ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଓ୍ୱାଶିଂଟନରେ ବିଶ୍ୱର ଏହି ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ ବୋଲି ହ୍ୱାଇଟ ହାଉସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ରାଜସ୍ଥାନ ରାଜନୀତରେ ନୂଆ ସମୀକରଣ ସମ୍ଭାବନା ନେଇ ମିଳିଲା ସଙ୍କେତ। କାହିଁକି ବରିଷ୍ଠ ନେତାଙ୍କ ମଧ୍ୟରେ ଚାଲିଛି ଘନଘନ ଆଲୋଚନା ? କ’ଣ ହୋଇପାରେ ଏହାର ଉଦ୍ଦେଶ୍ୟ ?
ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଞ୍ଚଲ୍ୟ । ଆଖଡ଼ା ପରିଷଦର ସଭାପତି ନରେନ୍ଦ୍ର ଗିରିଙ୍କ ରହସ୍ୟ ଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ୟୁପି ପୋଲିସର ସୂଚନା ଅନୁଯାୟୀ, ବାଗମ୍ବରୀ ମଠର ଏକ କୋଠରୀରୁ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।
ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜିନ୍ଦର୍ ପାଲ୍ ସିଂହ ଭାଟିଆଙ୍କ ମୃତଦେହ ଉଦ୍ଧାର । ତାଙ୍କ ଘରେ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଟୋକିଓ ଅଲିମ୍ପିକ୍ସ ୨୦୨୦ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏବେ ବେସ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏକ ବିଜ୍ଞାପନରେ ନୀରଜଙ୍କ ଅଭିନୟ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଅଲିମ୍ପିଆନ୍ ନୀରଜ ଚୋପ୍ରା ତାଙ୍କର ନୂତନ ବିଜ୍ଞାପନ ଭିଡିଓ (ନୀରଜ ଚୋପ୍ରା ଏଡି) ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ବିଜ୍ଞାପନରେ ନୀରଜ ଅଲଗା ଅଲଗା ଭୂମିକାରେ ଅଭିନୟ କରି ସୁନାର ଦାମ୍ ବିଷୟରେ କହୁଥିବାର ନଜର ଆସିଛନ୍ତି ।
ବିହାରରେ ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ, ଜଣେ ଆର୍ପିଏଫ୍ ଯବାନ (ଆର୍ପିଏଫ୍ କନ୍ଷ୍ଟେବଲ୍ ଭାଇରାଲ୍ ଭିଡିଓ) ରେଳ ଷ୍ଟେସନ୍ରେ ପଡ଼ିଥିବା ଅସହାୟ ତଥା ବୃଦ୍ଧଙ୍କୁ ସେବା କରୁଥିବା ଦେଖାଯାଇଛି। ଆର୍ପିଏଫ୍ ଯବାନ ନିଜେ ଏହି ବ୍ୟକ୍ତିଙ୍କୁ ସାବୁନରେ ଗାଧୋଇ ଦେଇଛନ୍ତି ଏବଂ ପରେ ତାଙ୍କୁ ସଫା ସୁତୁରା କରି ଏକ ପୋଷାକ ପିନ୍ଧେଇ ଦେଇଛନ୍ତି। ଏହି ଭିଡିଓରେ ପୋଲିସର ଏକ ଭିନ୍ନ ଭୂମିକା ଦେଖିବାକୁ ମିଳୁଛି।
ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ୍ ସିଂ ଚନ୍ନୀ ଶପଥ ନେଇଛନ୍ତି। ଆଜି ଚଣ୍ଡୀଗଡ଼ ରାଜଭବନରେ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେହିପରି ସୁଖଜିନ୍ଦର ସିଂ ରନ୍ଧାୱା ଏବଂ ଓମ୍ ପ୍ରକାଶ ସୋନି ମନ୍ତ୍ରୀ ପଦ ପାଇଁ ଶପଥ ପାଠ କରିଛନ୍ତି।
