• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Samajwadi Party MP
ତାଲିବାନୀଙ୍କୁ ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କ ସହ ତୁଳନା କଲେ ଏସପି ସାଂସଦ, ଦେଶଦ୍ରୋହ ମାମଲା ରୁଜୁ

ତାଲିବାନୀଙ୍କୁ ସମର୍ଥନ କରି ବୟାନ ଦେଇଥିବା ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ସାଂସଦ ଡା.ଶଫିଫୁର ରହମାନ ବର୍କଙ୍କ ବିରୋଧରେ ଦେଶଦ୍ରୋହ ମାମଲା  ରୁଜୁ ହୋଇଛି।

nda-exam
ସୁପ୍ରିମକୋର୍ଟଙ୍କ ସୁପ୍ରିମ ନିଷ୍ପତ୍ତି : NDA ପରୀକ୍ଷା ଦେଇପାରିବେ ଝିଅ

ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA) ପରୀକ୍ଷା ଦେଇପାରିବେ ଝିଅ । ସୁପ୍ରିମକୋର୍ଟ ଆଜି ଝିଅମାନଙ୍କ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି । ଏନଡିଏ ପରୀକ୍ଷାରେ ବସିବାକୁ ଝିଅମାନଙ୍କୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେପ୍ଟେମ୍ବର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷା ଦେଇପାରିବେ ଝିଅ । ସୈନିକ ସ୍କୁଲ ଏବଂ ରାଷ୍ଟ୍ରିୟ ଇଣ୍ଡିଆନ୍ ମିଲିଟାରୀ କଲେଜରେ ଝିଅମାନଙ୍କୁ ଆଡମିଶନ ମିଳୁନଥିବାରୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ଚାଲିଥିଲା, ଯେଉଁଥିରେ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇଛନ୍ତି ସୁପ୍ରିମକୋର୍ଟ। ଏହାସହ ଲିଙ୍ଗଗତ ବାଛ ବିଚାରକୁ ସେନାକୁ ଭର୍ତ୍ସନା କରିଛନ୍ତି । 

justice nagarathna
ଦେଶର ପ୍ରଥମ ମହିଳା CJI ହୋଇପାରନ୍ତି ଜଷ୍ଟିସ ବି ଭି ନାଗରତ୍ନା

ଆଗାମୀ ଦିନରେ ଜଷ୍ଟିସ ବି ଭି ନାଗରତ୍ନା ହୋଇପାରନ୍ତି ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି। ଏହି ସୂଚନା ବୁଧବାର ସାମ୍ନାକୁ ଆସିଛି।

Sunanda Pushkar Death Case
ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁରଙ୍କୁ ଆଶ୍ୱସ୍ତି : କଂଗ୍ରେସ ନେତାଙ୍କୁ ନିର୍ଦ୍ଦୋଶରେ ଖଲାସ କଲେ କୋର୍ଟ

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ କଂଗ୍ରେସ ନେତା ଶଶି ଥରୁରଙ୍କୁ ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି । ଦିଲ୍ଲୀର ରାଉସ୍ ଏଭେନ୍ୟୁ କୋର୍ଟ ସୁଦନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଶଶି ଥରୁର ଧନ୍ୟବାଦ ଜଣାଇବା ସହ କହିଛନ୍ତି 7.5 ବର୍ଷ ଧରି ଏହି ନିର୍ଯାତନା ତଥା ଯନ୍ତ୍ରଣା ଭୋଗୁଥିଲି । ଆଜି ନ୍ୟାୟ ମିଳିଛି ।

talibani militants in afghanistan
ତାଲିବାନଙ୍କ ବର୍ବର କାଣ୍ଡ: ଘରେ ପଶି ଖାଇବାକୁ ମାଗିଲେ, ନ ଦେଲାରୁ....

ପ୍ରତିଶୋଧ ମନୋବୃତ୍ତି ନେଇ କାମ କରିବେ ନାହିଁ ବୋଲି କହିଛନ୍ତି ଆଫଗାନିସ୍ତାନରେ କ୍ଷମତାକୁ ଆସିଥିବା ତାଲିବାନୀ ଶାସକ । ହେଲେ ଏହି ପ୍ରତିଶ୍ରୁତି କେତେ ସତ ତାହା ଏବେ ସ୍ପଷ୍ଟ ହୋଇଯାଇଛି। ପୁଣିଥରେ ସାମ୍ନାକୁ ଆସିଛି ତାଲିବାନୀ ବର୍ବରତା ।

