• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କୁନି ଛାତ୍ରୀଙ୍କ କରାମତି

  • ଗୋଟିଏ ମେସିନ କରିବ ୨୨ଟି କାମ

ମଧ୍ୟପ୍ରଦେଶ: କଥାରେ ଅଛି ଆବଶ୍ୟକତା ହିଁ ଉଦଭାବନର ଜନନୀ । ଏହାକୁ ସତ କରେଇ ଦେଖେଇଛନ୍ତି ଜଣେ କୁନି ଛାତ୍ରୀ । ଏହି ଛାତ୍ରୀ ଜଣକ ହେଲେ ମଧ୍ୟପ୍ରଦେଶର ଦଶମ ଶ୍ରଣୀର ନବଶ୍ରୀ ଠାକୁର । ନବଶ୍ରୀଙ୍କ ପିତାମାତା ମୂଲ ଲାଗି ପରିବାର ଚଳାନ୍ତି । ଘରର କାମ କରିବା ସହିତ ରୋଜଗାର ପାଇଁ ମଧ୍ୟ ସମୟ ଦିଅନ୍ତି । ନବଶ୍ରୀଙ୍କ ମାଆ ଘର କାମ ସହ ଘର ପାଇଁ ରୋଜଗାର ମଧ୍ୟ କରନ୍ତି । ମାଆଙ୍କର ଏଭଳି ପରିଶ୍ରମକୁ ଦେଖନ୍ତି ନବଶ୍ରୀ । ଏନେଇ ସେ ପ୍ରକଳ୍ପର ଯୋଜନା ମଧ୍ୟ କଲେ । ଇନସ୍ପାୟାର ଆୱାଡ଼ ଯୋଜନା ପାଇଁ ସେ ଏକ ମଡେଲ ତିଆରି କଲେ ଯାହା ଦ୍ୱାରା ଏକା ସାଙ୍ଗରେ ଅନେକ ଗୁଡିଏ କାମ କରି ହେବ । ଏହି ପ୍ରକଳ୍ପ ନେଇ ନବଶ୍ରୀ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ନବଶ୍ରୀ ଏହି ମଲ୍ଟି ଟାସ୍କିଂ ମେସିନ୍ ଇନସ୍ପାୟାରିଂ ଆୱାଡରେ ସାରା ଦେଶରେ ପ୍ରଥମ ସ୍ଥାନ ରହିବା ପରେ ତାଙ୍କ ଘର ସହିତ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି ।

ନବଶ୍ରୀଙ୍କ ଏହି ସଫଳତାକୁ ନେଇ ରାଷ୍ଟ୍ରପତି ତାଙ୍କୁ ସମ୍ମାନିତ କରିବେ । ଶିକ୍ଷା ବିଭାଗ ଦ୍ୱାରା ହେଉଥିବା ବିଜ୍ଞାନ କ୍ଷେତ୍ରରେ ଏହି ପ୍ରତିଯୋଗିତା ପାଇଁ ସାରା ଦେଶରୁ ୫୦୦ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ । ତେବେ ଏହି ପ୍ରତିଯୋଗିତାରେ ସବୁ ମଡେଲକୁ ପଛରେ ପକାଇ ନବଶ୍ରୀଙ୍କ ଏହି ମଡେଲ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ଜିଲ୍ଲା ଶିକ୍ଷାଧିକାରି ରବି ମୌଖିଲ କହିଛନ୍ତି ଯେ ନବଶ୍ରୀ ଠାକୁର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଏହି ଆୱାଡ଼ ୨୦୧୯ ଓ ୨୦୨୦ ବର୍ଷର ହୋଇଥିବା ବେଳେ ନବଶ୍ରୀ ଏହି ମଡେଲ ଅପଲୋଡ଼ କରିଥିଲେ । ସେତେବେଳେ ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଥିଲେ । ନବଶ୍ରୀଙ୍କ ଦ୍ୱାରା ନିର୍ମିତ ହୋଇଥିବା ଏହି ମେସିନ୍ କାଠରେ ତିଆରି ହୋଇଛି । ଏହା ହାତ ଦ୍ୱାରା ହିଁ ଚାଲିବ । ଏଥିରେ ବିଦ୍ୟୁତ୍ କିମ୍ବା ଅନ୍ୟ କୌଣସୀ ଖର୍ଚ୍ଚ ଲାଗିବ ନାହିଁ । ଏହି ମେସିନକୁ ଏହିଭଳି ଭାବେ ପ୍ରସ୍ତୁତ କରାଯାଇଛି ଯାହା ବେଳେ ବେଳେ ରୁଟି ବେଲିବା,ପରିବା କାଟିବା,ଜୁସ୍ ତିଆରି କରିବା,ମସଲା ବାଟିବା ସହିତ ଏକା ସାଙ୍ଗରେ ୨୨ଟି କାମ କରିପାରିବ ।

ନବଶ୍ରୀ ସ୍ଥାନୀୟ ବାଳିକା ବିଦ୍ୟାଳୟର ଛାତ୍ରୀ । ତାଙ୍କ ମାଆ କାମକୁ ଯାଉଥିବାରୁ ଅନେକ ସମୟରେ ତାଙ୍କ ଘରର କାମ ଅଧା ରହିଯାଏ । ତେଣୁ ମାଆଙ୍କ ସୁବିଧା ପାଇଁ ଏଭଳି ଏକ ମେସିନ ତିଆରି କରିବା ପାଇଁ ବିଦ୍ୟାଳର ବିଜ୍ଞାନ ଶିକ୍ଷୟତ୍ରୀ ଆଲୋଚନା କରିଥିଲେ । ତାଙ୍କ ପରାମର୍ଶରେ ସେ ଏହି ମଲ୍ଟି ୟଜ୍ ଫୁଲ ମେସିନ ନିର୍ମାଣ କରିବାରେ ସଫଳ ହୋଇଛନ୍ତି । ଏହି ମେସିନ ତିଆରି କରିବା ପାଇଁ ସେ ଶାଗୁଆନ କାଠ ବ୍ୟବହାର କରିଛନ୍ତି । ଏହି ମେସିନର ଓଜନ ୬.୫ କେଜି ହୋଇଥିବା ବେଳେ ଏହାକୁ ତିଆରି କରିବା ପାଇଁ ପ୍ରାୟ ୩ ମାସ ସମୟ ଲାଗିଖିଲା ବୋଲି ନବଶ୍ରୀ କହିଛନ୍ତି ।