• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମଧ୍ୟପ୍ରଦେଶ ସିହୋର ଜିଲ୍ଲା ମୁଗାବଲି ଗାଁରେ ବୋର ୱେଲ ଭିତରେ ଖସିପଡ଼ିଥିବା ୩ ବର୍ଷର କୁନି ଝିଅକୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ । ୩ଶହ ମିଟର ବୋରୱେଲ ତଳକୁ ଖସିପଡ଼ିଛି କୁନି ଝିଅ । ସ୍ଥାନୀୟ ପ୍ରଶାସନ, NDRF ଓ ଅଗ୍ନିଶମମ ବିଭାଗ ମିଳିତ ଭାବେ ଝିଅକୁ ଉଦ୍ଧାର ପାଇଁ ଅପରେସନ ଚଳାଇଛନ୍ତି ।

ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ ବୋରୱେଲ ପାଖରେ ସମାନ୍ତରାଳ ଭାବେ ଖୋଳା ଚାଲିଛି । ଆଉ କିଛି ସମୟ ମଧ୍ୟରେ ଝିଅ ପାଖରେ ପହଞ୍ଚିଯିବ ଉଦ୍ଧାରକାରୀ ଟିମ୍ । ଅନ୍ୟପଟେ ଝିଅକୁ ଅକ୍ସିଜେନ ଯୋଗାଣ ଜାରି ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ବାହାରେ ଖେଳୁଥିବା ବେଳେ ଝିଅଟି ବୋରୱେଲରେ ଖସି ପଡିଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେଇଥିଲେ । କିଛି ବର୍ଷ ପୂର୍ବେ ଜଣେ ଚାଷୀ ପାଣି ଲାଗି ବୋଲୱେଲ ଖୋଳିଥିଲେ।

ତେବେ ୩୦୦ ମିଟର ଖୋଳିଥିଲେ ବି ପାଣି ନ ବାହାରିବାରୁ ସେ ଆଉ ଖୋଳିନଥିଲେ। ବୋରୱେଲ ଟି ଖୋଲାଥିବା ବେଳେ ଛୋଟ ଝିଅଟି ସେଥିରେ ଖସିପଡିଛି । ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ଦ୍ଦେଶ ଦେଇଛନ୍ତି ।