Bjp leader shot dead
ପୁଣି ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ପୁଣି ଜଣେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଗୋଟିଏ ସପ୍ତାହରେ ଏହା ତୃତୀୟ ବିଜେପି ନେତାଙ୍କ ହତ୍ୟା।

sp mla amitabh bajpai
‘NHAI ଅଧିକାରୀଙ୍କୁ ଚାପୁଡ଼ା ମାର, ୧ ଲକ୍ଷ ଟଙ୍କା ପୁରସ୍କାର ନିଅ’ ଘୋଷଣା କରିଥିବା ବିଧାୟକଙ୍କ ବିରୋଧରେ FIR

କାନପୁରର ସମାଜବାଦୀ ପାର୍ଟି(SP) ବିଧାୟକ ଅମିତାଭ ବାଜପେୟୀଙ୍କ ବିରୋଧରେ FIR ରୁଜୁ ହୋଇଛି। NHAI(National Highways Authority of India)ର ଅଧିକାରୀଙ୍କୁ ଚାପୁଡ଼ା ମାରିଲେ ପୁରସ୍କାର ଦିଆଯିବ ବୋଲି ଅମିତାଭ ଘୋଷଣା କରିଥିବା ଅଭିଯୋଗ ହୋଇଛି।

Senior Congress leader and former Kerala Chief Minister Oommen Chandy |
ଯୌନ ନିର୍ଯାତନା ଅଭିଯୋଗରେ କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା

ପୀଡିତା ଜଣକ କହିଛନ୍ତି ଯେ ଯେତେବେଳେ ସୋଲାର ପ୍ରୋଜେକ୍ଟ ପାଇଁ ପରିଦର୍ଶନରେ ଯାଉଥିଲେ, ସେହି ସମୟରେ ଅଭିଯୁକ୍ତମାନେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏସବୁ ଘଟଣା ମନ୍ତ୍ରୀଙ୍କ ସରକାରୀ ବାସଭବନ, ଏମ୍‌ଏଲଏ ହଷ୍ଟେଲ ଓ ହୋଟେଲ ରୁମ୍‌ରେ ଘଟିଥିଲା।

meeting of Cabinet Committee
ଆଫଗାନିସ୍ତାନର ସଂଖ୍ୟାଲଘୁ ହିନ୍ଦୁ ଓ ଶିଖଙ୍କୁ ଶରଣ ଦେବ ଭାରତ

ତାଲିବାନ୍‌ର କାବୁଲ୍ ଅଧିକାର ପରେ ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତି ଏବଂ ସେଠାରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ବୈଠକରେ ବିଷଦ୍ ଆଲୋଚନା ହୋଇଛି। ଆଫଗାନିସ୍ତାନରେ ଫସିଥିବା ହିନ୍ଦୁ ଓ ଶିଖ୍ ମାନଙ୍କୁ କିଭଳି ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଅଣାଯିବ, ତାଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

Arvind Kejriwal
ସରଗରମ ଉତ୍ତରାଖଣ୍ଡ ରାଜନୀତି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆପ୍‌

ତେବେ ଆଜି ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି ଆମ୍ ଆଦମୀ ପାର୍ଟି । ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଡେରାଡୁନ୍ ଗସ୍ତରେ ଯାଇ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ।

Dolphin Metabolism
ମଣିଷ ପରି ଡଲ୍‌ଫିନ୍‌ର ବି ମେଟାବୋଲିଜିମ୍‌ରେ ମନ୍ଥରତା ଦେଖାଯାଏ

ମେଦବହୁଳତାକୁ ଏବେ ସାରା ବିଶ୍ୱ ଚିନ୍ତାରେ। ତେବେ ଏଥିପାଇଁ ମେଟାବୋଲିଜିମ୍‌ର ମନ୍ଥରତା ମୁଖ୍ୟ କାରଣ ବୋଲି ବିବେଚନା କରାଯାଏ, ଯେଉଁଥିପାଇଁ ଅଧିକାଂଶ ଜୀବନଶୈଳୀ ଦାୟୀ ବୋଲି କୁହାଯାଏ। ଆମେ ଭାବୁ ଯେ ଏହା କେବଳ ମାନବ କ୍ଷେତ୍ରରେ ହୋଇଥାଏ। କିନ୍ତୁ ନୂଆ ଅନୁସନ୍ଧାନରୁ ଜଣାପଡିଛି ଯେ ଡଲଫିନ୍ ସହିତ ମଧ୍ୟ ଏଭଳି ହୋଇଥାଏ। ଡ୍ୟୁକ୍ ୟୁନିଭର୍ସିଟିର ଅନୁସନ୍ଧାନରୁ ଜଣାପଡିଛି ଯେ ବଟଲନୋଜ୍ ଡଲଫିନ୍‌ମାନେ ବୟସ ଅନୁସାରେ କମ୍ ହାରରେ କ୍ୟାଲୋରୀ ବର୍ଣ୍ଣ କରିବାରେ ସକ୍ଷମ ହୋଇଥାନ୍ତି।

