• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅନଲାଇନ୍‌ ଗେମ୍‌ ଜରିଆରେ ଧର୍ମାନ୍ତରୀକରଣ ଖେଳ । ଧର୍ମ ପରିବର୍ତ୍ତନ କରି ଇସଲାମ୍‌ ଧର୍ମ ଗ୍ରହଣ କରୁଥିଲେ କିଶୋର । ସତମିଛ କହି ପିଲାଙ୍କର ବ୍ରେନ୍‌ ୱାସ୍‌ କରାଯାଉଥିଲା । ଚାରିଆଡ଼ୁ ଅଭିଯୋଗ ଆସିବା ପରେ ଏପରି ଏକ ରାକେଟ୍‌ର ପର୍ଦ୍ଦାଫାଶ କରିଛି ଉତ୍ତରପ୍ରଦେଶ ପୋଲିସ । ଅନଲାଇନ ଗେମିଂ ଆପ୍‌ ମାଧ୍ୟମରେ କିଶୋରଙ୍କୁ ଟାର୍ଗେଟ କରିବା ସହ ସେମାନଙ୍କୁ କୋରାନ୍ ପଢ଼ିବାକୁ ପ୍ରବର୍ତ୍ତାଉଥିଲା ଅଭିଯୁକ୍ତ ।

ଧର୍ମାନ୍ତରୀକରଣ ଖେଳର ପ୍ଲାଟଫର୍ମ ସାଜିଥିଲା ଅନଲାଇନ୍ ଗେମିଂ ଆପ୍ 'ଫୋର୍ଟନାଇଟ୍' । ଆଉ ଏଥିରେ ଚାଲିଥିଲା ଏହି ଧର୍ମ ପରିବର୍ତ୍ତନ ଖେଳ । ଟାର୍ଗେଟରେ ରହୁଥିଲେ କିଶୋର ତଥା ଭାବପ୍ରବଣ ପିଲା । ତେବେ ଧର୍ମ ପରିବର୍ତ୍ତନ କରାଉଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ସେହିପରି ଏହି ରାକେଟ୍‌ର ଆଉ ଜଣେ ଅଭିଯୁକ୍ତ ମହାରାଷ୍ଟ୍ରର ଥାନେରୁ ଫେରାର୍‌ ହୋଇଯାଇଥିବା ବେଳେ ପୋଲିସ ତାଙ୍କୁ ଧରିବା ପାଇଁ ଏକ ଟିମ୍‌ ଗଠନ କରି ଛାନଭିନ୍‌ ଆରମ୍ଭ କରିଛି ।

'ଫୋର୍ଟନାଇଟ୍' ଗେମିଂ ଆପ୍‌ ଜରିଆରେ ଧର୍ମ ପରିବର୍ତ୍ତନ କରିଥିବା ଗାଜିଆବାଦରୁ ୨ ଜଣ ନାବାଳକ, ଫରିଦାବାଦ ଏବଂ ଚଣ୍ଡିଗଡ଼ର ଦୁଇ ଜଣ ନାବାଳକଙ୍କୁ ବର୍ତ୍ତମାନ ଚିହ୍ନଟ କରିଛି ପୋଲିସ୍‌ ।

ଗେମ୍‌ରେ ହାରିବା ପରେ ପିଲାଙ୍କୁ ପଢ଼ାଉଥିଲେ କୁରାନ୍

ଗାଜିଆବାଦ ଡେପୁଟି କମିଶନର ଅଫ୍ ପୋଲିସ୍ (ଡିସିପି) ନିପୁନ୍ ଅଗ୍ରୱାଲ କହିଛନ୍ତି , ଅଭିଯୁକ୍ତ ଶାହନାୱାଜ୍ ଖାନ୍' ଯାହାର ଡିଜିଟାଲ୍‌ ନାମ 'ବାଡୋ' (Baddo) ଫୋର୍ଟନାଇଟ୍'ରେ ଗେମ୍‌ ଖେଳୁଥିବା ପିଲାଙ୍କ ଉପରେ ନଜର ରଖୁଥିଲା । ଆଉ ପିଲାମାନେ ଗେମରେ ହାରିଯିବା ପରେ କୁରାନ୍‌ ପଢ଼ିବା ପାଇଁ ପରାମର୍ଶ ଦେଉଥିଲା । ସଂଯୋଗବଶତଃ ପିଲାମାନେ କୋରାନ୍‌ ପଢ଼ି ଜିତିଯିବା ପରେ ସେମାନଙ୍କ ମନରେ ଇସଲାମ୍ ଧର୍ମ ପ୍ରତି ବିଶ୍ୱାସ ଜନ୍ମାଉଥିଲା । ବାରମ୍ବାର ଇସଲାମ୍‌ ଧର୍ମ ବାବଦରେ କହି କହି ତାଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ପ୍ରବର୍ତ୍ତାଉଥିଲା । ଆଉ ତା’କଥାରେ ଆସି କିଶୋର ଧର୍ମ ବଦଳାଇବା ପାଇଁ ରାଜି ହୋଇଯାଉଥିଲେ ।

