• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା ପରେ କାର୍ଯ୍ୟରେ ଯୋଗଦେଲେ କୁସ୍ତିଯୋଦ୍ଧା । ରେସଲର ସାକ୍ଷୀ ମଲ୍ଲିକ, ଭିନେଶ ଫୋଗଟ ଏବଂ ବଜରଂଗ ପୁନିଆ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତେବେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି । ଭାରତୀୟ ରେସଲିଂ ଫେଡେରେସନ ସଭାପତି ବ୍ରିଜ ଭୁଷଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ଚାଲିଥିବା ଆନ୍ଦୋଳନ ଜାରି ରହିବ ।

ଗତ ଶନିବାର ସଂଧ୍ୟାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ କରିଥିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା । ମାମଲାରେ ନିରପେକ୍ଷ ତଦନ୍ତ କରିବାକୁ ଗୃହମନ୍ତ୍ରୀଙ୍କୁ ନିବେଦନ କରିଥିଲେ । କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଶୁଣିବା ସହ ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ମାମଲାରେ କୁସ୍ତିଯୋଦ୍ଧାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

କୁସ୍ତି ମହାସଂଘ ସଭାପତି ବ୍ରିଜଭୁଷଣଙ୍କ ବିରୋଧରେ ୭ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ନାବଳିକା ମଧ୍ୟ ରହିଛନ୍ତି । ଗତ ଏପ୍ରିଲ ପରଠାରୁ ଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନ କରି ଆସୁଥିଲେ କୁସ୍ତିଯୋଦ୍ଧା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପୂର୍ବରୁ ୫ ଦିନର ଡେଡଲାଇନ୍ ଦେଇଥିଲେ କୁସ୍ତିଯୋଦ୍ଧା । ପୂର୍ବରୁ କୁସ୍ତିଯୋଦ୍ଧାମାନେ ସେମାନଙ୍କର ମେଡାଲ ଗୁଡିକୁ ଗଂଗା ନଦୀରେ ଭସାଇ ଦେବାକୁ ଚେତାବନୀ ଦେଇଥିଲେ ।