Afghanistan Student
ଓଡ଼ିଶାରେ ଥାଇ ଡରୁଛନ୍ତି ଆଫ୍‌ଗାନ୍‌ ଛାତ୍ର, ପରିବାରକୁ ନେଇ ଚିନ୍ତିତ ! ଶୁଣନ୍ତୁ...

ଆରମ୍ଭ ହେଲା ତାଲିବାନୀ ଶାସନ । ୨୦ ବର୍ଷ ପରେ ପୁଣିଥରେ ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ । ପ୍ରତି ମୁହୂର୍ତ୍ତରେ ଆଫଗାନିସ୍ତାନରୁ ଆସୁଛି ହୃଦୟ ବିଦାରକ ଫୁଟେଜ ।

Paralympics
୨୪ରୁ ଟୋକିଓରେ ପାରାଅଲିମ୍ପିକ୍ସ, ପଲକ କୋହିଲଙ୍କ ସହ କଥା ହେଲେ ମୋଦି

ଆସନ୍ତା ୨୪ରୁ ଟୋକିଓରେ ପାରାଅଲିମ୍ପିକ୍ସ । ଏଥିରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ହୋଇଛନ୍ତି ସାମିଲ । ତେବେ ପରା ଅଲିମ୍ପିକ୍ସ ଆରମ୍ଭ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ପାରାଅଲିମ୍ପିକ୍ସରେ ଯୋଗ ଦେଉଥିବା ଭାରତୀୟ ଖେଳାଳିଙ୍କ ସହ କଥା ହୋଇଛନ୍ତି ।

Jhansi Police case
ସାର୍ଟ ପିନ୍ଧିନଥିବାରୁ ପୋଲିସ କନେଷ୍ଟବଳଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଲେ, ମୋବାଇଲ ଭାଙ୍ଗି ଦେଲେ ବିଜେପି ନେତ୍ରୀଙ୍କ ଝିଅ

ମୁଁ ବିଜେପି ନେତ୍ରୀଙ୍କ ଝିଅ। ତୁମେ ମୋର କଣ କରିବ? ମୋ ଇଚ୍ଛା ଯାହା ହେବ ମୁଁ ତାହା କରିବି,। ତୁମେ ସାଧାରଣ କନେଷ୍ଟବଳ, ମୋ ନାଁରେ ଯାହା ପାଖରେ ଅଭିଯୋଗ କରିବା କଥା କର....ମୁଁ କାହାକୁ ଡ଼ରିନାହିଁ। ହୁଏତ ଏହି କଥା ଶୁଣିବା ପରେ ଆପଣ ଭାବିବେ କି କୌଣସି ନେତ୍ରୀଙ୍କ ଝିଅ ହେଲେ କଣ ତାଙ୍କ ପାଇଁ ଆଇନ ଅଲଗା କି? କାହିଁକି ଏତେ ଉଗ୍ର ହେଉଛନ୍ତି ସମ୍ପୃତ୍ତ ଯୁବତୀ? କଣ କରିଛନ୍ତି ପୋଲିସ କନେଷ୍ଟବଳ?

Rajastan Accident
ଭୟଙ୍କର ଦୁର୍ଘଟଣା: ଜିଅନ୍ତା ଜଳିଗଲେ ୪ ଜଣ

ରାଜସ୍ଥାନର ଅଜ୍‌ମେର୍‌ରେ ଭୟଙ୍କର ସଡ଼କ ଦୁର୍ଘଟଣା। ଜୀବନ୍ତ ଜଳିଗଲେ ୪ ଜଣ। ଆଜି ସକାଳୁ ହିଁ ରାଜସ୍ଥାନର ଅଜମେର ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସହରର ଆଦର୍ଶ ନାଗର ପୋଲିସ ଷ୍ଟେସନ ଅଞ୍ଚଳରେ ୨ ଟି ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏହେ ତୀବ୍ର ଥିଲା ଯେ, ଉଭୟ ଟ୍ରେଲରରେ ନିଆଁ ଲାଗିଯାଇଥିଲା। ଏହି କାରଣରୁ ଟ୍ରେଲରରେ ଥିବା ୪ ଜଣ ଲୋକ ଜୀବନ୍ତ ଜଳିଯାଇଛନ୍ତି