ଅନଲାଇନ୍ ଗେମିଂ ଆପର ଡିସକର୍ଡ ଚାଟିଂ ପ୍ଲାଟଫର୍ମରେ ଅଭିଯୁକ୍ତମାନେ ପିଲାମାନଙ୍କ ସହ ଯୋଗାଯୋଗ କରୁଥିଲେ । ସେଥିରେ ସେମାନେ ପିଲାଙ୍କୁ ଜାଣିଶୁଣି ଜାକିର ନାୟକ ଏବଂ ତାରିକ୍ ଜାମେଲଙ୍କ ଭିଡିଓ ଦେଖାଉଥିଲେ । ଛାନଭିନ୍‌ରୁ ଜଣାପଡିଛି, ସେହି ଚାଟିଂ ଇଞ୍ଜିନକୁ ୟୁରୋପର ବିଭିନ୍ନ ପ୍ରାନ୍ତର ଅନ୍ୟ ପିଲାମାନେ ମଧ୍ୟ ଭିଜିଟ୍‌ କରିଛନ୍ତି । ତେଣୁ ଅନ୍ତର୍ଜାତୀୟ ସ୍ତରରେ ଏହି ରାକେଟ୍‌ କାମ କରୁଥିବା ସନ୍ଦେହ କରାଯାଉଛି । ଧର୍ମ ପରିବର୍ତ୍ତନ କରିଥିବା ପିଲାମାନେ ପ୍ରଥମେ ଖ୍ରୀଷ୍ଟିଆନ ଥିଲେ, କିନ୍ତୁ ପରେ ଇସଲାମ ଧର୍ମ ଗ୍ରହଣ କରିଛନ୍ତି ।

ଧର୍ମାନ୍ତରୀକରଣ ଖେଳର ପାକିସ୍ତାନୀ ଲିଙ୍କ୍

ଗାଜିଆବାଦର ଜଣେ ପରିବର୍ତ୍ତିତ ହିନ୍ଦୁ ନାବାଳକ କହିଛି, ସେ ସବୁବେଳେ ପାକିସ୍ତାନ ଭିତ୍ତିକ ୟୁଟ୍ୟୁବ୍ ଚ୍ୟାନେଲ୍ ଦି ୟୁଥ୍ କ୍ଲବ୍ ଦେଖୁଥିଲେ । ଯେଉଁଥିରେ ଇସଲାମ ବିଷୟରେ ଉତ୍ତେଜକ ଭିଡିଓ ଆସୁଥିଲା । ସେହି ଭିଡିଓଗୁଡିକ ଦେଖି ସେ ଧର୍ମ ପରିବର୍ତ୍ତନ କରିଥିବା ପ୍ରକାଶ କରିଛି ।

ଏହି ଘଟଣାର ଛାନ୍‌ଭିନ୍ ପାଇଁ ଗାଜିଆବାଦ ପୋଲିସ ଚଣ୍ଡିଗଡ଼ ପରେ ଫରିଦାବାଦରେ ପହଞ୍ଚିଛି। ସେହପରି ଘଟଣାର ମାଷ୍ଟରମାଇଣ୍ଡ ଶାହନାୱାଜ ଖାନକୁ ଗିରଫ କରିବା ପାଇଁ ମହାରାଷ୍ଟ୍ରକୁ ଏକ ପୋଲିସ ଟିମ୍‌ ପଠାଯାଇଛି ।