ଏବେ ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ। ‘କଚ୍ଚା ବାଦାମ’ ଗୀତ ଗାଇ ପୁଣି ହେଉଛନ୍ତି ଭାଇରାଲ। କେହି କେହି ପସନ୍ଦ କରୁଥିବା ବେଳେ ଅନେକ ଟ୍ରୋଲ୍ ମଧ୍ୟ କରୁଛନ୍ତି।
ଧରାପଡ଼ିଥିବା ଗୋଟିଏ ଗୋଟିଏ ମାଛର ଓଜନ ପ୍ରାୟ ୧୮ କେଜି ହେବ।
ଦୁନିଆର ସର୍ବ ପୁରାତନ ଜୀବନ୍ତ କଇଁଛ ଜୋନାଥନ୍ । ଯାହାକୁ ୧୯୦ ବର୍ଷ ବର୍ଷ ପୂରିଛି । ସବୁଠୁ ବଡ଼ କଥା ହେଉଛି ଜୋନାଥନ୍ ସର୍ବ ପୁରାତନ ପଶୁର ମର୍ଯ୍ୟଦା ହାସଲ କରିଛି । କଇଁଛଟି ଏତେ ବର୍ଷ ବଞ୍ଚିଲାଣି ଯେ ତାକୁ ପିଢ଼ି ପରେ ପିଢି ଲୋକେ ଦେଖିଆସୁଛନ୍ତି ।
ଜଣେ କୁବେର ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ । ରାୟଗଡ଼ା ବିଇଓ ଅଫିସ୍ରେ କାର୍ଯ୍ୟରତ ଶିକ୍ଷକ ଶିଶିର ସେମେଳି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶିଶିରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି । ଚଢ଼ାଉରୁ ବର୍ତ୍ତମାନ ସୁଦ୍ଧା ୪ କୋଟି ୭୩ ଲକ୍ଷ ୮୭ ହଜାର ଟଙ୍କାର ସଂପତ୍ତି ଠାବ ହୋଇଥିବା ସୂଚନା ।
ଭୋର ପ୍ରାୟ ୪ ଟା । ଅନ୍ଦାର ରାତିକୁ ଘନ କୁହୁଡି । ଚାରିଆଡେ ଶୁନଶାନ ଥିବା ବେଳେ ଖରସ୍ରୋତା ନଦୀର ଗଭୀର ଜଳରେ ଜଣେ ମହିଳା ବୁଡି ଯାଉଥିଲେ। ବଂଚିବା ଲାଗି ବିକଳରେ ଡାକ ଛାଡୁଥିଲେ ମୋତେ ବଂଚାଅ ବଂଚାଅ
ପ୍ରକୃତରେ ଏବେ କୋକୋ ଅଛି କେଉଁଠି? ସସ୍ମିତାଙ୍କ ଘରୁ ଉଦ୍ଧାର ହୋଇଥିବା ଏ ଶୁଆ ସତରେ କଣ କୋକୋ। ଯିଏ ଦେଖୁଛି ସିଏ ସନ୍ଦେହ କରୁଛି। ତେବେ କାହିଁକି ଏ ଶୁଆକୁ ସଜାଇ ଦିଆଗଲା କୋକୋ? ବନ ବିଭାଗ ଦେଖାଉଥିବା ଏ ଶୁଆଟି କାହାର? କେଉଁଠୁ ଆସିଲା ଇଏ? ଏହା ପଛରେ କଣ ରହିଛି କାରଣ?
