/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686071550.jpg)
Mamata Banerjee
ବାଲେଶ୍ୱର ବାହାନଗା ଟ୍ରେନ୍ ଟ୍ରାଜେଡିକୁ ନେଇ ଲୋକଙ୍କ ଆଖିରୁ ଲୁହ ସୁଖିନଥିବା ବେଳେ ମମତା ଆରମ୍ଭ କରିଛନ୍ତି ରାଜନୀତି । ମମତାଙ୍କ କାର୍ଯ୍ୟକଳାପକୁ ନେଇ ଦେଖାଦେଇଛି ବିବାଦ । ଜୁନ୍ ଦୁଇ ତାରିଖ ସନ୍ଧ୍ୟାରେ ଟ୍ରେନ୍ ଦୁର୍ଘଟଣା ଘଟିଲା । ଆଉ ଜୁନ୍ ୬ ତାରିଖ ଭିତରେ ଦୁଇ ଦୁଇ ଥର ମମତା ଓଡ଼ିଶା ଆସି ଘଟଣାସ୍ଥଳ ପରିଦର୍ଶନ କରିସାରିଲେଣି । ଆପଣ ଭାବୁଥିବେ ସେ ଜଣେ ରାଜନେତା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଉ TMCର ହର୍ତ୍ତାକର୍ତ୍ତା । ସେ ଦୁର୍ଘଟଣାସ୍ଥଳ ବୁଲି ଆସିଲେ ଅସୁବିଧା କେଉଁଠି ! କାହିଁକି ତାଙ୍କୁ ବିବାଦ ଘେରକୁ ଟଣାଯାଉଛି ? ସେ ବାରମ୍ବାର ଓଡ଼ିଶା ଆସି ଲୋକଙ୍କ କଥା ବୁଝିଲେ ଅସୁବିଧା କ’ଣ ? ଏଭଳି ପ୍ରଶ୍ନ ଆପଣଙ୍କ ମନରେ ଆସିବା ସ୍ୱାଭାବିକ୍ । କାରଣ ସେ ଜଣେ ନେତା ।
ହେଲେ ସୋସିଆଲ ମିଡିଆରେ କିନ୍ତୁ ମମତାଙ୍କ ଗସ୍ତ ଓ ତାଙ୍କ କାର୍ଯ୍ୟକଳାପକୁ ନେଇ ଖୁବ୍ ସମାଲୋଚନା କରାଯାଉଛି । ଆଉ ଏହାରି ପଛରେ ସବୁଠାରୁ ବଡ଼ କାରଣ ହେଲା, ୨୦୦୦ ଟଙ୍କିଆ ନୋଟ । ମମତା ଆଜି ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସି ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କୁ ଭେଟିଥିଲେ । କଟକ SCB ମେଡିକାଲରେ ପହଞ୍ଚି ସେ ଆହତଙ୍କୁ ଭେଟିବା ସହ ଏଭଳି ସମ୍ବେଦନଶୀଳ ସ୍ଥିତିରେ ରାଜନୀତି ନକରି ସମସ୍ତେ ହାତ ମିଶାଇ ଆଗକୁ ବଢ଼ିବାକୁ ନିବେଦନ କରିଥିଲେ । ଆଉ ଏହାପରେ ସେ କୋଲକତାରେ ପୀଡ଼ିତଙ୍କ ପରିବାରକୁ ଭେଟି ୨ ଲକ୍ଷ ଟଙ୍କା ଲେଖାଏଁ ବାଣ୍ଟିଥିଲେ । ଆଉ ସେହି ୨ ଲକ୍ଷ ଟଙ୍କାରେ ଥିଲା ବିଡ଼ା ବିଡ଼ା ୨୦୦୦ ଟଙ୍କିଆ ନୋଟ । ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ ।
କାରଣ ୨୦୦୦ ଟଙ୍କିଆ ନୋଟ ଏବେ ଅଚଳ ହୋଇଯାଇଛି । କେନ୍ଦ୍ର ସରକାର ଏହାକୁ ଅଚଳ ଘୋଷଣା କରିଛନ୍ତି । ଆଉ ଆଗାମୀ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା, ଯାହା ପାଖରେ ଯେତେ ୨୦୦୦ ଟଙ୍କିଆ ନୋଟ ରହିଛି, ସେସବୁକୁ ବ୍ୟାଙ୍କ୍ରେ ବଦଳାଇବାକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି ।
ତେଣୁ ଏଭଳି ପରିସ୍ଥିତିରେ ମମତା ୨୦୦୦ ଟଙ୍କିଆ ନୋଟ ବାଣ୍ଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ଗୋଟିଏ ପଟେ ବଜାରରେ ଏହି ନୋଟ ରଖିବାକୁ ବ୍ୟବସାୟୀ ଅମଙ୍ଗ ହେଉଥିବା ବେଳେ ଯାହା ପାଖରେ ଅଧିକ ନୋଟ ରହିଛି ସବୁ ଖାଲି କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ମମତା କେଉଁ ଉଦେଶ୍ୟରେ ଏହି ନୋଟ ବାଣ୍ଟୁଛନ୍ତି । ତାଙ୍କ ପାଖରେ ରହିଛି କି ବିପୁଳ ପରିମାଣର ୨୦୦୦ ଟଙ୍କିଆ ନୋଟ । ଏଭଳି ୨୦୦୦ ଟଙ୍କିଆ ନୋଟ ବାଣ୍ଟି କଳାଧନକୁ ଧଳା କରିବାକୁ ଚେଷ୍ଟା କରୁଛନ୍ତି କ ମମତା ? ସୋସିଆଲ ମିଡିଆରେ ଏବେ ଏହାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । କେଉଁଠୁ ଏତେ ୨୦୦୦ ଟଙ୍କିଆ ଆଣିଲେ ମମତା । ବଜାରରେ କିମ୍ବା ବ୍ୟାଙ୍କରେ ଆଉ ଏହି ନୋଟ ଦେଖା ଯାଉନଥିବା ବେଳେ ମମତା କେଉଁଠି ଲୁଚାଇ ରଖିଥିଲେ ଏହି ନୋଟ । ଏହାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ।
ସୋସିଆଲ ମିଡିଆରେ ଅନେକ କହିଲେଣି, ମମତା କଳାଧନକୁ ଲୋକଙ୍କୁ ବାଣ୍ଟି ବାହା ବାହା ନେବାକୁ ଚେଷ୍ଟା କରୁଛନ୍ତି । ଏହି ୨୦୦୦ ଟଙ୍କିଆ ଆଗାମୀ ନିର୍ବାଚନରେ ବାଣ୍ଟିବାକୁ ସେ ସାଇତି ରଖିଥିଲେ । ହେଲେ ଦୁର୍ଭାଗ୍ୟବସତଃ କେନ୍ଦ୍ର ସରକାର ଏହାକୁ ଅଚଳ କରିଦେଲେ । ସେଥିପାଇଁ ବାଧ୍ୟ ହୋଇ ଏବେ ସେହି ଟଙ୍କା ବଜାରକୁ ଛାଡ଼ି ଦେଉଛନ୍ତି ମମତା ।
TMC is draining its black money, which was stored in the form of 2000rs notes, by distributing it to the families of the victims of the Odisha train tragedy.
Only parties like TMC can do this—using the deaths of innocents for their own gain! pic.twitter.com/vvT5C1xUJ2
— Hate Tracker (@HatetrackIN) June 6, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)