/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685870289.jpg)
Railway Board
ସିଗନାଲ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ବାହାନଗା ଟ୍ରେନ୍ ଟ୍ରାଜେଡି ହୋଇଛି । ପ୍ରାଥମିକ ତଦନ୍ତ ପରେ ଏହା ଜଣାପଡ଼ିଥିବା ରେଳୱେ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବୋର୍ଡର ସଦସ୍ୟ ଜୟା ବର୍ମା ସିହ୍ନା କହିଛନ୍ତି ଯେ, ବର୍ତ୍ତମାନ ରେଳୱେ କମିଶନର ସେଫଟି କମିଶନରଙ୍କ ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ସେ ସ୍ପଷ୍ଟ କରିଛନ୍ତି ଯେ କେବଳ କରମଣ୍ଡଳ ଏକସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କରମଣ୍ଡଳ ଏକସପ୍ରେସ୍ ଘଣ୍ଟାପ୍ରତି ୧୨୮ କିଲୋମିଟର ବେଗରେ ଯାଇ ମାଲଗାଡ଼ିକୁ ଧକ୍କା ଦେଇଥିଲା । ଲୁହାପଥର ବୋଝେଇ ହୋଇଥିବା ମାଲଗାଡ଼ି ସେତେବେଳେ ଛିଡ଼ା ହୋଇଥିଲା ।
କରମଣ୍ଡଳ ଏକସପ୍ରେସ୍ ମାଲଗାଡ଼ିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା । ଏହି ଟ୍ରେନର ଲାଇନଚ୍ୟୁତ ବଗିଗୁଡ଼ିକ ଡାଉନ୍ ଲାଇନକୁ ପଳାଇ ଆସିଥିଲା ଏବଂ ୟଶୱନ୍ତପୁର ଏକସପ୍ରେସର ଶେଷ ଦୁଇଟି ବଗିକୁ ଧକ୍କା ଦେଇଥିଲା । ସେତେବେଳେ ୟଶୱନ୍ତପୁର ଏକସପ୍ରେସ୍ ଘଣ୍ଟାପ୍ରତି ୧୨୬ କିଲୋମିଟର ବେଗରେ ଯାଉଥିଲା । ଏଥିପାଇଁ କରମଣ୍ଡଳ ଓ ୟଶୱନ୍ତପୁର ଏକସପ୍ରେସ୍ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ।
ଜୟା ଆହୁରି କହିଛନ୍ତି ଯେ, କହିଛନ୍ତି, ହେଲପ ଲାଇନ ନମ୍ବର ୧୩୯ କାମ କରୁଛି। ଏହି ନମ୍ବରରେ ମୃତାହତଙ୍କ ସଂପର୍କୀୟ ଯୋଗାଯୋଗା କରିପାରିବେ । ୧୩୯ରେ ବରିଷ୍ଠ ଅଧିକାରୀଙ୍କ ସହିତ କଥା ହୋଇହେବ ।
ରେଳ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ନେଇ ମୁଖ୍ୟ ସଚିବଙ୍କ ସୂଚନା । ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଗଣତିରେ ବିଭିନ୍ନ ତ୍ରୁଟି ଯୋଗୁଁ ମୃତ୍ୟୁ ସଂଖ୍ୟା ସଠିକ୍ ନଥିଲା । ବାରମ୍ବାର ଯାଞ୍ଚ ପରେ ସଠିକ୍ ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି । ୨୭୫ ମୃତଦେହରୁ ୮୮ଟି ଚିହ୍ନଟ, ୧୮୭ଟି ଚିହ୍ନଟ ହୋଇପାରିନି । ଚିହ୍ନଟ ୮୮ ମୃତଦେହରୁ ୭୮ଟି ମୃତଦେହ ହସ୍ତାନ୍ତର କରାଯାଇଛି । ଆଉ ୧୦ଟି ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ୧୮୭ ମୃତଦେହରୁ ୧୭୦ ମୃତଦେହ ଭୁବନେଶ୍ୱର ଆସିଛି । ବାକି ୧୭ଟି ମୃତଦେହ ଅଣାଯିବାର ବ୍ୟବସ୍ଥା ମଧ୍ୟ ଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)