ଝାରସୁଗୁଡ଼ା ଜିଲ୍ଲାରେ ହଇଜା ଆତଙ୍କ ଦେଖା ଦେଇଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣକର ମୃତ୍ୟୁ ଘଟି ଥିବାବେଳେ ୯ ଜଣ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ସରକାର ନିୟମ କରିଛନ୍ତି, କରୋନା ସମୟରେ ବିବାହ ବ୍ରତ ଆଦି କାର୍ଯ୍ୟକ୍ରମରେ କୌଣସି ପ୍ରକାର ଗହଳି ହୋଇ ପାରିବ ନାହିଁ। ହେଲେ ଏଠି ବୌଦ୍ଧ ଜିଲ୍ଲାରେ ଜଣେ ସରପଞ୍ଚ ତାଙ୍କ ପୁଅ ବାହାଘର କରି ଏମିତି ଡିଜେ ବଜେଇ ଗାଁ ଦାଣ୍ଡ ଦୁଲୁକାଉଛନ୍ତି।
ସ୍ୱାମୀଙ୍କୁ ଭଲ କରିବାକୁ ଅଣ୍ଟା ଭିଡିଛନ୍ତି ସ୍ତ୍ରୀ ବିମଳା । ସ୍ତ୍ରୀ ଧର୍ମ ନିଭାଇବାକୁ ସେ ମାସେ ତଳେ ଆନ୍ଧ୍ରପ୍ରଦେଶ ଦାଦନ ଯାଇଛନ୍ତି । ସାଙ୍ଗରେ ଦୁଇ ପୁଅ ଝିଅକୁ ନେଇ ଯାଇଛନ୍ତି । ଲକ୍ଷେ ଅଛି ଟଙ୍କା ରୋଜଗାର ହେଲେ ସ୍ୱାମୀଙ୍କୁ ଭଲ ଡାକ୍ତରଖାନା ନେଇଯିବେ ।
ଆଖ ପାଖ ଗାଁ କୁ ଆସିଛି ବିଜୁଳି କିନ୍ତୁ ଏହି ଗାଁକୁ ଆସି ପାରିଲାନି ବିଜୁଳି । ସଂଧ୍ୟା ହେଲେ ଡିବିରି, ଲଣ୍ଠନ ଖୋଜାପଡେ ଗାଁରେ । ଆଜିବି ଅନ୍ଧାରର କଷ୍ଟ ଭୋଗୁଛନ୍ତି ଗାଁ ଲୋକେ । ଓଲଟି କିଛି ପରିବାରକୁ ଏକ ବର୍ଷ ତଳେ ସୋଲାର ଲାଇଟ ଦିଆଯାଇଥିଲା ହେଲେ ୪/୫ମାସ ପରେ ସବୁ ଅଚଳ ହୋଇ ପଡିଛି ।
ଅମରତାର ସନ୍ଧାନରେ ଆମେ ସବୁକିଛି ଦେଖିଛୁ । ମୃତ୍ୟୁକୁ ମାତ୍ ଦେବାକୁ ଯାଇ ଅନେକ ପ୍ରୟାସ କରିଛୁ । ଆମେ ଆକାଶରେ ସନ୍ଧାନ କରୁଛୁ, ବୈଜ୍ଞାନିକ ବହିର ଅନେକ ପୃଷ୍ଠା ଲେଉଟାଇଛୁ, ପୃଥିବୀ ପୃଷ୍ଠର କୋଣ ଅନୁକୋଣର ସନ୍ଧାନ କରିବାରେ ଲାଗିଛୁ । କିନ୍ତୁ ଆମେ ଏ କଥା ଜାଣିବି ନଥିବା ଯେ, ଅମରତାର ରହସ୍ୟ ସମୁଦ୍ର ଭିତରେ ପହଁରୁଛି । ଜେଲି ଫିସ୍ ରୂପରେ । ଜେଲି ଫିସ ପୁଣି ଅମର, ଏକଥା ଶୁଣି ଟିକେ ତାଜୁବ୍ ଲାଗିପାରେ କିନ୍ତୁ ଏ କଥାଟି ବିଲକୁଲ ସତ କଥା । ତେବେ ଚାଲନ୍ତୁ ଜାଣିବା ଏମିତି ଏକ ଜୀବ ବିଷୟରେ ଯିଏ କେବେ ମରେ ନାହିଁ ।
ହେଇଲୋ...ନେତ୍ରୀଙ୍କ ହାତରେ ନଡ଼ିଆ ଭାଙ୍ଗିଲାନି, ନେତାଙ୍କ ହାତରେ ଫିଟା କଟିଲାନି। ଘଂଟା ପ୍ରତି ଶହେ ସ୍ପିଡ୍ରେ ଫଳକ ଉଦଘାଟନ କରିବାରେ ନେତାଏ ବ୍ୟସ୍ତ କିନ୍ତୁ ଏ ଫିତା କି ନଡ଼ିଆ କିଛି ଶୁଣୁନାହାନ୍ତିରେ ନାରଣ...
ଏ ରାସ୍ତାକୁ ଟିକିଏ ଭଲରେ ଦେଖନ୍ତୁ...ମୂଳରୁ ମାଟି ମୁଠାଏ ପଡ଼ିନି କିନ୍ତୁ କାମ ପାଇଁ ବିଲ୍ ହୋଇଛି ୧୭ ଲକ୍ଷ ଟଙ୍କା...ଜଣାପଡ଼ିବା ପରେ ଏବେ ପଡୁଛି ପ୍ୟାଚ୍...
