Advertisment

୧୧ ଦିନରେ ୧୦ କୋଟି ଲୋକଙ୍କ ଟିକାକରଣ

ଦେଶରେ ୧୧ ଦିନରେ ୧୦ କୋଟି ଡୋଜ ଟିକାକରଣ କରାଯାଇଛି । ଦେଶରେ ବର୍ତ୍ତମାନ ତୀବ୍ର ବେଗରେ ଟିକାକରଣ ଚାଲିଛି । ଗତ ଶୁକ୍ରବାର ଦିନ ୨.୫୦ କୋଟି ଲୋକଙ୍କ ଟିକାକରଣ ହୋଇଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୮୦ କୋଟିରୁ ଅଧିକ ଡୋଜ ଟିକା ଦିଆଯାଇଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
undefined

covid-vaccination

ନୂଆଦିଲ୍ଲୀ: କରୋନା ବିରୋଧରେ ଟିକାକରଣ ଅଭିଯାନରେ ଭାରତର ନୂଆ ମାଇଲଖୁଣ୍ଟ । ଦେଶରେ ୧୧ ଦିନରେ ୧୦ କୋଟି ଡୋଜ ଟିକାକରଣ କରାଯାଇଛି । ଦେଶରେ ବର୍ତ୍ତମାନ ତୀବ୍ର ବେଗରେ ଟିକାକରଣ ଚାଲିଛି । ଗତ ଶୁକ୍ରବାର ଦିନ ୨.୫୦ କୋଟି ଲୋକଙ୍କ ଟିକାକରଣ ହୋଇଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୮୦ କୋଟିରୁ ଅଧିକ ଡୋଜ ଟିକା ଦିଆଯାଇଛି । ଯେଉଁଥିରେ ୬୦,୦୩,୯୪,୪୫୨ କୋଟି ଲୋକ ପ୍ରଥମ ଡୋଜ୍ ନେଇସାରିଥିବା ବେଳେ ୨୦,୨୯,୮୦,୬୯୫ ଉଭୟ ଡୋଜ ନେଇଛନ୍ତି । ANI ଅନୁସାରେ ଗତକାଲି ଅର୍ଥାତ୍‌ ଶନିବାର ଦିନ ୮୫.୨ ଲକ୍ଷରୁ ଅଧିକ ଡୋଜ ଟିକାକରଣ କରାଯାଇଛି ।

Advertisment

କ’ଣ ଅଛି କରୋନା ସ୍ଥିତି-

୨୪ ଘଣ୍ଟା ମଧ୍ୟରେ ୩୫,୬୬୨ ନୂତନ ସଂକ୍ରମିତ

ମୋଟ ସକ୍ରିୟ ସଂକ୍ରମିତ ସଂଖ୍ୟା ୩,୪୦,୬୩୯

୨୪ ଘଣ୍ଟା ମଧ୍ୟରେ ଟିକାକରଣ ୨.୫୦ କୋଟି

ମୋଟ ଟିକାକରଣ ୮୦.୦୯ କୋଟି

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ

ଦେଶରେ ଏବେ ସୁଦ୍ଧା ୮୦ କୋଟି ଡୋଜ ଟିକାକରଣ ହୋଇସାରିବା ପରେ ଟ୍ୱିଟ କରି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ । ଏହାକୁ ବିଶ୍ୱ ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ବୋଲି ସେ ଦର୍ଶାଇଛନ୍ତି । ତଥ୍ୟ ଅନୁସାରେ ଗତ ୧୦ କୋଟି ଡୋଜ ଟିକାକରଣ କରିବାକୁ ମାତ୍ର ୧୧ଦିନ ସମୟ ଲାଗିଥିବା ବେଳେ ୬୦ ରୁ ୭୦ କୋଟି ଡୋଜ ପର୍ଯ୍ୟନ୍ତ ପହଞ୍ଚିବାକୁ ୧୩ ଦିନ ସମୟ ଲାଗିଥିଲା । ପ୍ରାରମ୍ଭିକ ୧୦ କୋଟି ଡୋଜ ୮୫ ଦିନରେ ଦିଆଯାଇଥିଲା ।

ଗୋଟିଏ ପଟେ ଟିକାକରଣର ଗତି ତ୍ୱରାନ୍ୱିତ ହେଉଥିବାବେଳେ ସଂକ୍ରମଣର ଗତି ହ୍ରାସ ପାଉଛି । କେରଳ ଛାଡି ସମଗ୍ର ଦେଶରେ କରୋନା ସଂକ୍ରମଣର ପରିସ୍ଥିତି ବର୍ତ୍ତମାନ ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି କହିଲେ ଚଳେ । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୩୫ ହଜାରରୁ ଅଧିକ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କେବଳ କେରଳରେ ୧୯ ହଜାରରୁ ଅଧିକ ସଂକ୍ରମିତ ଅଛନ୍ତି । ଏହାସହ ଗୋଟିଏ ଦିନରେ ମୋଟ ୨୮୧ ଜୀବନ ହାରିଥିବା ବେଳେ, ସେଥିମଧ୍ୟରୁ ସର୍ବାଧିକ ୧୪୩ ଜଣ କେରଳର ଥିବା ସୂଚନା ମିଳିଛି ।

Advertisment

ଗତକାଲି ରାତି ୬ଟା ପର୍ଯ୍ୟନ୍ତ କେଉଁ ରାଜ୍ୟରେ କେତେ ଟିକାକରଣ ହୋଇଛି ?

ମହାରାଷ୍ଟ୍ର- ୧୨.୪୬ ଲକ୍ଷ

ପଶ୍ଚିମବଙ୍ଗ - ୧୦.୭୩ ଲକ୍ଷ

ମଧ୍ୟପ୍ରଦେଶ - ୫.୬୧ ଲକ୍ଷ

ଉତ୍ତରପ୍ରଦେଶ- ୫.୫୦ ଲକ୍ଷ

ଗୁଜୁରାଟରେ - ୩.୪୫ଲକ୍ଷ

ପଞ୍ଜାବ - ୨.୩୧ ଲକ୍ଷ

ଦିଲ୍ଲୀ - ୨.୦୦ଲକ୍ଷ

ଛତିଶଗଡ - ୧.୯୬ ଲକ୍ଷ

ହରିୟାଣା – ୧.୮୮ ଲକ୍ଷ

ବିହାର- ୧.୬୨

ଝାଡଖଣ୍ଡ – ୧.୦୩ ଲକ୍ଷ

ଜାମ୍ମୁକାଶ୍ମୀର -୦.୮୭ ଲକ୍ଷ

ଉତ୍ତରାଖଣ୍ଡ- ୦.୭୬ ଲକ୍ଷ

(କୋୱିନ୍ ପୋର୍ଟାଲର ତଥ୍ୟ ଅନୁଯାୟୀ)

COVID-19 COVID Vaccination
Advertisment
Advertisment