Advertisment

ବେଲ୍‌ ମିଳିଲାନାହିଁ, ଜେଲ୍‌ ଗଲେ ଆର୍ୟନ ଖାନ୍‌

ମୁମ୍ବାଇ କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ମିଳିଲାନି ଜାମିନ୍। ଜାମିନ ଆବେଦନ ଖାରଜ କଲେ ମୁମ୍ବାଇ କୋର୍ଟ। ତେବେ ଆଜି ପୁଣି ନିରାଶ ହେଲେ ଆର୍ୟନ।

author-image
Sarbeswar
undefined

Aryan Khan case

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ମିଳିଲାନି ଜାମିନ୍। ଜାମିନ ଆବେଦନ ଖାରଜ କଲେ ମୁମ୍ବାଇ କୋର୍ଟ। ତେବେ ଆଜି ପୁଣି ନିରାଶ ହେଲେ ଆର୍ୟନ। ଜେଲ ଗଲେ କିଙ୍ଗ୍ ଖାନଙ୍କ ପୁଅ। କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ନେଇ ଗିରଫଦାରୀ ପ୍ରସଙ୍ଗରେ ଆର୍ୟନ ଖାନଙ୍କୁ ଗତକାଲି ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ ପଠାଇଥିଲେ କୋର୍ଟ ହେଲେ ଆଜି ତାଙ୍କର ଜାମିନର ଶୁଣାଣି ଥିଲା କିନ୍ତୁ ଜାମିନ୍ ଦେଲେ ନାହିଁ କୋର୍ଟ। କୋର୍ଟରେ ଆର୍ୟନଙ୍କ ବେଲ ଆବେଦନ ଖାରଜ୍‌ ହୋଇଯାଇଛି। କେବଳ ଆର୍ଯ୍ୟନ୍ ନୁହେଁ ବରଂ ତାଙ୍କ ସହ ଅନ୍ୟ ୭ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ବିଚାରବିଭାଗୀୟ ହାଜତକୁ ଗତକାଲିଠାରୁ ପଠାଇ ଦିଆଯାଇଛି।

Advertisment

ସୂଚନା ଅନୁସାରେ, ଡ୍ରଗ୍ସ କାରବାରରେ ଫସିଥିବା ବଲିଉଡ୍‌ ଅଭିନେତା ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ୟନ୍‌ ଖାନ୍‌ଙ୍କୁ ଗତକାଲି ମୁମ୍ବାଇ କୋର୍ଟରେ ହାଜର କରିଥିଲା ଏନ୍‌ସିବି । ତେବେ ଆର୍ୟନଙ୍କୁ ପୁଣି ଥରେ ରିମାଣ୍ଡରେ ଅର୍ଥାତ୍‌ ରିମାଣ୍ଡ ଅବଧିକୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ବଢାଇବା ଲାଗି କୋର୍ଟରେ ଏନସିବି ଆବେଦନ କରିଥିଲା କିନ୍ତୁ କୋର୍ଟ ଏହାକୁ ନବଢାଇ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

Advertisment
NCB Aryan Khan
Advertisment
Advertisment