ଶୂନଶାନ୍ ରାସ୍ତା, ଓଢଣୀ ଉଡେଇ ନାଚୁଛନ୍ତି ବର୍ଷା। ନିଜ ଫେସବୁକ୍ ପେଜ୍ରେ ଅପଲୋଡ୍ ହୋଇଥିବା ଏହି ଭିଡ଼ିଓର କ୍ୟାପସନ୍ରେ ଲେଖିଛନ୍ତି ଏକା ଏକା ବଂଚିବାର ଅଭ୍ୟାସ କରନ୍ତୁ ଆପଣ...କାହିଁକି ବର୍ଷା ଏମିତି ଏକା ଏକା ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଅପଲୋଡ୍ କଲେ ତାହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। ତେବେ ଆପଣ ବି ଦେଖନ୍ତୁ ଏହି ଭିଡ଼ିଓ…
ସାରା ଗାଁରେ ବର୍ଷ ସାରା ମାଙ୍କଡ଼ଙ୍କ ଉପଦ୍ରବ। କାହାକୁ କାମୁଡୁଛନ୍ତି ତ କାହାର ଫସଲ ନଷ୍ଟ କରୁଛନ୍ତି। ସେଥିପାଇଁ ଏହି ଗାଁର ଲୋକଙ୍କର ଗୋଟିଏ ଡିମାଣ୍ଡ, ଯେଉଁ ପ୍ରାର୍ଥୀ ମାଙ୍କଡ଼ ତଡ଼ିବେ, ତାଙ୍କୁ ଆମେ ଭୋଟ୍ ଦେବୁ। ନହେଲେ ଆମ ଗାଁକୁ କେହି ଆସନି, ଆମେ ଭୋଟ୍ ଦେବାକୁ ଯିବୁନି।
କାନ୍ଧରେ ମୃଦଙ୍ଗ, ଏପଟେ ହାତରେ ବନ୍ଧୁକ। ଜଣେ ନାରୀ, କିନ୍ତୁ ତାଙ୍କର ଅଛି ଅନେକ ପରିଚୟ। ପୋଲିସ୍ ବେଶରେ ଦାୟିତ୍ୱ ନିଭାଉଥିବା ଜୟନ୍ତୀ, ଜଣେ ଲୋକପ୍ରିୟ ସଂଚାର କଳା ପରିବେଷକ ମଧ୍ୟ। ମୃଦଙ୍ଗ ବଜେଇ ସେ ଯେତେବେଳେ ଏହା ପରିବେଷଣ କରନ୍ତି, ଦର୍ଶକ ଓ ଶ୍ରୋତା ଧ୍ୟାନସ୍ଥ ହୋଇଯାଆନ୍ତି। ପୁରୁଷଙ୍କ ଏହି କଳାରେ ଜୟନ୍ତୀ ଏବେ ଖୁବ୍ ଲୋକପ୍ରିୟ। କେମିତି ସେ ଏକାସଙ୍ଗେ ପିଲା ପରିବାର ଦେଖନ୍ତି, ପୋଲିସ୍ ଚାକିର କରନ୍ତି ଓ ସଂଚାର କଳା ପରିବେଷଣ କରନ୍ତି ଆସନ୍ତୁ ଦେଖିବା।
ବ୍ୟବସାୟରେ ବ୍ୟସ୍ତ ଥିଲେ, ଆକାଉଣ୍ଟରୁ ୬୪ ହଜାର କଟିଥିବା ନେଇ ମେସେଜ୍ ପାଇଲେ...ସୁନ୍ଦର ତରୁଣୀ ଯୁବତୀ ଫୋନ୍ କରି ପାନ୍ ମାଗିଥିଲେ, ଏପଟେ ବ୍ୟାଙ୍କରୁ ଟଙ୍କା ଉଠାଇନେଲେ...
