• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାହାନଗା ଟ୍ରେନ୍ ଟ୍ରାଜେଡିର ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କଟକ ଏସସିବିରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଆହତଙ୍କୁ ଭେଟିବା ପରେ ମମତା ପ୍ରତିକ୍ରିୟା ରଖି କହିଛନ୍ତି, ୩୧ ଜଣ ଏବେ ବି ନିଖୋଜ ଅଛନ୍ତି, ୧୦୩ ମୃତଦେହ ଚିହ୍ନଟ ହୋଇଛି। ୯୭ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏପର୍ଯ୍ୟନ୍ତ ୮୭ ମୃତଦେହ ପଶ୍ଚିମବଙ୍ଗରେ ପହଞ୍ଚିଛି ।

ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । 'ଟ୍ରେନ୍ ଦୁର୍ଘଟଣାରେ ଅନେକ ଜୀବନ ଯାଇଛି, ଘଟଣାକୁ ନେଇ ରାଜନୀତି କରାନଯାଉ । ଟ୍ରେନ୍ ଦୁର୍ଘଟଣାର CBI ତଦନ୍ତ କରୁଛି, ସତ ସାମ୍ନାକୁ ଆସୁ ବୋଲି ମମତା କହିଛନ୍ତି ।...

ଭୁବନେଶ୍ୱରରେ ପହଞ୍ଚିବା ପରେ ହେଲିକପଟର ଯୋଗେ ଯାଇ କଟକ ପହଞ୍ଚିଥିଲେ । ସେଠାରୁ କାର ଯୋଗେ ଏସସିବି ମେଡିକାଲରେ ପହଞ୍ଚି ଆଲୋଚନା କରିଥିଲେ । ମମତା ବାନାର୍ଜୀଙ୍କ ସହିତ ଏକ ଟିମ୍ ବି ଆସିଛି । ସେହି ଟିମ୍ ଭୁବନେଶ୍ୱରକୁ ଯାଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଙ୍କ ଚିକିତ୍ସାର ଅନୁଧ୍ୟାନ କରିଛନ୍ତି ।

ସେପଟେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଏବେ ବି ଅନେକ ଯାତ୍ରୀ ଚିକିତ୍ସିତ ହେଉଛନ୍ତି । କିଛି କରମଣ୍ଡଳ ଏକ୍ସପ୍ରେସରେ ଥିଲେ ଆଉ କିଛି ହମସଫର ଏକ୍ସପ୍ରେସରେ । ସେଦିନର କଳା ରାତି କଥା ଭାବି ଆଜି ବି ସେମାନଙ୍କ ଲୋମଟାଙ୍କୁରି ଯାଉଛି । ତାସହ କିଛି ଯାତ୍ରୀଙ୍କ ପତ୍ତା ଏବେ ବି ମିଳୁନି । ସେମାନେ ନିଖୋଜ ଥିବାରୁ ଯାତ୍ରୀଙ୍କ ସମ୍ପର୍କୀୟ ଏବେ ସେମାନଙ୍କୁ ଖୋଜି ବୁଲୁଛନ୍ତି ।