• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଦେଶ ଛାଡି ପଳାଇଛନ୍ତି କି ଆଶିଷ ମିଶ୍ର ?

  • ଜାଣନ୍ତୁ କ’ଣ କହିଲେ ତାଙ୍କର ଭାଇ

ଲକ୍ଷ୍ନୌ: କୁଆଡେ ଗଲେ ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ? ଲଖିମ୍‌ପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଜି କ୍ରାଇମ୍‌ ବ୍ରାଞ୍ଚର ନିକଟରେ ଉପସ୍ଥିତ ହୋଇନାହାଁନ୍ତି । ଆଶିଷଙ୍କ କୌଣସି ପତ୍ତା ମିଳିନଥିବା ବେଳେ ନେଇ ତାଙ୍କ ଭାଇ ଅମିତ୍‌ ମିଶ୍ରା ଏକ ବୟାନ୍‌ ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, ତାଙ୍କ ଭାଇ ଖୁବ୍‌ ଶୀଘ୍ର ତଦନ୍ତ ପାଇଁ ଉପସ୍ଥିତ ହେବେ ।

ନ୍ୟୁଜ୍‌ ଏଜେନ୍ସି ଆଜ୍‌ତକ୍‌ ଅନୁଯାୟୀ, ଆଶିଷ ମିଶ୍ରାଙ୍କ ଭାଇ ଅମିତ୍ ମିଶ୍ର କହିଛନ୍ତି, ଏହି ପରିସ୍ଥିତିରେ ଫେରାର୍‌ ହେବାର କୌଣସି ବିଷୟ ନାହିଁ । ଆଶିଷ୍‌ ଖୁବ୍‌ ଶୀଘ୍ର ଏସ୍‌ଆଇଟିଙ୍କ ପାଖକୁ ଯିବେ । ବର୍ତ୍ତମାନ ଆସି ନ ପାରିଲେ ସନ୍ଧ୍ୟା ସୁଦ୍ଧା ସେ ଆସିଯିବେ । ଏଥିରେ ଲୁଚିବାର କୌଣସି କାରଣ ନାହିଁ ତେଣୁ ଆଶିଷ ଖୁବ୍‌ ଶୀଘ୍ର ହିଁ ଏସ୍‌ଆଇଟି ନିକଟରେ ଉପସ୍ଥିତ ହେବେ । ଏହସହ ସେ କହିଛନ୍ତି କି ଏହା କଂଗ୍ରେସ୍‌ର ଏକ ଷଡ଼ଯନ୍ତ୍ର ଅଟେ । ଖେରୀ ହିଂସା ଘଟଣା ସମୟରେ ଆଶିଷ୍ ବନବିରପୁରରେ ଥିଲେ । ଅର୍ଥାତ୍‌ ସେହି ସମୟରେ ଆଶିଷ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ନଥିଲେ ।

ଦେଶ ଛାଡି ପଳାଇଛନ୍ତି କି ଆଶିଷ ମିଶ୍ର ?

ଅମିତ କହିଛନ୍ତି, ଆଶିଷ ବିଷୟରେ କୁହାଯାଉଥିବା କଥା ସବୁ ବୃଥା ତଥା ମନଗଢା କାହାଣୀ ଅଟେ । ସେ ଜଣେ ଅପରାଧୀ ନୁହେଁ ଯିଏ ଲୁଚିକି ପଳାଇଥିବ । ଭିଡିଓରେ ମଧ୍ୟ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳୁନାହିଁ । ଡ୍ରାଇଭର କାର ଚଲାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହାସହ ସେ କହିଛନ୍ତି, ଆଶିଷ ଯେଉଁ ପ୍ରମାଣ ଦେଇଥାନ୍ତେ ତାହା ସେ ପୂର୍ବରୁ ଦେଇସାରିଛନ୍ତି । ପୋଲିସ୍ ପକ୍ଷରୁ ସମନ ଜାରି କରାଯାଇଛି । ସେଥିରେ ଆମର କୌଣସି ସମ୍ପର୍କ ନାହିଁ ହେଲେ ଆଶିଷ୍‌ ନିଶ୍ଚିତ ରୂପେ ଏସ୍‌ଆଇଟି ନିକଟରେ ଉପସ୍ଥିତ ହେବ । ଆଶିଷ୍ ମିଶ୍ରାଙ୍କ ଅନ୍ୟ ଜଣେ ଭାଇ ଅଭିଜାତ୍‌ ମିଶ୍ର ମଧ୍ୟ କହିଛନ୍ତି, ବର୍ତ୍ତମାନ ଆଶିଷ ଖେରୀ ଅଞ୍ଚରେ ନାହାନ୍ତି । ହେଲେ ସେ ଫେରିବା ମାତ୍ରେ ପୋଲିସ୍‌କୁ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବେ । ଆଶିଷ ମିଶ୍ରା ସହ ସୁମିତ ଜୈଶ୍ୱାଲ୍‌ଙ୍କୁ ମଧ୍ୟ ପୋଲିସ୍‌ ଖୋଜୁଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଜଣାପଡିଥିବା ୭ ଜଣ ଆରୋପିଙ୍କ ମଧ୍ୟରେ ଆଶିଷ ମିଶ୍ରା ଓ ସୁମିତ ଜୈଶ୍ୱାଲ୍‌ ମଧ୍ୟ ସାମିଲ୍‌ ଥିବା ଜଣାପଡିଛି ।