IAF's C-17 aircraft
କାବୁଲ୍‌ରୁ ୧୨୦ ଭାରତୀୟଙ୍କୁ ନେଇ ଗୁଜୁରାଟ୍‌ରେ ପହଞ୍ଚିଲା ବାୟୁସେନାର ସ୍ୱତନ୍ତ୍ର ବିମାନ ସି-୧୭ ଏୟାରକ୍ରାଫ୍ଟ

ବୁଲ୍‌ରୁ ଉଡ଼ାଣ ଭରିଥିବା ବାୟୁସେନାର ସ୍ୱତନ୍ତ୍ର ବିମାନ ସି-୧୭ ଏୟାରକ୍ରାଫ୍ଟ ଗୁଜରାଟ ଜାମନଗରରେ ପହଞ୍ଚିଛି ଥିବା ନେଇ ସୂଚନା ମିଳିଛି। ୧୨୦ ଜଣ ଭାରତୀୟଙ୍କୁ ନେଇ ଜାମନଗରରେ ପହଞ୍ଚିଲା ବିମାନ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ଆଫଗାନ୍‌ରେ ଥିବା ଭାରତୀୟମାନଙ୍କୁ ଗତକାଲି ରାତିରେ କାବୁଲର ଏକ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା

Farmer
ଏଣିକି ଚାଷୀ ଭାଇଙ୍କ ଆକାଉଣ୍ଟକୁ ବର୍ଷକୁ ୧୨ ହଜାର ଟଙ୍କା ଦେବେ ମୋଦୀ ସରକାର

ଏଣିକି ଚାଷୀମାନଙ୍କ ଖାତାକୁ ୨ ହଜାର ବଦଳରେ ଯିବ ୪ ହଜାର ଟଙ୍କା। ମୋଟ୍‌ ଉପରେ PM kisan Samman Nidhi ଯୋଜନାରେ ସରକାର ବଡ଼ ପରିବର୍ତ୍ତନ କରିଛନ୍ତି। ତେବେ ବର୍ଦ୍ଧିତ ଟଙ୍କା ଖୁବ୍‌ଶୀଘ୍ର ମିଳିବ ବୋଲି ସୂଚନା ରହିଛି। ଜାତୀୟ ଗଣାମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ହେଉଛି କି PM kisan Samman Nidhi ଯୋଜନାରେ ମିଳୁଥିବା ଟଙ୍କାକୁ ଦ୍ୱିଗୁଣିତ କରାଯିବ।

aligarh
ଅଲିଗଡ଼ର ନାମ ହେବ ହରିଗଡ଼, ମେନପୁରୀ ଜିଲ୍ଲାର ନାମ ବି ବଦଳିବ

ଜିଲ୍ଲା ପଞ୍ଚାୟତ ବୈଠକରେ ଲିଗଡକୁ ହରିଗଡ ନାମରେ ନାମିତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା, ଯାହା ସର୍ବସମ୍ମତି କ୍ରମେ ପାସ୍ ହୋଇଛି । ଏହା ସହିତ ମେନପୁରୀ ଜିଲ୍ଲା ପଞ୍ଚାୟତ ମଧ୍ୟ ଜିଲ୍ଲାର ନାମ ପରିବର୍ତ୍ତନ କରିବାକୁ ଦେଇଥିବା ପ୍ରସ୍ତାବକୁ ପାସ୍ କରିଛି । ଲିଗଡରେ ଜିଲ୍ଲା ପଞ୍ଚାୟତ ବୋର୍ଡର ବୈଠକରେ କେହେରୀ ସିଂ ଏବଂ ଉମେଶ ଯାଦବ ଲିଗଡର ନାମକୁ 'ହରିଗଡ'ରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହା ସର୍ବସମ୍ମତି କ୍ରମେ ପାରିତ ହୋଇଛି ।

IAF C-17 aircraft
କାବୁଲ୍‌ରୁ ୧୨୦ ଭାରତୀୟ ନାଗରିକଙ୍କୁ ଧରି ଉଡ଼ାଣ ଭରିଲା ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ

