• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅଣ୍ଟି ଛୁରୀ ତଣ୍ଟି କାଟେ । ବେକରେ ଛୁରୀ ଭୁସିଦେଲା ସାନ ଭାଇ । ଛୁରୀ ବେକରେ ଲାଖି ରହିଥିବା ବେଳେ ବାଇକ୍‌ ଚଳାଇ ହସ୍ପିଟାଲ୍‌ରେ ପହଞ୍ଚିଲେ ଯୁବକ । ଶେଷରେ ଅଳ୍ପକେ ବର୍ତ୍ତିଗଲେ ଯୁବକ । ଏଭଳି ଘଟଣା ମହାରାଷ୍ଟ୍ରର ନଭି ମୁମ୍ବାଇ ଅନ୍ତର୍ଗତ ସନପଡ଼ାରେ ଦେଖିବାକୁ ମିଳିଛି । ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କି ଛୁରୀଟି କାରଣରୁ ବେକରେ ଗଭୀର କ୍ଷତଚିହ୍ନ ଓ ଶରୀରରୁ ପ୍ରଚୁର ରକ୍ତସ୍ରାବ ହୋଇଥିବା ସତ୍ତ୍ୱେ ସେ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି ।

ମହାରାଷ୍ଟ୍ର ନଭି ମୁମ୍ବାଇରୁ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଏହି ଘଟଣା । ଆହତ ତେଜାସ୍‌ଙ୍କ କହିବାନୁଯାୟୀ ଜୁନ୍ ୩ ରେ ସେ ଶୋଇଥିବା ବେଳେ  ତାଙ୍କର ୨୮ ବର୍ଷୀୟ ଭାଇ ମୋନିଷ ବେକରେ ଏକ କଳଙ୍କି ଲଗା ଛୁରୀ ଭୁସି ଦେଇଥିଲା । ଛୁରୀ ଭୁସିବା ପରେ ମୋନିଷ ଦୌଡ଼ି ସେଠାରୁ ପଳାଇଥିଲା । ପାରିବାରିକ ବିବାଦ କାରଣରୁ ମୋନିଷ ଆକ୍ରମଣ କରିଥିବାର ତେଜାସ୍‌ କହିଥିଲେ । 

ତେଜାସ ଆହୁରି କହିଛନ୍ତି ଯେ, “ ମୋନିଷ ମୋତେ ମାରିବାକୁ ଚାହୁଁଥିବା କଥା ଜାଣି ମୁଁ ଏବେ ବି ସ୍ତବ୍ଧ । ମୋନିଷର ମଦ ପିଇବା ଅଭ୍ୟାସ ରହିଛି। ଆକ୍ରମଣ ବେଳେ ମୋନିଷ ସହ ତା’ ସାଙ୍ଗ ମହେଶ ମଧ୍ୟ ରହିଥିଲା । 

ଏମପିସିଟି ହସ୍ପିଟାଲରେ ୪ ଘଣ୍ଟାର ଅପରେସନ ପରେ ତାଙ୍କ ବେକରୁ ଛୁରୀକୁ ବାହାର କରାଯାଇଥିଲା । ଏଥିସହ କ୍ଷତିଗ୍ରସ୍ତ ରକ୍ତ ଶିରାକୁ ମଧ୍ୟ ଫିକ୍ସ କରାଯାଇଥିଲା । ସୋମବାର ସେ ICU ରୁ ଜେନେରାଲ ୱାର୍ଡକୁ ସ୍ଥାନାନ୍ତର ହୋଇଛନ୍ତି । ଛୁରୀଟି ତାଙ୍କ ବେକରେ ପଶିଥିଲେ ମଧ୍ୟ କୌଣସି ପ୍ରମୁଖ ରକ୍ତପ୍ରବାହୀ ଶିରାକୁ କ୍ଷତି ପହଞ୍ଚାଇ ପାରିନଥିଲା। ଫଳରେ ମୁଣ୍ଡକୁ ରକ୍ତ ସଞ୍ଚାଳନ ବନ୍ଦ ହୋଇ ନଥିବାରୁ ସେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି । ତେଜାସଙ୍କ ଉପସ୍ଥିତି ବୁଦ୍ଧିକୁ ଏମପିସିଟି ହସ୍ପିଟାଲର ଡାକ୍ତରମାନେ ପ୍ରଶଂସା କରିଛନ୍ତି। ସେ ବିଳମ୍ବ ନ କରି ଛୁରୀ ବେକରେ ଲାଗିଥିବା ଅବସ୍ଥାରେ ହିଁ ଆସି ହସ୍ପିଟାଲରେ ପହଞ୍ଚିଥିଲେ।

ଏହି ମାମଲାରେ ପୋଲିସ ତେଜାସ୍‌ଙ୍କ ଭାଇ ମୋନିଷଙ୍କ ବିରୁଦ୍ଧରେ ଧାରା ୩୦୭ ହତ୍ୟା ଉଦ୍ୟମ ଆଧାରରେ ମାମଲା ରୁଜୁ କରିଛି । ହତ୍ୟା ଉଦ୍ୟମ କରୁଥିବା ବେଳେ ମୋନିଷଙ୍କ ଜଣେ ସାଙ୍ଗ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ । ତାଙ୍କ ବିରୁଦ୍ଧରେ ମଧ୍ୟ ପୋଲିସ ମାମଲା ରୁଜୁ କରିଛି ।