ଯଦି ଘରେ ବସି ଆପଣ କୌଣସୀ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆଣିଛୁ ଏକ ଦମ୍ଦାର ବିଜନେସ୍ ଆଇଡିଆ । ଏହି ବ୍ୟବସାୟ ଆରମ୍ଭ କରି ଆପଣ ପ୍ରତି ମାସରେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିବେ । ଏମିତି ସୁଯୋଗ ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ । ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ର ଫ୍ରାଞ୍ଚାଇଜ୍ ନେଇ ଆପଣ ସହଜରେ ମୋଟା ଅଙ୍କର ଟଙ୍କା ରୋଜଗାର କରିପାରିବେ ।
ମଧ୍ୟପ୍ରଦେଶର ଦଶମ ଶ୍ରଣୀର ଛାତ୍ରୀ ନବଶ୍ରୀ ଠାକୁର । ନବଶ୍ରୀଙ୍କ ପିତାମାତା ମୂଲ ଲାଗି ପରିବାର ଚଳାନ୍ତି । ଘରର କାମ କରିବା ସହିତ ରୋଜଗାର ପାଇଁ ମଧ୍ୟ ସମୟ ଦିଅନ୍ତି । ମାଆଙ୍କର ପରିଶ୍ରମକୁ ଦେଖନ୍ତି ନବଶ୍ରୀ । ଏନେଇ ଇନସ୍ପାୟାର ଆୱାଡ଼ ଯୋଜନା ପାଇଁ ସେ ଏକ ମଡେଲ ତିଆରି କଲେ ଯାହା ଦ୍ୱାରା ଏକା ସାଙ୍ଗରେ ଅନେକ ଗୁଡିଏ କାମ କରି ହେବ । ଏହି ପ୍ରକଳ୍ପ ନେଇ ନବଶ୍ରୀ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ଇତିହାସ ରଚିଲା ସ୍ପେସ୍ ଏକ୍ସ। ସାଧାରଣ ନାଗରିକଙ୍କୁ ଅନ୍ତରୀକ୍ଷ ପରିକ୍ରମା କରାଇ ପୃଥିବୀ ପୃଷ୍ଠକୁ ପୁଣି ଥରେ ଫେରିଛି ଡ୍ରାଗନ୍ କ୍ୟପସୁଲ୍ସ । ସ୍ପେସ୍ ଏକ୍ସର ଅନ୍ତରୀକ୍ଷ ଜାନ ବହୁତ ଦିନ ଧରି ପୃଥିବିର ପରକ୍ରମା କରିବା ପରେ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିଛି । ଫ୍ଲୋରିଡା ଉପକୂଳରେ ଆଣ୍ଟଲାଟିକ୍ ମହାସାଗରରେ ଏହା ଅବତରଣ କରିଛି ।
ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଉତ୍ତରାଖଣ୍ଡ ଗସ୍ତ ରାଜନୀତିକୁ ଆହୁରି ଉଷ୍ମତା ଦେଇଛି । କାରଣ, ଆଜି କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳରେ ବଡ଼ ଘୋଷଣା କରିଛନ୍ତି ।
ଚରଣଜିତ ସିଂ ଚନ୍ନୀ ହେବେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ। କଂଗ୍ରେସ ହାଇକମାଣ୍ଡ ବିଧାୟକଙ୍କ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି। ଏହାର କିଛି ସମୟ ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ସୂଚନା ଦେଇଥିଲେ ଯେ ବିଧାୟକଙ୍କ ସହ ପର୍ଯ୍ୟବେକ୍ଷକଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଚରଣଜିତ ସିଂ ଚନ୍ନୀ ସନ୍ଧ୍ୟା ୬.୩୦ ରେ ରାଜ୍ୟପାଳଙ୍କୁ ଭେଟି ପାରନ୍ତି ନଚେତ ସୋମବାର ସମୟ ମାଗିପାରନ୍ତି।
