Advertisment

India Won By 44 Runs: ଭାରତର ଦମ୍‌ଦାର ବିଜୟ, ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ଭେଟିବ

ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୫ଟି ୱିକେଟ୍‌ ନେଇଥିବା ବେଳେ କୁଲ୍‌ଦୀପ ୨ଟି, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଓ ହାର୍ଦ୍ଦିକ୍‌ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

New Zealand vs India

ଚାମ୍ପିୟନ୍ସ ଟ୍ରଫିରେ ଆଜି ଭାରତର ଦମ୍‌ଦାର ବିଜୟ ହୋଇଛି। ନ୍ୟୁଜିଲାଣ୍ଡକୁ ୪୪ ରନ୍‌ରେ ପରାସ୍ତ କରିଛି ଭାରତ। ଆଗାମୀ ୪ ତାରିଖରେ ଦୁବାଇରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ଆଜିର ବିଜୟରେ ବରୁଣ ଚକ୍ରବର୍ତ୍ତୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସିଏ ଅଧା ନ୍ୟୁଜିଲାଣ୍ଡ ଟିମ୍‌କୁ ପ୍ୟାଭିଲିୟନ୍‌ ପଠାଇଛନ୍ତି। ଏଥିସହ ସେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

Advertisment

ନ୍ୟୁଜିଲାଣ୍ଡ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ୨୪୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ୨୫୦ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ନ୍ୟୁଜିଲାଣ୍ଡ ଟିମ୍‌। ଓପ୍‌ନିଂ କରିବାକୁ ଆସିଥିଲେ ରଚିନ୍‌ ରବୀନ୍ଦ୍ର ଓ ୱିଲ୍‌ ୟଙ୍ଗ। ଉଭୟ ବଡ଼ ଶର୍ଟ ଖେଳିବାକୁ ଆରମ୍ଭ କରିଥିଲେ। ହେଲେ ଦ୍ୱିତୀୟ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ଅକ୍ଷର ପଟେଲ୍‌ଙ୍କ ହାତରେ କ୍ୟାଚ ଆଉଟ୍‌ ହୋଇଥିଲେ ରଚିନ।

ତା’ପରେ ବ୍ୟାଟିଂ କରିବାକୁ ଆସିଥିଲେ କେନ୍‌ ୱିଲ୍‌ୟମ୍‌ସନ୍‌। ସେ ୱିଲ୍‌ ୟଙ୍ଗଙ୍କ ସହ ମିଶି କିଛି ସମୟ ପାଇଁ ପାଳି ସମ୍ଭାଳି ଥିଲେ। ତେବେ ବ୍ୟକ୍ତିଗତ ଭାବେ ୨୨ ରନ୍‌ କରିଥିବା ବେଳେ ବରୁଣ ଚକ୍ରବର୍ତ୍ତୀଙ୍କ ବଲ୍‌ରେ ବୋଲ୍‌ଡ ହୋଇଥିଲେ ୱିଲ୍‌ ୟଙ୍ଗ। ପରେ ବ୍ୟାଟିଂ କରିବାକୁ ଆସିଥିଲେ ଡାରିୟଲ୍‌ ମିଚେଲ୍‌। ସେ ମଧ୍ୟ ବେଶୀ ସମୟ କ୍ରିଜ୍‌ରେ ଛିଡ଼ା ହୋଇପାରିନଥିଲେ। ତାଙ୍କୁ କୁଲ୍‌ଦୀପ୍‌ ଯାଦବ LBW କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ସୁରକ୍ଷାରେ ବଡ ତ୍ରୁଟି, ଫିଲ୍ଡ ମଧ୍ୟକୁ ପଶି ଆସିଲେ ଦର୍ଶକ

ଗୋଟିଏ ପାର୍ଶ୍ୱରେ କେନ୍‌ ୱିଲ୍‌ୟମ୍‌ସ ଧୈର୍ଯ୍ୟପୂର୍ଣ୍ଣ ଭାବେ ବ୍ୟାଟିଂ କରୁଥିବା ବେଳେ ଭାରତୀୟ ସ୍ପିନରଙ୍କୁ ସାମ୍ନା କରିନପାରି ଜଣେ ପରେ ଜଣେ ଆଉଟ୍‌ ହୋଇ ପ୍ୟାଭିଲେନ୍‌ ଫେରିଯାଉଥିଲେ। ଟମ୍‌ ଲାଥମ ୧୪, ଗ୍ଲେନ୍‌ ଫିଲିପ୍ସ ୧୨, ମାଇକେଲ୍‌ ବ୍ରେସ୍‌ୱେଲ୍‌ ୨, ମେଟ୍‌ ହେନ୍‌ରୀ ୨ ରନ୍‌ କରି ଆଉଟ୍‌ ହୋଇଥିଲେ। ଶେଷରେ ବଡ଼ ଶର୍ଟ ଖେଳିବାକୁ ଯାଇ କେନ୍‌ ୱିଲ୍‌ୟମ୍‌ସନ ଷ୍ଟମ୍ପିଂ ହୋଇଥିଲେ। ଅକ୍ଷର ପଟେଲଙ୍କ ବଲରେ ସେ ଷ୍ଟମ୍ପ ଆଉଟ୍‌ ହୋଇଥିଲେ।

ତା’ପରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ମିଚେଲ୍‌ ସାଣ୍ଟନର ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ବ୍ୟକ୍ତିଗତ ଭାବେ ୨୮ ରନ୍‌ କରିଥିବା ବେଳେ ବରୁଣ ଚକ୍ରବର୍ତ୍ତୀଙ୍କ ବଲ୍‌ରେ ବୋଲଡ୍‌ ହୋଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା William ORourke ଆଉଟ୍‌ ହୋଇଥିବା କାୟଲ୍‌ ଜେମିସନ୍‌ ୯ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି। ୨୦୫ ରନ୍‌ରେ ନ୍ୟୁଜିଲାଣ୍ଡ ଅଲ୍‌ଆଉଟ୍‌ ହୋଇଯାଇଛି। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୫ଟି ୱିକେଟ୍‌ ନେଇଥିବା ବେଳେ କୁଲ୍‌ଦୀପ ୨ଟି, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଓ ହାର୍ଦ୍ଦିକ୍‌ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

ICC BCCI Cricket
Advertisment
Advertisment