Advertisment

Live Video: ଚାହୁଁ ଚାହୁଁ ଆଖି ସାମ୍ନାରେ ଭୁଶୁଡ଼ିଗଲା ନିର୍ମାଣାଧୀନ ବ୍ରିଜ୍‌, ଗଙ୍ଗା ନଦୀ ଉପରେ ତିଆରି ହେଉଥିଲା...

ଚାହୁଁ ଚାହୁଁ ଆଖି ସାମ୍ନାରେ ଭୁଶୁଡ଼ିଗଲା ନିର୍ମାଣାଧୀନ ବ୍ରିଜ୍‌। ବିହାରର ଭାଗଲପୁରରେ ଗଙ୍ଗା ନଦୀ ଉପରେ ତିଆରି ହେଉଥିବା ଅଗୁୱାନି-ସୁଲ୍‌ତାନଗଞ୍ଜ ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିବା ବେଳେ ଏହାର ଲାଇଭ୍‌ ଚିତ୍ର କ୍ୟାମେରାରେ କଏଦ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Under Construction Bridge Collapsed In Bihar

Under Construction Bridge Collapsed In Bihar

ଚାହୁଁ ଚାହୁଁ ଆଖି ସାମ୍ନାରେ ଭୁଶୁଡ଼ିଗଲା ନିର୍ମାଣାଧୀନ ବ୍ରିଜ୍‌। ବିହାରର ଭାଗଲପୁରରେ ଗଙ୍ଗା ନଦୀ ଉପରେ ତିଆରି ହେଉଥିବା ଅଗୁୱାନି-ସୁଲ୍‌ତାନଗଞ୍ଜ ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିବା ବେଳେ ଏହାର ଲାଇଭ୍‌ ଚିତ୍ର କ୍ୟାମେରାରେ କଏଦ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା ନାହିଁ। ବିହାରର ସୁଲତାନଗଞ୍ଜ ଓ ଖାଗାରିଆ ଜିଲ୍ଲା ମଧ୍ୟରେ ସଂଯୋଗ କରିବାକୁ ଥିବା ଏହି ବ୍ରିଜ୍‌କୁ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶିଳାନ୍ୟାସ କରିଥିଲେ। 

Advertisment

ତେବେ ନିର୍ମାଣାଧୀନ ଅବସ୍ଥାରେ ଏଥରକୁ ମିଶାଇ ଦ୍ୱିତୀୟ ଥର ପାଇଁ ଏହି ବ୍ରିଜ୍‌ ଭୁଶୁଡ଼ି ପଡ଼ିଛି। ୪ ଲେନ୍ ବିଶିଷ୍ଟ ନିର୍ମାଣାଧୀନ ଏହି ବ୍ରିଜ୍‌ର ତଳ ଭାଗ ଭୁଶୁଡ଼ି ନଦୀରେ ପଡ଼ିଥିଲା। ବ୍ରିଜ୍‌ଟି ତାସ୍‌ ଘର ଭଳି ଭୁଶୁଡ଼ି ପଡୁଥିବା ବେଳେ ଏହାର ଦୃଶ୍ୟ କିଛି ସ୍ଥାନୀୟ ଲୋକେ କ୍ୟାମେରାରେ କଏଦ କରିଥିଲେ। ଅଘଟଣ ପରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଘଟଣାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂଚନାଥାଉ କି, ୧୭ ଶହ କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇ ଏହି ବ୍ରିଜ୍‌ର ନିର୍ମାଣ କାମ ଚାଲିଥିଲା। ଆରମ୍ଭରୁ ହିଁ ଏହାର ନିର୍ମାଣ କାମକୁ ନେଇ ପ୍ରଶ୍ନ ଉଠିଥିଲା। ଗତବର୍ଷ ଏପ୍ରିଲ ୨୭ରେ ଏହି ନିର୍ମାଣାଧୀନ ବ୍ରିଜ୍‌ର ସୁପର ଷ୍ଟ୍ରକ୍‌ଚର୍‌ ନଦୀକୁ ଭୁଶୁଡ଼ି ପଡ଼ିଥିଲା। ଏହାପରେ ପୁଣିଥରେ ନିର୍ମାଣ କାମ ଆରମ୍ଭ ହୋଇଥିଲା ଓ ଏଥର ୮୦% ସୁପର ଷ୍ଟ୍ରକ୍‌ଚର୍‌ କାମ ଶେଷ ହୋଇଯାଇଥିଲା। ଖାଲି ଏତିକି ନୁହେଁ ଆପ୍ରୋଚ ରୋଡ୍‌ କାମ ମଧ୍ୟ ୪୫% ଶେଷ ହୋଇଯାଇଥିଲା। ତେବେ ବ୍ରିଜ୍‌ ଭୁଶୁଡ଼ିବା ପରେ ଏହି ପ୍ରୋଜେକ୍ଟକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

Advertisment
Advertisment