ବାଜି ମାରିଲେ ସୁଖଜିନ୍ଦର ରନ୍ଧାଓ୍ୱା । ସେ ହୋଇପାରନ୍ତି ପଂଜାବର ନୂଆ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ରନ୍ଧାଓ୍ୱାଙ୍କ ନାଁରେ ମୋହର ବାଜିଥିବା ଜଣାପଡ଼ିଛି । ଏହା ପରେ ଅନୁମୋଦନ ପାଇଁ ହାଇକମାଣ୍ଡଙ୍କ ପାଖକୁ ପଠାଯାଇଛି ରନ୍ଧାଓ୍ୱାଙ୍କ ନାଁ ।
ଦେଶରେ ୧୧ ଦିନରେ ୧୦ କୋଟି ଡୋଜ ଟିକାକରଣ କରାଯାଇଛି । ଦେଶରେ ବର୍ତ୍ତମାନ ତୀବ୍ର ବେଗରେ ଟିକାକରଣ ଚାଲିଛି । ଗତ ଶୁକ୍ରବାର ଦିନ ୨.୫୦ କୋଟି ଲୋକଙ୍କ ଟିକାକରଣ ହୋଇଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୮୦ କୋଟିରୁ ଅଧିକ ଡୋଜ ଟିକା ଦିଆଯାଇଛି ।
ଜାରି ହେଲା ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାରେ ନୂଆ ନିୟମ । ପୌଷ୍ୟ ସନ୍ତାନ ଗ୍ରହଣ କରିଥିବା ଦମ୍ପତିମାନେ ଏବେ ଅତି ସହଜରେ ନିଜ ସନ୍ତାନକୁ ବଦେଶ ନେଇଯାଇପାରିବେ । ଏନେଇ ଶିଶୁ ବିକାଶ ମନ୍ତ୍ରୀଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ହେଗ ଦ୍ୱାରା ପ୍ରମାଣିତ ସମସ୍ତ ଦେଶ ପାଇଁ NOC ଜାରି କରିବାରେ ସକ୍ଷମ ହେବ। ହେଗ୍ ହେଉଛି ଏକ ଆର୍ନ୍ତଜାତୀୟ ଚୁକ୍ତି ଯାହାକି ପୋଷ୍ୟ ସନ୍ତାନମାନଙ୍କର ସୁରକ୍ଷା ଏବଂ ସହଯୋଗ ଉପରେ ଧ୍ୟାନ ଦେବ । ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ଭାରତ ମଧ୍ୟ ଏହାର ନିୟମକୁ ସ୍ୱୀକୃତି ପ୍ରଦାନ କରିଛି ।
ମିରାଜ୍ ୨୦୦ କିଣିବା ପାଇଁ ଭାରତୀୟ ବାୟୁସେନା IAF ଫ୍ରାନ୍ସ୍ ସହ ଏକ ଚୁକ୍ତିନାମା କରିଛି । ମିରାଜ୍ ୨୦୦୦ ବିମାନର ଜାହାଜକୁ ବଜାୟ ରଖିବା ପାଇଁ ଫ୍ରାନ୍ସ ବାୟୁସେନା ଠାରୁ ପର୍ଯ୍ୟାୟକ୍ରମେ ମିରାଜ୍ ବିମାନ କିଣିବା ପାଇଁ ଭାରତୀୟ ବାୟୁସେନା ମଧ୍ୟରେ ଏକ ଚୁକ୍ତିନାମା କରାଯାଇଛି ।
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂ ବୈଠକରେ ସାମିଲ ହୋଇନଥିଲେ । କଂଗ୍ରେସ ବିଧାୟକ ଦଳ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ୱତ କହିଥିଲେ ଯେ, ସିଏଲପି ମିଟିଂରେ ପାସ ହୋଇଥିବା ଦୁଇଟି ପ୍ରସ୍ତାବ ଦଳୀୟ ହାଇକମାଣ୍ଡଙ୍କ ନିକଟକୁ ପଠାଯାଇଛି ।
ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ପଶ୍ଚିମବଙ୍ଗର ଅନେକ ଅଞ୍ଚଲରେ ପ୍ରବଳ ବନ୍ୟା । ବିଶେଷ କରି ପୂର୍ବ ଓ ପଶ୍ଚିମ ମେଦିନାପୁର ଜିଲ୍ଲାରେ ବନ୍ୟାର ସ୍ଥିତି ଗମ୍ଭୀର ରହିଛି । ଦୁଇ ଜିଲ୍ଲାର ବିସ୍ତୃତ ଅଞ୍ଚଳ ଜଳବନ୍ଦୀ ହୋଇଥିବାରୁ ସେଠରେ ତିନି ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।
