Advertisment

ଗୋଟିଏ ଗଛରେ ଫଳୁଛି ଆମ୍ୱ, କଦଳୀ ସହ ୪୦ ପ୍ରକାର ଫଳ

ଗୋଟିଏ ଗଛରେ ବିଭିନ୍ନ ରଙ୍ଗର ଫୁଲ ଫୁଥିଥିବା ଆମେ ଦେଖିଛେ। ତେବେ ଗୋଟିଏ ଗଛରେ ବିଭିନ୍ନ ପ୍ରକାର ଫଳ ଫଳିବା ଆପଣ କେବେ ଦେଖିଛନ୍ତି କି? ଯଦି ନା ତାହେଲେ ଏବେ ଦେଖନ୍ତୁ। ଗୋଟିଏ ଗଛରେ ଫଳିଛି ଆମ୍ବ, ପିଜୁଳି, ସେଓ, କଦଳୀ ଓ ଜାମୁକୋଳି

author-image
Sarbeswar
Tree

Tree

ନୂଆଦିଲ୍ଲୀ: ଗୋଟିଏ ଗଛରେ ବିଭିନ୍ନ ରଙ୍ଗର ଫୁଲ ଫୁଥିଥିବା ଆମେ ଦେଖିଛେ। ତେବେ ଗୋଟିଏ ଗଛରେ ବିଭିନ୍ନ ପ୍ରକାର ଫଳ ଫଳିବା ଆପଣ କେବେ ଦେଖିଛନ୍ତି କି? ଯଦି ନା ତାହେଲେ ଏବେ ଦେଖନ୍ତୁ। ଗୋଟିଏ ଗଛରେ ଫଳିଛି ଆମ୍ବ, ପିଜୁଳି, ସେଓ, କଦଳୀ ଓ ଜାମୁକୋଳି। ଖାଲି ଏତିକି ନୁହେଁ, ଏମିତି ୪୦ ପ୍ରକାର ଫଳ ଫଳିଛି ଏଇ ଗୋଟିଏ ଗଛରେ। ସାରା ବିଶ୍ୱରେ ଏହି ଗଛଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

୪୦ ପ୍ରକାର ଫଳ ଦେଉଥିବା ଏହି ଆଶ୍ଚର୍ଯ୍ୟଜନକ ଗଛର ନାଁ ହେଉଛି ‘Tree of 40’। ଆମେରିକାରେ ଏହି ଗଛଟି ଦେଖିବାକୁ ମିଳୁଛି। ଯେଉଁଥିରେ ୪୦ ପ୍ରକାରର ଅଲଗା ଅଲଗା ଫଳ ଫଳିଛି। ଆଉ ଏହି ସ୍ବତନ୍ତ୍ର ଗଛକୁ ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହୋଇ ଯାଉଛି।

ଆମେରିକା ବିଶେଷଜ୍ଞ ସାମ ଭାନ ଏକେନ ଏହି ‘Tree of 40’ର ଆବିଷ୍କାର କରି କୃଷି କ୍ଷେତ୍ରରେ ଆଧୁନିକ କୌଶଳକୁ ସାମ୍ନାକୁ ଆଣିଛନ୍ତି। ତେବେ ଏଭଳି ଗଛ ପାଇଁ ପ୍ରସ୍ତୁତି ବହୁ ପୂର୍ବରୁ ଚାଲି ଆସିଥିଲା। କୃଷି କ୍ଷେତ୍ରରେ ଆସିଥିବା ନୂଆ ଟେକନୋଲୋଜି କାରଣରୁ ‘Tree of 40’ର ସ୍ବପ୍ନ ପୂରା ହୋଇ ପାରିଛି ବୋଲି କୁହନ୍ତି ସାମ।

Advertisment

ନିୟୁର୍କରେ ରହୁଥିବା ସାମ ସେରାକ୍ୟୁଜ ବିଶ୍ବବିଦ୍ୟାଳୟରେ ଭିଜୁଆଲ ଆର୍ଟସର ପ୍ରଫେସର ରହିଛନ୍ତି। ୨୦୦୮ରେ ସାମ ବିଭିନ୍ନ ଫଳ ଗଛର ଶାଖାକୁ ଏକାଠି ଯୋଡ଼ି ବହୁ ଫଳ ଫଳିବା ଗଛକୁ ଆବିଷ୍କାର କରି ପାରିଛନ୍ତି। ଦେଶର ସାତଟି ରାଜ୍ୟରେ ଏଭଳି ୧୬ଟି ସ୍ବତନ୍ତ୍ର ଫଳ ଗଛ ଲଗା ଯାଇଛି। ତେବେ ଗଛ ମୂଲ୍ୟ ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ‘Tree of 40’ ଗୋଟିଏ ଗଛର ଦାମ ପ୍ରାୟ ୧୯ ଲକ୍ଷ ଟଙ୍କା।

‘ଗ୍ରାଫ୍ଟିଙ୍ଗ’ ନାମକ ଟେକନୋଲୋଜି ଜରିଆରେ ପ୍ରଫେସର ସାମ ଏଭଳି କାମ କରି ପାରିଛନ୍ତି। ଗୋଟିଏ ଗଛରେ ଏହି ୪୦ ପ୍ରକାର ଫଳ ଫଳାଇବାକୁ ତାଙ୍କୁ ଅନେକ ବର୍ଷ ଲାଗି ଯାଇଛି। ଏହି ସ୍ବତନ୍ତ୍ର ଗଛରେ ପ୍ଲମ, ଚେରି, ବାଦାମ, ଆମ୍ବ, ଜାମୁ, କଦଳୀ ଓ ସେଓ ଭଳି ଅନେକ ପ୍ରକାର ଫଳ ଫଳୁଛି।

ଆଧୁନିକ କୃଷି କୌଶଳ ସହାୟତାରେ ଗୋଟିଏ ଗଛରୁ ବିଭିନ୍ନ ରଙ୍ଗର ଫୁଲ ଫୁଟୁଥିବା ଆମେ ଦେଖିଛେ। ତେବେ ଗୋଟିଏ ଗଛରେ ବିଭିନ୍ନ ପ୍ରକାର ଫଳ ଫଳିବା ସତରେ ନୂଆ କଥା।

India Special Tree
Advertisment
Advertisment