Advertisment

ମମତାଙ୍କ ବଡ଼ ଘୋଷଣା: ଟ୍ରେନ୍‌ ଟ୍ରାଜେଡିରେ ମୃତକଙ୍କ ପରିବାରର ଜଣକୁ ମିଳିବ ଚାକିରି

ଆଜି ଆହତଙ୍କ ଅବସ୍ଥା ବୁଝିବା ପାଇଁ କଟକ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀା ଓଡ଼ିଶାରେ ଚିକିତ୍ସିତ ହେଉଥିବା ନିଜ ରାଜ୍ୟର ଆହତଙ୍କ ସମ୍ପର୍କରେ ପଚାରି ବୁଝିବୋ

author-image
Chandan Shishu
West Bengal CM Mamata Banerjee announces jobs for kin of victim

West Bengal CM Mamata Banerjee announces jobs for kin of victim

ଆଜି କଟକ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗର ଯେଉଁ ଆହତ ଯାତ୍ରୀମାନେ ଏଠାରେ ଚିକିତ୍ସିତ ହେଉଛନ୍ତି, ସେମାନଙ୍କୁ ଦିଦି ଭେଟିବେ ଓ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ। ମମତା ବାନାର୍ଜୀଙ୍କ ସହିତ ଏକ ଟିମ୍ ବି ମଧ୍ୟ ଆସିବ। ସେହି ଟିମ୍ ଭୁବନେଶ୍ୱରକୁ ଯାଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଙ୍କ ଚିକିତ୍ସାର ଅନୁଧ୍ୟାନ କରିବ। 

Advertisment

ଏବେ ସମୟ ସତ ଜାଣିଇବାର ନା କି ସତକୁ ଚପାଇବାର। ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲାରେ ସିବିଆଇ ତଦନ୍ତକୁ ନେଇ ଗତକାଲି କିଛି ଏଭଳି ମନ୍ତବ୍ୟ ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀା ସିବିଆଇ ଅପରାଧିକ ମାମଲାରେ ତଦନ୍ତ କରେ କିନ୍ତୁ ଏହା ଏକ ଦୁର୍ଘଟଣାା ରେଲୱେ ସେଫ୍ଟି କମିଶନ ଏନେଇ ତଦନ୍ତ ପ୍ରଥମେ ଓ ଆଗ କରିବ। ଏବେ ସମୟ ଏସବୁର ନାହିଁ, କିପରି ଆହତଙ୍କୁ ଉତ୍ତମ ଚିକିତ୍ସା ମିଳିବ, ମୃତଦେହର ପରିଚୟ ଖୋଜା ଯିବ ସେ ନେଇ ପଶ୍ଚିମବଙ୍ଗ ସରକାର କାମ କରୁଛି ବୋଲି କହିଛନ୍ତି ମମତାା

ଆଜି ଆହତଙ୍କ ଅବସ୍ଥା ବୁଝିବା ପାଇଁ କଟକ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀା ଓଡ଼ିଶାରେ ଚିକିତ୍ସିତ ହେଉଥିବା ନିଜ ରାଜ୍ୟର ଆହତଙ୍କ ସମ୍ପର୍କରେ ପଚାରି ବୁଝିବୋ ମମତାଙ୍କ ସହ ଆଉ ଏକ ଟିମ୍ ବି ଆସିବ, ଭୁବନେଶ୍ୱର ଯାଇ ବିଭିନ୍ନ ମେଡିକାଲରେ ଥିବା ଆହତଙ୍କ ଅବସ୍ଥା ଏମାନେ ବୁଝିବୋ

Advertisment

ଆଜି ପଶ୍ଚିମବଙ୍ଗର ଯାତ୍ରୀଙ୍କ ମୃତଦେହ ହାୱାଡ଼ାରେ ପହଞ୍ଚିବା ପରେ ଖୋଦ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯାଇ ମୃତକଙ୍କ ଶେଷ ଦର୍ଶନ କରିଛନ୍ତିା ଶୋକସନ୍ତପ ପରିବାରକୁ ସାକ୍ଷାତ ବି କରିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହ ପରିବାରର ଜଣକୁ ହୋମଗାର୍ଡରେ ଚାକିରୀ ଦେବାକୁ ଘୋଷଣା କରିଛନ୍ତି ମମତା।

Train Accident Train Mishap
Advertisment
Advertisment