ଅଯୋଧ୍ୟାରେ ରାମ ମନ୍ଦିର ର୍ନିମାଣ ପାଇଁ ୧୧୫ ଟି ଦେଶରୁ ଆସିଛି ଜଳ । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି । ଆଜି ଏହି ସୂଚନା ଦେଇ ସେ କହିଛନ୍ତି ଯେ, ରାମ ଲଲ୍ଲାର ଜଳାଭିଷେକ ପାଇଁ ସମସ୍ତ ଦେଶରୁ ଜଳ ଆସିବା ଉଚିତ ।
ଆଗକୁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ଆସାମ ପାଇଁ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲଙ୍କୁ ପ୍ରାର୍ଥୀ ଭାବେ ଦଳ ବାଛିଛି । ଦଳର କେନ୍ଦ୍ରୀୟ ର୍ନିବାଚନ କମିଟିର ଅନୁମୋଦନ ପରେ ଆନୁଷ୍ଠାନିକ ଭାବେ ନାଁ ଘୋଷଣା କରାଯାଇଛି ।
ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠନ ହେଲା NCC କମିଟି । NCCକୁ ଅଧିକ ସମୟୋପଯୋଗୀ କରିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ହାଇଲେବଲ ଏକ୍ସପର୍ଟ କମିଟି ଗଠନ କରାଯାଇଛି ।
ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ଦେଲେ ଇସ୍ତଫା ପତ୍ର । ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଇସ୍ତଫା ଦେଇଥିବା ସୂଚନା । ଦୀର୍ଘ ଦିନ ଧରି ପଞ୍ଚାବ କଂଗ୍ରେସରେ କନ୍ଦଳ ବଢ଼ିବାରେ ଲାଗିଥିଲା ।
ସୂତାଖିଅରେ ଝୁଲୁଥିଲା ଜୀବନ । ୧୬ ପର୍ଯ୍ୟନ୍ତ ପହଞ୍ଚିଥିଲା ଅକ୍ସିଜେନ୍ ଲେବେଲ୍୧୩୦ ଦିନର ସଂକ୍ରମଣ ସହ ସଂଗ୍ରାମ । ମେଡିକାଲ ବେଡରେ ମହାମାରୀ ସହ ଅହରହ ଯୁଦ୍ଧ । ଆଉ ଶେଷରେ ନୂଆ ଜୀବନ ପାଇଛନ୍ତି ଜଣେ ୩୯ ବର୍ଷୀୟ ଯୁବକ । ଜୀବନ ଜିଇଁବାର ଇଚ୍ଛା ବଳରେ ସେ ହୋଇଛନ୍ତି ଜଣେ କରୋନା ବିଜୟୀ ।
ମୃତକଙ୍କ ମଧ୍ୟରେ କୁନି ଝିର ମା’ ସିନଚନା(୩୪ ବର୍ଷ), ଜେଜେମା ଭାରତୀ(୫୧ ବର୍ଷ ), ମାଉସୀ ସିନ୍ଧୁରାଣୀ ( ୩୧ ବର୍ଷ) , ମାମୁ ମଧୁସାଗର(୨୧ ବର୍ଷ), ୯ ମାସର ଶିଶୁ ସାମିଲ ଅଛନ୍ତି । ମାମୁ ମଧୁସାଗର ଯେଉଁ ରୁମ୍ରେ ଫାଶୀ ଲଗାଇ ଝୁଲିଥିଲେ, ସେହିଠାରୁ କୁନି ଝିଅକୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ଚିକିତ୍ସା ପାଇଁ ତାକୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ସହ କୁନି ଝିଅର କାଉନସେଲିଂ ଆବଶ୍ୟକ ଆବଶ୍ୟକ ହେବ ବୋଲି ପୋଲିସ କହିଛି ।
ଆଇଏସ୍ ଆତଙ୍କୀଙ୍କ ଟାର୍ଗେଟରେ ଭାରତର ଯୁବପିଢ଼ି । ସୋସିଆଲ ମିଡିଆକୁ ଅସ୍ତ୍ର କରି ଚକ୍ରବ୍ୟୁହ ରଚୁଛନ୍ତି । ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ସଂପର୍କରେ ଏପରି ବୟାନ୍ ଦେଇଛି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) । ଅନ୍ଲାଇନ୍ ପ୍ଲାଟ୍ଫର୍ମ ଜରିଆରେ ଭାରତକୁ ପ୍ରବେଶ କରିବାକୁ ଚାହୁଁଛନ୍ତି ଆତଙ୍କୀ ସଂଗଠନ ।