ନିଲାମ କରାଯାଉଥିବା ମାଛ
ଜଳେଶ୍ୱର: ମାଛ କଲା କୋଟିପତି। ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ଦୀଘାରେ ୧୨୧ଟି ତେଲିଆ ଭୋଲା ମାଛକୁ ୨ କୋଟିରେ ବିକିଲେ ମତ୍ସ୍ୟଜୀବୀ। ଧରାପଡ଼ିଥିବା ଗୋଟିଏ ଗୋଟିଏ ମାଛର ଓଜନ ପ୍ରାୟ ୧୮ କେଜି ହେବ।
Advertisment
ଦୀଘା ଇଷ୍ଟୋରିଆ ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ବ୍ୟବସାୟୀ ସଂଘର ଏହି ମାଛ ଗୁଡ଼ିକୁ ନିଲାମ ପାଇଁ ରଖିଥିଲା। ତେବେ କୌଣସି ସାଧାରଣ ଲୋକ କିଣିନଥିଲେ । କୋଲକାତାର ଏକ ଫାର୍ମା କମ୍ପାନୀ ଏହି ମାଛକୁ କିଣିନେଇଥିବା ସୂଚନା ମିଳିଛି।
ଏହି ମାଛ ଔଷଧ ତିଆରିରେ ବ୍ୟବହାର ହେବ। କ୍ୟାନ୍ସର ଓ ବଡ଼ ବଡ଼ ରୋଗ କ୍ଷେତ୍ରରେ ଏହି ମାଛରୁ ପ୍ରସ୍ତୁତ ଔଷଧ ବ୍ୟବହାର କରାଯାଇଥାଏ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)