ଏପରିକି ରାଜଧାନୀର ଅନେକ ପେଟ୍ରୋଲ ପମ୍ପରେ ପୁରୁଣା ଗାଡି ଚିହ୍ନଟ ପକ୍ରିୟା ଆରମ୍ଭ ହୋଇଯାଇଛି। ଏବେ ପେଟ୍ରୋଲ ପମ୍ପଗୁଡ଼ିକରେ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ କ୍ୟାମେରା ଲଗାଯାଇଛି। ଏହା ସାହାଯ୍ୟରେ ପୁରୁଣା ଯାନ ଏବଂ ପିୟୁସି ନଥିବା ଯାନଗୁଡ଼ିକୁ ଚିହ୍ନଟ କରାଯାଇପାରିବ।
ରାସ୍ତାରେ ଆଉ ଗଡି ପାରିବନି ପୁରୁଣା ଗାଡି। ପୁରୁଣା ଗାଡି ରାସ୍ତାକୁ ଉଠାଇଲେ ଦେବେ ମୋଟା ଅଙ୍କର ଫାଇନ। ୧୫ ବର୍ଷ କିମ୍ବା ତା’ଠାରୁ ପୁରୁଣା ଗାଡି ପାଇଁ ନିୟମ କଡାକଡି କରିଛନ୍ତି ସରକାର। ଯଦି ଆପଣଙ୍କ ପାଖରେ ପୁରୁଣା ଗାଡି ଅଛି, ତେବେ ଆଜିଠାରୁ ହୋଇ ଯାଆନ୍ତୁ ସତର୍କ