2021 Nobel Peace prize
ନୂଆଦିଲ୍ଲୀ: ଚଳିତ ଥରର ନୋବେଲ ଶାନ୍ତି ପୁରସ୍କାର ପାଇବେ ଦୁଇ ଜଣ ସାମ୍ବାଦିକ । ଆମେରିକୀୟ ସାମ୍ବାଦିକ ମାରିଆ ରେସା ଓ ଋ଼ଷିଆର ସାମ୍ବାଦିକ ଦିମିତ୍ରି ମୁରାତୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣା କରାଯାଇଛି । ବିଶ୍ୱ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ବାକ୍ ସ୍ୱାଧିନତା ପାଇଁ କାର୍ଯ୍ୟ କରିଥିବାରୁ ଏହି ସବୋର୍ଚ୍ଚ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯିବ।
Advertisment
ଦକ୍ଷିଣ ପୂର୍ବ ଏସିଆରେ ଦୀର୍ଘ ଦୁଇ ଦଶଦ୍ଧି ଧରି ଇନଭେଷ୍ଟିକେଟିଭ୍ ରିପୋର୍ଟର ଭାବେ କାମ କରିଥିଲେ ମାରିଆ। ଏହି ସମୟରେ ମାନବାଧିକାର, ପ୍ରେସ୍ ଫ୍ରିଡମ୍ କ୍ଷେତ୍ରରେ ବି ତାଙ୍କ ଅତୁଳନୀୟ ଅବଦାନକୁ ଦେଖିଛନ୍ତି ସାରା ବିଶ୍ୱ। ସେହିପରି ଋ଼ଷର ସୁନାମଧନ୍ୟ ଖବରକାଗଜ ନୋଭାଜା ଗେଜେଟାର ମୁଖ୍ୟ ସମ୍ବାଦକ ହେଉଛନ୍ତି ଦିମିତ୍ରି ମୁରାତୋଭ । ସରକାରଙ୍କ ଦୂର୍ନୀତିର ମୁଖା ଖୋଲିବା ଓ ମାନବାଧିକାର ଉଲ୍ଲଘଂନ ଘଟଣାକୁ ସାମ୍ନାକୁ ଆଣିବା କ୍ଷେତ୍ରରେ ଖବର ପ୍ରକାଶ କରି ଚର୍ଚ୍ଚାକୁ ଆସିଥିଲେ ଦିମିତ୍ରି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)