରେ ଚମକାଇ ଦେଲା ଭଳି ତଥ୍ୟ

ଯେତେ ସଚେତନ ହେବା ପରେ ବି ଦେଶରେ ଥମିବାର ନାଁ ନେଉନି ଏସିଡ୍  ଆକ୍ରମଣ ଘଟଣା। NCRB ରିପୋର୍ଟରେ ଚମକାଇ ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି।

Man kills wife and 2 kids in Delhi
କରଜ ଶୁଝି ନପାରି ସ୍ତ୍ରୀ ଓ ୨ ପୁଅଙ୍କୁ ମାରିଦେଲେ, ନିଜେ ମରିବାକୁ ଚେଷ୍ଟା କରି ବଞ୍ଚିଗଲେ...

ଧାରକରଜ ବଢୁଥିଲା, ଏପଟେ କୋଭିଡ୍ ପରେ ରୋଜଗାର ବି କମି କମି ଚାଲିଥିଲା। କରଜ ଶୁଝି ନପାରି ସ୍ତ୍ରୀ ଓ ୨ ପୁଅଙ୍କୁ ଜଣେ ବ୍ୟକ୍ତି ମାରିଦେଲେ।

Voting begins for Nagaland and Meghalaya Assembly Elections
ମେଘାଳୟ, ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ

ମେଘାଳୟ ଏବଂ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହା ଚାଲିବ।

Manish Sisodia arrested
ଦିଲ୍ଲୀ ମଦ ନୀତି ଘୋଟାଲା ମାମଲା; ଗିରଫ ହେଲେ ମନୀଷ ସିସୋଦିଆ

ଫେବୃଆରୀ ୧୯ ତାରିଖରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ୍ କରିଥିଲା ସିବିଆଇ । କିନ୍ତୁ ସିସୋଦିଆ ହାଜର ହେବାକୁ ଏକ ସପ୍ତାହ ଅଧିକ ସମୟ ମାଗିଥିଲେ । ଆଜି ସିବିଆଇ ଅଫିସରେ ହାଜର ପରେ ସିସୋଦିଆଙ୍କୁ ଜେରା କରିଥିଲା ସିବିଆଇ। ଜେରା କରିବା ପରେ ତାଙ୍କୁ ସିବିଆଇ ଗିରଫ କରିଥିବା ସୂଚନା ମିଳିଛି ।

pm kisan yojana
କୃଷକଙ୍କ ପାଇଁ ଖୁସିର ଖବର; ଖୁବ୍‌ଶୀଘ୍ର ମିଳିବ PM କିଷାନ ଟଙ୍କା !

ପୂର୍ବରୁ ଚାଷୀ ମାନଙ୍କୁ ଏହି ଯୋଜନାରେ ୧୨ଟି କିସ୍ତି ମିଳିସାରିଛି । ଯାହାକି ବର୍ତ୍ତମାନ କୃଷକ ମାନେ ୧୩ତମ କିସ୍ତି ପାଇବାକୁ ଯାଉଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଚାଷୀ ମାନଙ୍କୁ ପିଏମ୍‌ କିଷାନ ଯୋଜନାରେ ୧୩ତମ କିସ୍ତି ମିଳିବ । ଯାହାକୁ ନେଇ କେନ୍ଦ୍ର ସରକାର ବିଚାରବିମର୍ଶ ଚଳାଇଛନ୍ତି ।

Sonia Gandhi May Quitting Politics
ରାଜନୀତିରୁ ସନ୍ନ୍ୟାସ ନେଇପାରନ୍ତି ସୋନିଆ ଗାନ୍ଧି, ଦେଲେ ଏମିତି ସଙ୍କେତ...

ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇପାରନ୍ତି ସୋନିଆ ଗାନ୍ଧି। ରାୟପୁରରେ ଚାଲିଥିବା କଂଗ୍ରେସର ପ୍ଲାନେରି ସେସନ୍‌ରେ ସେ ଏ ସଂପର୍କରେ ସଙ୍କେତ ଦେଇଛନ୍ତି।

Union Minister's Convoy Attacked With Stones
କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରକୁ ପଥର ମାଡ଼, ଲୁହ ବୁହା ଗ୍ୟାସ୍‌ ଛାଡ଼ିଲା ପୋଲିସ୍‌

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିସିଥ୍‌ ପ୍ରମାଣିକଙ୍କ କନଭଏ ଉପରକୁ ପଥରମାଡ଼ ହୋଇଥିବା ସୂଚନା ମିଳିଛି। ଏହା ପଛରେ ଟିଏମ୍‌ସି ସମର୍ଥକଙ୍କ ହାତ ଥିବା କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି।

16-year-old Pakistani teen crosses enter india without visa to marry lover
ବୟଫ୍ରେଣ୍ଡ୍‌ କେ ଲିଏ କୁଛ୍‌ ଭି କରେଗା ! ଗହଣା ବିକି ବିନା ଭିସାରେ ଭାରତ ଆସିଲେ ପାକିସ୍ତାନ ଯୁବତୀ

ଦିନେ ଲାଜ କରୁଥିବା ଝିଅ ସାତଦରିଆ ପାର୍‌ ହୋଇ ପ୍ରେମିକକୁ ବାହା ହେବା ପାଇଁ ପାକିସ୍ତାନରୁ ଭାରତ ଚାଲି ଆସିଥିଲା। ପାଖରେ ଭିସା ନଥିବାରୁ ଗହଣା ବିକି ଟଙ୍କା ଯୋଗାଡ଼ କରି ପ୍ରଥମେ ଦୁବାଇ ପରେ କାଠମାଣ୍ଡୁ ଦେଇ ଶେଷରେ ଭାରତରେ ପହଞ୍ଚିଥିଲେ ନାବାଳିକା।

  • Saturday, 25 February 2023
EPFO
EPFOର ନୂଆ ଗାଇଡ୍‌ଲାଇନ୍‌, ଅଧିକ ପେନ୍‌ସନ୍‌ ପାଇବାକୁ କେଉଁମାନେ ଯୋଗ୍ୟ ?

ପେନ୍‌ସନ୍‌ ସ୍କିମ୍‌କୁ ନେଇ ୨୦୧୪ରେ ଯେଉଁ ନୂଆ ନିୟମ ଘୋଷଣା କରାଯାଇଥିଲା, ତାକୁ ରଦ୍ଦ କରିଥିଲେ ସୁପ୍ରିମ୍‌କୋର୍ଟ ।

This state government announced 6 percent hike in DA for employees
7th Pay Commission: ଏହି ରାଜ୍ୟ ସରକାର ବଢ଼େଇଲେ କର୍ମଚାରୀଙ୍କ ଦରମା

ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଧାରୀଙ୍କ ପାଇଁ ଖୁସି ଖବର। ପଶ୍ଚିମବଙ୍ଗ ସରକାର ମହଙ୍ଗା ଭତ୍ତା(DA) ଓ ମହଙ୍ଗା ରିଲିଫ୍(DR) ବୃଦ୍ଧି କରିଛନ୍ତି।

gold necklace
Gold Price Today 25th Feb 2023: କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି। ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୧୮୦ ଟଙ୍କା ହୋଇଛି।

menstrual
ମାସିକ ଋତୁସ୍ରାବ ସମୟରେ ମିଳିବ କି ଛୁଟି ? ଏମିତି କହିଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ଏହି ମାମଲାର ବିଚାର କରିବାକୁ ମନା କରିଦେଇଛନ୍ତି କିନ୍ତୁ ଏହା ପଲିସି ମ୍ୟାଟର ହୋଇଥିବାରୁ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗରେ ଆବେଦନ କରିବାକୁ ପରାମର୍ଶ ଦେବା ସହିତ ଆଗତ ମାମଲାକୁ ଖାରଜ କରିଦେଇଛନ୍ତି