ଆଫଗାନିସ୍ତାନରେ ତାଲିବାନୀ ରାଜ୍‌। ଭୟରେ ଦେଶ ଛାଡ଼ି ପଳାଇ ଯାଉଛନ୍ତି ଲକ୍ଷ ଲକ୍ଷ ଲୋକ। ଆଉ ଏହାରି ସମୟରେ କାବୁଲରୁ ଭାରତୀୟ ଦୂତବାସ କର୍ମଚାରୀଙ୍କୁ ନେଇ ଭାରତ ଅଭିମୁଖେ ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ ଉଡ଼ାଣ ଭରିଥିବା ଜାତୀୟ ଗଣମାଧ୍ୟମ ପିଟିଆଇ ପକ୍ଷରୁ ସୂଚନା ମିଳିଛି

covid19
୧୫୪ ଦିନ ପରେ ଦେଶରେ ସର୍ବନିମ୍ନ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ୨୫ ହଜାର ୧୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩୭ ଜଣ ଆକ୍ରାନ୍ତଙ୍କ ଯାଇଛି ଜୀବନ। ଗତ ୧୫୪ ଦିନ ପରେ ଆଜି ସବୁଠୁ କମ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩୨ ହଜାର ୭୯କୁ ବୃଦ୍ଧି ପାଇଛି। ସେହିପରି ଭାବରେ ଦେଶରେ ବର୍ତ୍ତମାନ ଆକ୍ଟିଭ୍‌ କେସ୍‌ର ସଂଖ୍ୟା ୩,୬୯,୮୪୬ ରହିଛନ୍ତି। ଏହାସହ କରୋନାରୁ ମୋଟ୍‌ ୩,୧୪,୪୮,୭୫୪ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି।

Afghanistan
ଆଫଗାନିସ୍ତାନରେ ଭାରତୀୟଙ୍କ ସୁରକ୍ଷାକୁ ନେଇ ବଢିଲା ଚିନ୍ତା : ସହାୟତା ପାଇଁ ମେଲ୍ ଆଇଡି ଓ ଫୋନ୍ ନମ୍ବର ଜାରି

ତାଲିବାନର ଆଫଗାନିସ୍ତାନ ଦଖଲ ପରେ ସେଠାରେ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି । ଏଭଳି ସମୟରେ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଛି । ନୂଆଦିଲ୍ଲୀ ଭାରତୀୟଙ୍କ ସୁରକ୍ଷା ସହ ସେମାନଙ୍କ ସୁରକ୍ଷିତ ଉଦ୍ଧାର ଲାଗି ସବୁ ପ୍ରକାର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛଇ ।

nirmala
୨୦୨୬ ପର୍ଯ୍ୟନ୍ତ କମିବ ନାହିଁ ପେଟ୍ରୋଲ କି ଡ଼ିଜେଲ ଦର?

କେବଳ ଏତିକି ନୁହେଁ ବରଂ ନିର୍ମଳା ଆହୁରି ମଧ୍ୟ କହିଛନ୍ତି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ଲୋକମାନେ ଚିନ୍ତିତ ଅଛନ୍ତି। ଲୋକମାନେ ଚିନ୍ତିତ ହେବା ସ୍ୱାଭାବିକ କଥା। କିନ୍ତୁ କେନ୍ଦ୍ର ଏବଂ ରାଜ୍ୟ ଆଲୋଚନା କରିବା ପରେ ଅର୍ଥାତ୍‌ ଯେ ପର୍ଯ୍ୟନ୍ତ ତୈଳ ଦର ଉପରେ ରାଜ୍ୟମାନଙ୍କ ସହ କେନ୍ଦ୍ର ଆଲୋଚନା କରିନାହିଁ ସେ ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ହୋଇନପାରେ ବୋଲି ନିର୍ମଳ ପରୋକ୍ଷରେ କହିଛନ୍ତି।

Kabul airport
ଜଟିଳ ହେଉଛି କାବୁଲ ଏୟାରପୋର୍ଟର ସ୍ଥିତି: ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ୫ ମୃତ

