• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ନୀରଜଙ୍କ ଅଭିନୟ ଦେଖି ଆଶ୍ଟର୍ଯ୍ୟ ହେଲେ ଦର୍ଶକ

ନୂଆଦିଲ୍ଲୀ:ଟୋକିଓ ଅଲିମ୍ପିକ୍ସ ୨୦୨୦ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏବେ ବେସ୍ ଚର୍ଚ୍ଚାରେ ଅଛନ୍ତି। ନୀରଜଙ୍କ ଅଭିନୟ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ନିକଟରେ ଏକ ବିଜ୍ଞାପନରେ ନୀରଜଙ୍କ ଅଭିନୟ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଅଲିମ୍ପିଆନ୍ ନୀରଜ ଚୋପ୍ରା ତାଙ୍କର ନୂତନ ବିଜ୍ଞାପନ ଭିଡିଓ (ନୀରଜ ଚୋପ୍ରା ଏଡି) ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ବିଜ୍ଞାପନରେ ନୀରଜ ଅଲଗା ଅଲଗା ଭୂମିକାରେ ନଜର ଆସି ସୁନାର ଦାମ୍ ବିଷୟରେ କହୁଥିବାର ନଜର ଆସିଛନ୍ତି ।

ଏହି ବିଜ୍ଞାପନରେ ଜଣେ କଂପାନୀର ମାଲିକ, ଜଣେ ସାମ୍ବାଦିକ, ଜଣେ ବ୍ୟାଙ୍କର, ଚଳଚ୍ଚିତ୍ର ନିର୍ମାତା ଏବଂ ଛାତ୍ର ପରି ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ନୀରଜଙ୍କ ଅଭିନୟ ଦେଖି ଲୋକମାନେ ବହୁତ ପ୍ରଶଂସା କରିଛନ୍ତି ।

 

ନୀରଜ ନିଜ ଟ୍ୱିଟର ଆକାଉଣ୍ଟରେ ଭିଡିଓଟିକୁ ସେୟାର କରି ୩୬୦ ଡିଗ୍ରୀ ମାର୍କେଟିଙ୍ଗ୍ ବୋଲି ପୋଷ୍ଟ କରିଛନ୍ତି । ନୀରଜଙ୍କ ଏହି ପୋଷ୍ଟ ଉପରେ ବହୁ ଫ୍ୟାନ୍ସ ଭଲ କମେଣ୍ଟ ଦେଇଛନ୍ତି । ଜଣେ ପ୍ରଶଂସକ ଭିଡିଓଟିକୁ ଦେଖି ଲେଖିଛନ୍ତି ଯେ 'କମର୍ସିଆଲ ଅଭିନେତାଙ୍କଠାରୁ ଆପଣ ବହୁତ ଭଲ ଅଭିନୟ କରୁଛନ୍ତି ନୀରଜ' । ଆଉ ଜଣେ ଉପଭୋକ୍ତା ୱେବ୍ ସିରିଜ ଫ୍ୟାମିଲ ମ୍ୟାନର ଏକ ଭିଡିଓ ସେୟାର କରି ଲେଖିଛନ୍ତି ଯେ 'ଷ୍ଟାର କିଡ୍ସ ନୀରଜ ଚୋପ୍ରାଙ୍କର ଅଭିନୟ ଦେଖୁଛନ୍ତି' । ସେହିପରି ଆଉ ଜଣେ ବିରାଟ କୋହଲିଙ୍କ ଫଟୋ ସେୟାର କରି ଲେଖିଛନ୍ତି ଯେ 'ଅଭିନେତା ମାନଙ୍କ କ୍ୟାରିୟର ସଂଙ୍କଟରେ ଅଛି' । ଆଉ ଜଣେ ନୀରଜଙ୍କର ପ୍ରଶଂସା କରି ଲେଖିଛନ୍ତି ଯେ କିଛି ବଲିଉଡ କଳାକାରଙ୍କଠାରୁ ଆପଣଙ୍କ ଅଭିନୟ ବହୁତ ଭଲ ଅଟେ ।

ନିକଟରେ  ଏକ ଚାର୍ଟାଡ ଫ୍ଲାଇଟରେ ନୀରଜ ତାଙ୍କ ବାପା ମାଆଙ୍କ ସହିତ ଫଟୋ ସେୟାର କରିଥିଲେ । ଏହି ଫଟୋରେ ଦର୍ଶାଇଥିଲେ ଯେ ଯେ ତାଙ୍କର ଏକ ସ୍ୱପ୍ନ ପୂରଣ ହୋଇଛି । ଅଗଷ୍ଟ ୭ ତାରଖରେ ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ । ନୀରଜଙ୍କ ଘର ହରିୟାଣାର ପାନିପତ୍ ଜିଲ୍ଲାର ଖନ୍ଦ୍ରା ଗାଁରେ ।