/odishatv-khabar/media/post_attachments/uploadimage/library/16_9/16_9_0/IMAGE_1630171098.jpg)
Jaish terrorist organization
ଜାମ୍ମୁ: ବିଦ୍ୱେଷର ମଞ୍ଜି ବୁଣୁଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI । ସୀମା ସେପଟୁ ଆତଙ୍କୀଙ୍କୁ ଅନୁପ୍ରବେଶ କରାଇ, କାଶ୍ମୀରରେ ହିଂସା ସୃଷ୍ଟି ପାଇଁ ଚଳାଇଛି ହୀନ ପ୍ରୟାସ । ଗତ କିଛି ଦିନ ହେଲାଣି ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି । ପୂର୍ବରୁ ସେମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଥିବା ବେଳେ, ଏବେ ସାଧାରଣ ଲୋକଙ୍କୁ ନିଶାନା କରୁଛନ୍ତି। କେବଳ ନିଶାନା କରୁଛନ୍ତି ତାହା ନୁହେଁ ବରଂ ଆକ୍ରମଣ ମଧ୍ୟ କରୁଛନ୍ତି। ଯାହାକୁ ନେଇ ଚିନ୍ତାରେ ସୀମାବର୍ତ୍ତୀ ଅଂଚଳର ଲୋକେ।
ଜାମ୍ମୁ ଓ କାଶ୍ମୀରରେ ୫ଦିନରେ ଆତଙ୍କୀ ନେଲେଣି ୭ ମୁଣ୍ଡ । ଗୋଟିଏ ଗୋଷ୍ଠୀ ଟାର୍ଗେଟ୍ ହେଉଥିବା କହୁଛି ପୋଲିସ । ଗତ ମଙ୍ଗଳବାର ଆତଙ୍କବାଦୀମାନେ ଶ୍ରୀନଗରର ଜଣେ ପ୍ରମୁଖ ଔଷଧ ବ୍ୟବସାୟୀ ମାଖନ ଲାଲ ବିନ୍ଦ୍ରୁଙ୍କୁ ତାଙ୍କ ଦୋକାନରେ ପଶି ଗୁଳି କରି ହତ୍ୟା କରିଥିଲେ। ୧୯୯୦ ମସିହାରେ ଯେତେବେଳେ କାଶ୍ମୀରରେ ହିଂସା ବଢି ଚାଲିଥିଲା, ସେତେବେଳେ ସେ ସେଠାରେ ରହି ଲୋକମାନଙ୍କୁ ଔଷଧ ଯୋଗାଉଥିଲେ । ହିଂସାକୁ ନ ଡରି ସେ ସବୁଦିନ ଦୋକାନ ଖୋଲୁଥିଲେ, କିନ୍ତୁ ଏବେ ତାଙ୍କ ଦୋକାନ ବନ୍ଦ ହୋଇଯାଇଛି। ଏଭଳି ବର୍ବର କାଣ୍ଡକୁ ନେଇ ଆତଙ୍କବାଦୀମାନଙ୍କୁ ସିଧାସଳଖ ଚ୍ୟାଲେଂଜ କରିଛନ୍ତି ବିନ୍ଦ୍ରୁଙ୍କ ଝିଅ । ଯଦି ସାହସ ଅଛି ତାଙ୍କ ସହ ସାମ୍ନାସାମ୍ନି ହୋଇ ତର୍କ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଗତ ମଂଗଳବାର ଆତଙ୍କବାଦୀମାନେ ବିନ୍ଦ୍ରୁଙ୍କ ସହ ଜଣେ ଉଠାଦୋକାନୀ ଓ ଅନ୍ୟଜଣେ ସ୍ଥାନୀୟ ଲୋକକୁ ମଧ୍ୟ ହତ୍ୟା କରିଥିଲେ।
Also Read
କାଶ୍ମୀରରେ ହେଉଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କବାଦୀ ସଂଗଠନ ଦ ରେଜିଷ୍ଟାନ୍ସ ଫୋର୍ସ । ପାକିସ୍ତାନର କରାଚୀରୁ ପରିଚାଳିତ ହେଉଥିବା ଏହି ଆତଙ୍କୀ ସଂଗଠନର ଲସ୍କର ଏ ତୋଇବା ସହ ଲିଙ୍କ୍ ଥିବା ପ୍ରମାଣ ମିଳିଛି । ଗତବର୍ଷ ଏହି ଆତଙ୍କୀ ସଂଗଠନର କଳା କାରନାମା ନଜରକୁ ଆସିଥିଲା । ଏହି ସଂଗଠନ ମୁଖ୍ୟତଃ ହିନ୍ଦୁମାନଙ୍କୁ ଟାର୍ଗେଟ କରିଥାଏ । ଲୋକଙ୍କ ମନରେ ଭୟ ଓ ଆତଙ୍କ ସୃଷ୍ଟି କରିବା ପାଇଁ ସେମାନେ ଜାଣିଶୁଣି ଏଭଳି ଉପାୟ କରୁଥିବା ଜଣାପଡିଛି । ବିଶେଷ କରି ଯେଉଁମାନେ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ କରିଥାନ୍ତି ସେମାନେ TRF ସଂଗଠନର ଟାର୍ଗେଟ ହୋଇଥାନ୍ତି ବୋଲି କୁହାଯାଉଛି । ଏହି ଆତଙ୍କୀ ସଂଗଠନର ତାଲିବାନ ସହ ଲିଙ୍କ ଥିବା ମଧ୍ୟ ସୂଚନା ମିଳିଛି । ତେବେ ସେ ତାଲିବାନ ହେଉ କି ପାକିସ୍ତାନର କୌଣସି ଆତଙ୍କୀ ଗୋଷ୍ଠୀ, ସବୁ ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIର ଯେ ସମର୍ଥନ ଓ ପ୍ରୋତ୍ସାହନ ରହିଛି, ଏହା ସୁସ୍ପଷ୍ଟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)