• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସରକାରଙ୍କ ମାଳମାଳ ଯୋଜନା ଥିବା ସତ୍ୱେ ଆଜିବି ଅନ୍ଧାରରେ ରହିଛି ଦୁଇଟି ଗାଁ । କେବଳ ଅନ୍ଧାର ନୁହେଁ ଯିବା ଆସିବାକୁ ସବୁଦିନିଆ ରାସ୍ତା ଖଣ୍ଡେ ବି ନାହିଁ ଏପର୍ଯ୍ୟନ୍ତ । ନିର୍ବାଚନ ଆସିଲେ ମାଳମାଳ ପ୍ରତିଶୃତି ମିଳେ, ହେଲେ ବର୍ଷ ପରେ ବର୍ଷ ଗଡ଼ିଗଲେ ମଧ୍ୟନିରିହ ଆଦିବାସୀ ଗାଁର ଲୋକଙ୍କ ଗାଁର ଚିତ୍ର ବଦିଳିନି । ରେଢାଖୋଲ ବ୍ଲକର ଦୁଇଟି ଗାଁର ଲୋକ ଆଜି ବି ବିଜୁଳି ଆଲୁଅ ଦେଖିନାହାନ୍ତି ।

ରେଢାଖୋଲ ବ୍ଲକ ଚାରମାଳ ପଚାଂୟତର ଜାମଛାଟ ଗାଁର । ଆଖ ପାଖ ଗାଁ କୁ ଆସିଛି ବିଜୁଳି କିନ୍ତୁ ଏହି ଗାଁକୁ ଆସି ପାରିଲାନି ବିଜୁଳି । ସଂଧ୍ୟା ହେଲେ ଡିବିରି, ଲଣ୍ଠନ ଖୋଜାପଡେ ଗାଁରେ । ଆଜିବି ଅନ୍ଧାରର କଷ୍ଟ ଭୋଗୁଛନ୍ତି ଗାଁ ଲୋକେ । ଓଲଟି କିଛି ପରିବାରକୁ ଏକ ବର୍ଷ ତଳେ ସୋଲାର ଲାଇଟ ଦିଆଯାଇଥିଲା ହେଲେ ୪/୫ମାସ ପରେ ସବୁ ଅଚଳ ହୋଇ ପଡିଛି । କାହାର ଘରେ ସୋଲାର ଲାଇଟର ବ୍ୟାଟେରୀ , ଇନଭେଟର ଖରାପ ହୋଇ ପଡିଛି ତ, ଆଉ କାହାର ଘରେ ମେସିନ ଅଚଳ ହୋଇପଡିଛି । ସଂରକ୍ଷିତ ଜଙ୍ଗଲ ପାଇଁ ବିଜୁଳି ତାର ଆସିବାରେ ସମସ୍ୟା କଥା କହି ବିଭାଗ ଠକୁଛି । ଆଉ ରାସ୍ଥା କଥା ନକହିବା ଭଲ । ଗାଁରୁ ପଚାଂୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ସବୁଦିନିଆ ରାସ୍ଥା ନାହିଁ ।

ପଚାଂୟତକୁ ଯିବାକୁ ହେଲେ ୬କି.ମି ଓ ବରଂମପୁରା ଗାଁ ଦେଇ ଗଲେ ୧୨କି.ମି ପଡ଼ିଥାଏ ଗ୍ରାମବାସୀଙ୍କୁ । ହେଲେ ଉଭୟ ରାସ୍ଥାର ଅବସ୍ଥା ସମାନ ଗୋଟିଏ ପଟରେ ସୁରୁବାଲି ନାଳର ପାଣିରେ ବିପଦସଙ୍କୁଳ ଭାବେ ଯାଆସ କରୁଛି ବୁଢ଼ାବୁଢ଼ୀ ଓ ଛୋଟପିଲା । ସେପଟେ ଅନ୍ୟ ଏକ ରାସ୍ତାରେ ୮ବର୍ଷ ହେଲାଣି ଅଧାରେ ନିର୍ମାଣ ହୋଇପଡିଛି ପୋଲ । ନିର୍ବାଚନ ଆସିଲେ ସବୁକିଛି କରିବୁ କହି ଠକୁଛନ୍ତି ସମସ୍ତେ ବୋଲି ଗ୍ରାମବାସୀ କହିଛନ୍ତି ।

ସେପଟେ ମୁଚିବାହାଲ ପଚାଂୟତର ବାଗଦୁଲି ଗାଁର । ମାଟି ରାସ୍ତା ଟିଏ ଯାଇଛି କିନ୍ତୁ ସେଠାରେ ଯିବା ଆସିବା ସମ୍ଭବ ନୁହେଁ । ଆଉ ବିଜୁଳି କଥା ନକହିବା ଭଲ । ସତେ ଯେମିତି ଗାଁ ଲୋକଙ୍କୁ ଉପହାସ କରୁଛି ଯୋଜନା । ଆଜିକୁ ୧୦ବର୍ଷ ହେଲାଣି ବିଭାଗ ପକ୍ଷରୁ ଖୁଣ୍ଟ ,ଟ୍ରାନ୍ସଫରମର ଲଗାଯାଇଛି ହେଲେ ତାର ଟଣାଯାଇନି । ସେମିତି ପଡିଛି ସବୁ । ଅନ୍ଧାରରେ ଜୀବନ କାଟୁଛନ୍ତି ବାଗଦୁଲି ଗାଁ ର ଲୋକେ । ପଚାଂୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ୧୫କି.ମି ପଡୁଛି । ଗାଁକୁ ଆମ୍ବୁଲାନ୍ସ ଆସିପାରୁନି ଖଟିଆରେ ବୋହି ୨କିମି ଗଲାପରେ ହିଁ ମିଳୁଛି ସେବା ।

ଭତ୍ତା,ଚାଉଳ ଓ ପାଠପଢାପାଇଁ ପାଇଁ ସମସ୍ତଙ୍କୁ ଭୋଗିବାକୁ ପଡ଼ୁଛି ଯନ୍ତ୍ରଣା । ଗାଁରେ ନାଁ ମିଳୁଛି ମୋବାଇଲ ସେବା,ପିଇବାପାଣି , ନାଁ ଛି ଅଙ୍ଗନବାଡି କେନ୍ଦ୍ର । ପ୍ରାୟ ୨୦୦ ଆଦିବାସୀ ପରିବାର ଏପରି କଷ୍ଟ ଭୋଗୁଥିବା ଅଭିଯୋଗ କରିଛନ୍ତି । ଏମିତି ସମସ୍ୟାର ସମ୍ପର୍କରେ ଜାଣି ଖୁବଶୀଘ୍ର ପର୍ଯ୍ୟାୟ କ୍ରମେ ସମାଧାନ କରିବାକୁ ରେଢାଖୋଲ ଉପଜିଲ୍ଲାପାଳ କହିଛନ୍ତି । ସ୍ୱାଧୀନତାର ଏତେ ବର୍ଷ ପରେବି ଆଜି ବି ଗାଁକୁ ରାସ୍ତା ଟିଏ ହୋଇପାରୁନି କି ବିଦ୍ୟୁତ୍ ସଂଯୋଗ ହେଉନି ।

ରେଢାଖୋଲରୁ ରମାକନ୍ତ ମହାନନ୍ଦଙ୍କ ରିପୋର୍ଟ