• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  ଗ୍ରାହକଙ୍କ ପାଇଁ SBI ଆଣିଛି ମେଗା ଅଫର 

  • ପ୍ରତି ମାସରେ ଆୟ କରିପାରିବେ ୬୦ ହଜାର ଟଙ୍କା 

ନୂଆଦିଲ୍ଲୀ: ଯଦି ଘରେ ବସି ଆପଣ କୌଣସୀ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆଣିଛୁ ଏକ ଦମ୍‌ଦାର ବିଜନେସ ଆଇଡିଆ । ଏହି ବ୍ୟବସାୟ ଆରମ୍ଭ କରି ଆପଣ ପ୍ରତି ମାସରେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିବେ । ଏମିତି ସୁଯୋଗ ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ । ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍‌ର ଫ୍ରାଞ୍ଚାଇଜ୍ ନେଇ ଆପଣ ସହଜରେ ମୋଟା ଅଙ୍କର ଟଙ୍କା ରୋଜଗାର କରିପାରିବେ ।

କେମିତି ନେବେ ଏସିବିଆଇ ଏଟିଏମ୍ ଫ୍ରାଞ୍ଚାଇଜ୍

 ଯଦି ଆପଣ ଏସିବିଆଇ ଏଟିଏମ୍ ଫ୍ରାଞ୍ଚାଇଜ୍ ନବାକୁ ଚାହୁଁଛନ୍ତି ତେବେ ଆପଣ ନିକଟସ୍ଥ ଏସିବିଆଇ ଏଟିଏମ୍ ଶାଖାରେ ଜାଣିବାକୁ ହେବ ଯେ କେଉଁ ଅଞ୍ଳରେ ଏଟିଏମ୍ ର ଆବଶ୍ୟକତା ରହିଛି । ପ୍ରସ୍ତାବିତ ଏଟିଏମ୍ ପାଇଁ ପ୍ରାୟ ୫୦ରୁ ୮୦ ଫୁଟ୍ ସ୍ଥାନ ରହିଥିବା ଆବଶ୍ୟକ । ଫ୍ରାଞ୍ଚାଇଜକୁ ୨ ଲକ୍ଷ ଟଙ୍କାର ସ୍ୟକୁରିଟି ଜମା ଦେଇ କ୍ରୟ କରିହେବ । ଏହା ବ୍ୟତୀତ ୩ ଲକ୍ଷ ଟଙ୍କାର ୱାର୍କିଂ କ୍ୟାପିଟାଲ ରୂପେ ଜମା କରିବାକୁ ହେବ । ଏହିଭଳି ପ୍ରାୟ ୫ ଲକ୍ଷ ଟଙ୍କା ଆପଣଙ୍କ ପାଖରେ ଥିବା ଦରକାର । ଏହା ରିଫେଣ୍ଟେବୁଲ ଡିପୋଜିଟ୍ ହୋଇଥାଏ । ଫ୍ରାଞ୍ଚାଇଜ୍ ସମାପ୍ତ ହେବା ପରେ ଟଙ୍କା ଫେରସ୍ତ ମିଳିଥାଏ । ତେବେ ଆଉ ଡେରି ନକରି ଏହିଭଳି ଭାବେ ଏଟିଏମ୍ ଫ୍ରାଞ୍ଚାଇଜ୍ ପାଇଁ ଆବେଦନ କରନ୍ତୁ ।

ଏସିବିଆଇ ଏଟିଏମ୍‌ର ଫ୍ରାଞ୍ଚାଇଜ୍ କିଛି କଂପାନୀ ଦେଇଥାନ୍ତି ।ଆପଣ ସେମାନଙ୍କୁ ଆଫିସିଆଲ ୱେବ୍ ସାଇଟ୍ କୁ ଯାଇ ଅନ୍ ଲାଇନ ଆବେଦନ କରିପାରିବେ । ଏଟିଏମ୍ ଲଗେଇବା ପାଇଁ କଂପାନୀ ମାନେ ଅଲଗା ହୋଇଥାନ୍ତି । ଇଣ୍ଡିଆରେ ଏଟିଏମ୍ ଲଗାଇବାର କଣ୍ଟ୍ରାକ୍ଟ ଟାଟା ଇଣ୍ଡି କ୍ୟାସ୍ ମୁଲଥନ୍ ଏଟିଏମ୍ ଓ ଇଣ୍ଡିଆ ୱାନ୍ ଏଟିଏମ୍ ପାଖରେ ରହିଥାଏ । ଏଥିପାଇଁ ଏସବୁ କଂପାନୀ ୱେବ୍ ସାଇଟରେ ଅନ୍ ଲାଇନ୍ ଲଗ୍ ଇନ୍ କରି ନିଜର ଏଟିଏମ୍ ପାଇଁ ଆବେଦନ କରିପାରିବେ ।

ଏଟିଏମ୍ ଫ୍ରାଞ୍ଚାଇଜ୍ ପାଇଁ ଆବେଦନ କରିବା ପାଇଁ ଦରକାରି ଡକ୍ୟୁମେଣ୍ଟ ଆବଶ୍ୟକୀୟ ହୋଇଥାଏ । ଯେମିତିକି ଆଇ ଡି ପ୍ରୁଭ୍ ପାଇଁ ଆଧାର କାର୍ଡ,ପ୍ୟାନ୍ କାର୍ଡ,ଭୋଟର କାର୍ଡ ଏବଂ ଆଡ୍ରେସ୍ ଫ୍ରୁଫ୍ ପାଇଁ ରାସନ କାର୍ଡ କିମ୍ବା ଇଲେକ୍ଟ୍ରି ବିଲ୍ ଦେବାକୁ ପଡିଥାଏ । ଏହା ସହତ ବ୍ୟାଙ୍କ ଆକାଉଣ୍ଟ,ପାସବୁକ୍,ଫଟୋଗ୍ରାଫ୍,ଇମେଲ ଆଇଡି,ଫୋନ୍ ନଂ,ଜିଏସଟି ନଂ ଓ ଫାଇନାନସିଆଲ ଡକ୍ୟୁମେଣ୍ଟ ନିହାତି ଦରକାର । ଯଦି ଆୟ କଥା କହିବା ପ୍ରତି କ୍ୟାସ୍ ଟ୍ରାଞ୍ଜାକସନ୍ ରେ ୮ ଟଙ୍କା ଓ ନନ୍ କ୍ୟାସ ଟ୍ରାଞ୍ଜାକସନରେ ୨ ଟଙ୍କା ମିଳିଥାଏ । ଟ୍ରାଞ୍ଜାକସନକୁ ଦେଖିଲେ ଆପଣଙ୍କ ମାସିକ ଆୟ ପାଖାପାଖି ୪୫ ହଜାର ଟଙ୍କା ହେବ ।