ଏହା ସ୍କୁଲ ନା ପାର୍କ? ସରକାରୀ ସ୍କୁଲର ରୂପକୁ ପ୍ରଧାନଶିକ୍ଷକ ଏମିତି ରୂପ ଦେଇଛନ୍ତି ଯେ, ବାଟରେ ଚାଲିଯାଉଥିବା ଲୋକ ଘଡ଼ିଏ ଛିଡ଼ା ହୋଇ ଏଇଠି ସେଲଫି ନେଉଛନ୍ତି...ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ କଥା ପଚାରେ କିଏ? ଆପଣ ବି ଦେଖନ୍ତୁ କେମିତି ସ୍କୁଲ ହୋଇଛି ପାର୍କ...
ଓଡ଼ିଶାବାସୀଙ୍କୁ ମୁଁ ହାତ ଯୋଡି ନିବେଦନ କରୁଛି...ସମସ୍ତଙ୍କ ପରି ମତେ ସାହାଯ୍ୟ କରନ୍ତୁ, ମୋ ଜୀବନ ବଂଚାଇ ଦିଅନ୍ତୁ...ମୁଁ ବଂଚିବାକୁ ଚାହୁଁଛି...କିଡନୀ ରୋଗରେ ପଡ଼ି ଏମିତି କାକୁତି ମୀନତି ହେଉଛି ଭେଣ୍ଡିଆ ପୁଅ
ପୁଷ୍ପା ହଉ କି ପୁଷ୍ପରାଜ। ବିନା ହେଲ୍ମେଟ୍ରେ ସମସ୍ତଙ୍କ ଚାଲାଣ କଟିବ। ଏମିତି କିଛି ଅଭିନବ ଢଙ୍ଗରେ କୁହାଯାଇ ଲୋକଙ୍କୁ ଟ୍ରାଫିକ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
ସାଧାରଣତଃ ଭାରତୀୟ ବିବାହରେ କନ୍ୟାର ଲଜ୍ଜା ଓ ସରଳତା ଦେଖାଯାଏ। କିନ୍ତୁ ସୋସିଆଲ୍ ମିଡିଆରେ ଏବେ ଏମିତି ଏକ କନ୍ୟାର ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କନ୍ୟା ଜଣକ ଗାଡି ଉପରେ ବସି ନାଚି ନାଚି ଏଣ୍ଟ୍ରୀ ମାରୁଥିବା ଦେଖାଯାଏ।
ସେନାରେ ଚାକିରି କରିବା ନେଇ ଅନେକଙ୍କ ସ୍ୱପ୍ନ ଥାଏ। ଥରେ ଏହି ସୁଯୋଗ ମିଳିଗଲେ ଆନନ୍ଦର ସୀମା ରୁହେ ନାହିଁ। କିନ୍ତୁ ଜଣେ ମହିଳା ଆଡଲ୍ଟ ଫିଲ୍ମ କରିବେ ବୋଲି ସେନାକୁ ବି ତୁଚ୍ଛ କରିଦେଲେ।
ବ୍ରହ୍ମପୁରରେ ମାତିଛନ୍ତି ଜମି ଦଲାଲ । ମୃତ ବ୍ୟକ୍ତିଙ୍କ ନାଁରେ ଡୁପ୍ଲିକେଟ୍ ଆଧାର କାର୍ଡ କରି ବିକୁଛନ୍ତି ଜମି । ଯେଉଁଠି ଘର ଛିଡ଼ା ହୋଇଛି ସେହି ଜାଗାକୁ ଜମି ଡିହ ବୋଲି ଦର୍ଶାଇ ବିକ୍ରି କରାଯାଉଛି ।
ମା’ ହେବାକୁ କେଉଁ ମହିଳା ବା ନ ଚାହେଁ। ମା’ ହେବା ପରେ ଜଣେ ମହିଳା ପୂର୍ଣ୍ଣାଙ୍ଗ ରୂପ ନିଏ ବୋଲି କୁହାଯାଏ। କିନ୍ତୁ ପ୍ରତ୍ୟେକ ମହିଳା ଗର୍ଭଧାରଣର ଯନ୍ତ୍ରଣା ସହିଥାନ୍ତି। ଗର୍ଭଧାରଣ ବେଳେ ଜଣେ ମା’ଙ୍କର ପେଟ କିପରି ବିରାଟ ଆକାର ନେଲା ଦେଖନ୍ତୁ।
କଟକ ମହାନଦୀ ରେ କୁମ୍ଭୀର ଆତଙ୍କ। ମଧୁସୁଦନ ବ୍ରିଜ ଉପରୁ ମହାନଦୀରେ ଘଡିଆଳ କୁମ୍ଭୀର ଦେଖିବାକୁ ମିଳିଛି...