/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685856599.jpg)
CM Naveen Patnaik, PM Modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାହାନଗା ଟ୍ରେନ୍ ଟ୍ରାଜେଡି ନେଇ କଥା ହେଲେ ନବୀନ । ସେ କହିଛନ୍ତି ଯେ, ଜୀବନ ବଞ୍ଚାଇବାକୁ ଯଥାସମ୍ଭବ ଉଦ୍ୟମ କରାଯାଇଛି । ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ବିପଦ ବେଳେ ଲୋକଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି ମୋଦି ।
ଗତକାଲି ବାହାନଗାର ଦୁର୍ଘଟଣାସ୍ଥଳକୁ ମୋଦି ଯିବା ସହ କ୍ଷତିଗ୍ରସ୍ତ ବଗି ଗୁଡ଼ିକୁ ବୁଲି ଅନୁଧ୍ୟାନ କରିଥିଲେ । ତା’ସହ ବରିଷ୍ଠ ରେଳ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଦୁର୍ଘଟଣା, ଉଦ୍ଧାର, ଚିକିତ୍ସା ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଥିଲେ ।
ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୟାନ । କହିଲେ ଯିଏ ଦୋଷୀ ତାଙ୍କୁ ଆଦୌ ଛଡ଼ାଯିବନି । ଗ୍ରାଉଣ୍ଡ ଜିରୋକୁ ଯାଇ ଦୁର୍ଘଟଣା ସ୍ଥଳରେ ସମୀକ୍ଷା ପରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତା’ସହ ହସ୍ପିଟାଲରେ ଆହତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରିବୁଝିବା ସହ ଏହି ଦୁର୍ଘଟଣାକୁ ବର୍ଣ୍ଣନା କରିବା ପାଇଁ ଭାଷା ପାଉନି ବୋଲି ମଧ୍ୟ କହିଥିଲେ ।
ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ରେନ୍ ଟ୍ରାଜେଡିକୁ ନେଇ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଥିବା ବେଳେ ଗୁରୁତରଙ୍କ ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)