Advertisment

୧୬ ପର୍ଯ୍ୟନ୍ତ ପହଞ୍ଚିଥିଲା ଅକ୍ସିଜେନ୍ ଲେବେଲ୍ : ୧୩୦ ଦିନର ସଂଗ୍ରାମ ପରେ ଭାଇରସକୁ ହରାଇଲେ ବିଶ୍ୱାସ ସୈନି

ସୂତାଖିଅରେ ଝୁଲୁଥିଲା ଜୀବନ । ୧୬ ପର୍ଯ୍ୟନ୍ତ ପହଞ୍ଚିଥିଲା ଅକ୍ସିଜେନ୍ ଲେବେଲ୍୧୩୦ ଦିନର ସଂକ୍ରମଣ ସହ ସଂଗ୍ରାମ । ମେଡିକାଲ ବେଡରେ ମହାମାରୀ ସହ ଅହରହ ଯୁଦ୍ଧ । ଆଉ ଶେଷରେ ନୂଆ ଜୀବନ ପାଇଛନ୍ତି ଜଣେ ୩୯ ବର୍ଷୀୟ ଯୁବକ । ଜୀବନ ଜିଇଁବାର ଇଚ୍ଛା ବଳରେ ସେ ହୋଇଛନ୍ତି ଜଣେ କରୋନା ବିଜୟୀ ।

author-image
Prangyan Parimita
ଅଦ୍ୟତନ ହୋଇଛି
vishwas-saini

vishwas-saini

ମେରଠ : ସୂତାଖିଅରେ ଝୁଲୁଥିଲା ଜୀବନ । ୧୬ ପର୍ଯ୍ୟନ୍ତ ପହଞ୍ଚିଥିଲା ଅକ୍ସିଜେନ୍ ଲେବେଲ୍ । ୧୩୦ ଦିନର ସଂକ୍ରମଣ ସହ ସଂଗ୍ରାମ । ମେଡିକାଲ ବେଡରେ ମହାମାରୀ ସହ ଅହରହ ଯୁଦ୍ଧ । ଆଉ ଶେଷରେ ନୂଆ ଜୀବନ ପାଇଛନ୍ତି ଜଣେ ୩୯ ବର୍ଷୀୟ ଯୁବକ । ଜୀବନ ଜିଇଁବାର ଇଚ୍ଛା ବଳରେ ସେ ହୋଇଛନ୍ତି ଜଣେ କରୋନା ବିଜୟୀ । ସେ ହେଉଛନ୍ତି ଉତ୍ତର ପ୍ରଦେଶ ମେରଠର ବିଶ୍ୱାସ ସୈନି । ଅନେକ ଆଶା ଛାଡ଼ି ଦେଇଥିଲେ ଡାକ୍ତର ବି ଭଗବାନଙ୍କ ଉପରେ ସବୁ କିଛି ଛାଡ଼ି ଦେଇଥିଲେ । ହେଲେ ନିୟତି ଆଗରେ ସଂକ୍ରମଣ ହାରିଛି ଆଉ ଜୀବନ ଜିତିଛି । ଜଟିଳ ଅବସ୍ଥାରେ ଚିକିତ୍ସିତ ହେଉଥିବା ବିଶ୍ୱାସ ନୂଆ ଜୀବନ ପାଇବା ପରେ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । 

Advertisment

ତେବେ ସହଜର ନଥିଲା କରୋନାକୁ ହରାଇବା । ଏପ୍ରିଲ ୨୮ରେ କରୋନାରେ ସଂକ୍ରମିତ ହୋଇଥିଲେ ମେରଠ ଇଶ୍ୱରପୁରୀର ବାସିନ୍ଦା ୩୯ ବର୍ଷୀୟ ବିଶ୍ୱାସ ସୈନି । ମେ ୨ ତାରିଖ ବେଳକୁ ତାଙ୍କ ଅବସ୍ଥା ଅତି ସଂକଟାପନ୍ନ ହୋଇଥିଲା । ଏହା ପରେ ତାଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦିନକୁ ଦିନ ସ୍ୱାସ୍ଥାବସ୍ଥା ବିଗିଡିବାକୁ ଲାଗିଲା । ଛାତିର ସିଟି ସ୍କାନ କରିବାକୁ ଜଣାପଡ଼ିଲା ଯେ, ଦୁଇଟି ଯାକ ଫୁସଫୁସ ଧଳା ହୋଇଯାଇଛି । ସିଟି ସ୍କୋର ୨୫ ଦେଖି ଡାକ୍ତରୀ ଟିମର ହୋସ ଉଡ଼ି ଯାଇଥିଲା । ଯେଉଁଠି ସିଟି ସ୍କୋର ୨୨ରେ ଜୀବନ ଚାଲିଯିବାର ଭୟ ରହିଛି ସେଠି ୨୫ ସ୍କୋରରେ ବିଶ୍ୱାସଙ୍କ ବଞ୍ଚି ରହିବା ସେମାନଙ୍କୁ ଅବିଶ୍ୱାସ ଲାଗୁଥିଲା । ଏହା ପରେ ଛାତି ରୋଗ ବିଶେଷଜ୍ଞ ଡାକ୍ତର ଆୟୂଷ ଜୈନ୍ ଏବଂ କ୍ରିଟକାଲ କେୟାର ବିଶେଷଜ୍ଞ ଡାକ୍ତର ଅବନୀତ ରାଣା ଚିକିତ୍ସା ଆରମ୍ଭ କରିଥିଲେ ।

Advertisment

ମେଡିକାଲରେ ଭର୍ତ୍ତି ହେବାର ୧୫ ଦିନ ପରେ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା ସତ କିନ୍ତୁ ସଂକ୍ରମଣର ପ୍ରଭାବ ଅତି ଘାତକ ଥିଲା । ତେବେ ସବୁ ସତ୍ତ୍ୱେ ମୃତ୍ୟୁକୁ ମାତ୍ ଦେଇ ନୂଆ ଜୀବନ ପାଇ ସେ ବେଶ୍ ଖୁସି ବିଶ୍ୱାସ । ଡାକ୍ତର ଓ କରୋନା ଆକ୍ରାନ୍ତ ବିଶ୍ୱାସ ସୈନିଙ୍କ ଆତ୍ମବିଶ୍ୱାସ ଯୋଗୁଁ ହିଁ ଏଭଳି ଚମତ୍କାର ହୋଇପାରିଛି ।.

ହସ୍ପିଟାଲରୁ ଡିସଚାର୍ଜ ହେବାପରେ ବିଶ୍ୱାସ ଖୁସି ବ୍ୟକ୍ତ କରି  କହିଛନ୍ତି, 'ଏତେ ଦିନ ପରେ ପରିବାର ସହିତ ଘରେ ରହିବା ପାଇଁ ମିଳିଥିବାରୁ ବହୁତ ଭଲ ଲାଗୁଛି ।'

COVID-19 30 Days Of Battle Vishwas Saini
Advertisment
Advertisment