କାବୁଲ ଏୟାରପୋର୍ଟରେ ହଜାର ହଜାର ସଂଖ୍ୟକ ଯାତ୍ରୀ ଏକାଠି ହୋଇଛନ୍ତି। ଏହି ଦୃଶ୍ୟକୁ ଦେଖିବା ପରେ ସମସ୍ତେ ବିଚଳିତ ହୋଇ ପଡ଼ିଛନ୍ତି। ସ୍ଥିତି ଏମିତି ହୋଇଛି ଯେ, କିଛି ଲୋକ ବିମାନ ଟାୟାର ଧରି ଦେଶ ଛାଡ଼ି ପଳାଇବା ଲାଗି ଚେଷ୍ଟା କରୁଥିବା ଦେଖାଦେଇଛି। ସେପଟେ କାବୁଲ ବିମାନ ବନ୍ଦରକୁ ସଟଡାଉନ୍‌ କରାଯାଇଥିବା ଖବର ଆସିଛି। ଯେଉଁଥି ଲାଗି ଏୟାରଇଣ୍ଡିଆ ନିଜର ଉଡ଼ାଣକୁ ବାତିଲ କରିଛି। ପରିସ୍ଥିତି ଅନିୟନ୍ତ୍ରିତ ହେବାରୁ ବିମାନବନ୍ଦରକୁ ଜଗିଥିବା ଆମେରିକୀୟ ସୁରକ୍ଷାକର୍ମୀ ଫାଙ୍କା ଗୁଳିଚାଳନା କରିଥିଲା। ମାତ୍ର ଗୁଳି ବାଜି ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

DL
ଏହି ବର୍ଷର ବ୍ୟକ୍ତିଙ୍କୁ DL ଆବେଦନ ସମୟରେ ଦେବାକୁ ପଡ଼ିବ ନାହିଁ ମେଡ଼ିକାଲ ସାର୍ଟିଫିକେଟ୍‌

ବର୍ତ୍ତମାନ ପରିବହନ ବିଭାଗ ଅନଲାଇନ୍‌କୁ ଗୁରୁତ୍ୱ ଦେଉଛି। ଆଉ ଅନଲାଇନ୍ ବ୍ୟବସ୍ଥାରେ ବିଭାଗ ସାରଥୀ ସଫ୍ଟୱେୟାରରେ କିଛି ପରିବର୍ତ୍ତନ କରିଛି। ଯାହା ଫଳରେ ବର୍ତ୍ତମାନ ଲାଇସେନ୍ସ ପାଇବା ପାଇଁ ଡାକ୍ତରୀ ପ୍ରମାଣପତ୍ର ଅପଲୋଡ୍ କରିବାର କୌଣସି ଆବଶ୍ୟକତା ନାହିଁ। ଏଠାରେ ସ୍ପଷ୍ଟ କରୁଛୁ କି, ଏହି ସୁବିଧା କେବଳ ୪୦ ବର୍ଷରୁ କମ୍ ବୟସର ଲୋକଙ୍କ ପାଇଁ ରହିଛି।

electric-vehicles
ଏଣିକି ସରକାରୀ ବାବୁମାନେ ଇ-ଯାନ ଚଢିବାକୁ ବାଧ୍ୟ, ଅଗଷ୍ଟ ଶେଷ ସୁଦ୍ଧା ଲକ୍ଷ୍ୟ ପୂରଣ ପାଇଁ ଧାର୍ଯ୍ୟ ହୋଇଛି ସମୟ

ଦିଲ୍ଲୀ ପରିବହନ ବିଭାଗର ରିପୋର୍ଟ ଅନୁସାରେ, ୨୦୨୧ ବୈଦ୍ୟୁତିକ ନୀତି କାର୍ଯ୍ୟକାରୀ ହେବା ପରେ ଏ ପର୍ଯ୍ୟନ୍ତ ପାଖାପାଖି ୧୪ ହଜାର ୫୦୦ ଇଲେକ୍ଟ୍ରିକ୍‌ ଗାଡ଼ି ପଞ୍ଜୀକୃତ ହୋଇଛି। ଏହାସହ ରାସ୍ତାରେ କେମିତି ସଠିକ୍‌ ଭାବରେ ଗାଡ଼ି ଗୁଡ଼ିକ ଚାର୍ଜ ହୋଇପାରିବ ସେନେଇ ଦିଲ୍ଲୀ ସରକାର ଅନେକ ଯୋଜନା କରୁଥିବା ନେଇ ସୂଚନା ମିଳିଛି। ଚଳିତ ଡିସେମ୍ବର ସୁଦ୍ଧା ଦିଲ୍ଲୀର ବିଭିନ୍ନ ବିଲଡିଂ କମ୍ପ୍ଲେକ୍ସରେ ୧୦ ହଜାରରୁ ଅଧିକ ବୈଦ୍ୟୁତିକ ଯାନ ଚାର୍ଜର ସ୍ଥାନ ସ୍ଥାପନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।