Advertisment

ଜିପ୍ ବନେଟ୍ ଉପରେ ନାଚି ନାଚି ଏଣ୍ଟ୍ରୀ ମାରିଲେ କନ୍ୟା; ସମସ୍ତେ ଟେରା

ସାଧାରଣତଃ ଭାରତୀୟ ବିବାହରେ କନ୍ୟାର ଲଜ୍ଜା ଓ ସରଳତା ଦେଖାଯାଏ। କିନ୍ତୁ ସୋସିଆଲ୍ ମିଡିଆରେ ଏବେ ଏମିତି ଏକ କନ୍ୟାର ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କନ୍ୟା ଜଣକ ଗାଡି ଉପରେ ବସି ନାଚି ନାଚି ଏଣ୍ଟ୍ରୀ ମାରୁଥିବା ଦେଖାଯାଏ।

author-image
Pramod Behera
ଅଦ୍ୟତନ ହୋଇଛି
Bride grand entry dancing on the bonnet of the jeep

Bride grand entry dancing on the bonnet of the jeep

ସୋସିଆଲ୍ ମିଡିଆ ଆସିବା ଦିନଠାରୁ ଲୋକଙ୍କୁ ଦେଇଚାଲିଛି ମଜା। ସେ ବାହାଘର ହେଉ କି ଅନ୍ୟାନ୍ୟ କିଛି ଭୋଜିଭାତ, ସୋସିଆଲ୍ ମିଡିଆରେ ଏହାର ମଜାଳିଆ ଭିଡିଓ ଭାଇରାଲ୍ ହେବା ଆମେ ଦେଖିଛେ। ବାହାଘରକୁ ନେଇ ଆଜିକାଲି ଅନେକ ମଜାଳିଆ ଓ ଆଶ୍ଚର୍ଯ୍ୟଜନକ ଭିଡିଓ ମଧ୍ୟ ଏହି ପ୍ଲାଟ୍‌ଫର୍ମରେ ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳେ।

Advertisment

ବିଶେଷକରି ବର ଓ କନ୍ୟାଙ୍କ ମଜାଳିଆ ଭିଡିଓ କିମ୍ବା କନ୍ୟାର ଦମଦାର ଏଣ୍ଟ୍ରୀର ଭିଡିଓ ଲୋକଙ୍କୁ ବହୁତ ମନୋରଞ୍ଜନ କରିଥାଏ। ବର୍ତ୍ତମାନ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି। ଏହି ଭିଡିଓରେ ଜଣେ କନ୍ୟା ସ୍ୱାଗ୍ ସହିତ ଧମାକାଦାର ଏଣ୍ଟ୍ରୀ କରିବାର ଦେଖିବାକୁ ମିଳେ।

ଏହି ଭିଡିଓରେ ଦେଖାଯାଏ ଯେ କନ୍ୟା ଏକ ଚାରି ଚକିଆ ଗାଡିର ବନେଟ୍‌ ଉପରେ ବସି ନାଚି ନାଚି ଏଣ୍ଟ୍ରୀ ମାରୁଛନ୍ତି। ଭିଡିଓରେ କନ୍ୟାର ସ୍ୱାଗ୍ ସାଙ୍ଗକୁ ଷ୍ଟାଇଲ୍ ଓ ଧୂଆଁଦାର ଡ୍ୟାନ୍ସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଥିବା ଦେଖାଯାଏ।

Advertisment

ଭାଇରାଲ୍‌ ହେଉଥିବା ଏହି ଭିଡିଓ ଇନଷ୍ଟାଗ୍ରାମ୍‌ରେ ସେୟାର କରାଯାଇଛି। ଭିଡିଓରେ ଆପଣ ଦେଖିପାରିବେ ଯେ ବର ମଞ୍ଚ ଉପରେ କନ୍ୟାକୁ ଅପେକ୍ଷା କରିଛି। ଏହି ସମୟରେ କନ୍ୟା ଯେଉଁଭଳି ଭାବରେ ଏଣ୍ଟ୍ରୀ ମାରୁଛି ତାହା କୌଣସି ଫିଲ୍ମର ଷ୍ଟାଇଲ୍‌ରୁ ବି କମ ନୁହେଁ।

କନ୍ୟା ଜଣଙ୍କ ଏକ ଜିପ୍‌ର ବନେଟ୍ ଉପରେ ବସି ପ୍ରୀତିଭୋଜନ ହଲ୍‌ରେ ପ୍ରବେଶ କରୁଥିବା ଦେଖାଯାଏ। ଏହି ଭିଡିଓର ପୃଷ୍ଠଭୂମିରେ ଏକ ପଞ୍ଜାବୀ ଗୀତ ବାଜୁଛି। କନ୍ୟା ଏକ ଲାଲ୍ ଲେହେଙ୍ଗା ପିନ୍ଧି ଗାଡିର୍ ବନେଟ୍‌ରେ ବସି ପୂରା ଭାବରେ ନାଚୁଥିବା ଦେଖାଯାଏ। ଏହି ସମୟରେ ଅନ୍ୟ କିଛି ଲୋକ ଏବଂ ପିଲାମାନେ ମଧ୍ୟ କନ୍ୟାର ଆଖପାଖରେ ନାଚୁଥିବାର ନଜର ଆସିଛନ୍ତି।

ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମରେ witty_wedding ନାମକ ଏକ ପେଜ୍‌ରେ ସେୟାର କରାଯାଇଛି। ଖବର ଲେଖା ହେବା ଭିତରେ ଭିଡିଓକୁ ୩ ହଜାରରୁ ଅଧିକ ଲୋକ ପସନ୍ଦ କରିଥିବା ବେଳେ ଅନେକ ଲୋକ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। କେହି ଏହାକୁ ସକରାତ୍ମକ ଭାବେ ନେଉଥିବା ବେଳେ କେହି ମଧ୍ୟ ଏହାର ନକରାତ୍ମକ ଦିଗ ଦେଖେଇଛନ୍ତି। ଜଣେ ବ୍ୟକ୍ତି କନ୍ୟାର ଏହି ଷ୍ଟାଇଲକୁ ପସନ୍ଦ କରି ଖୁବ ‘ଉତ୍ତମ ଏଣ୍ଟ୍ରୀ’ କହିଥିବା ବେଳେ ଅନ୍ୟ ଜଣେ କନ୍ୟାର ଏପରି ଏଣ୍ଟ୍ରୀକୁ ପ୍ରକୃତରେ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି।

ସେହିପରି ଅନ୍ୟଜଣେ ଏହା ଉପରେ କୌଣସି ନକରାତ୍ମକ ମନ୍ତବ୍ୟ ନ ଦେବାକୁ କହି କନ୍ୟାର ରୂପକୁ ଖୁବ ପସନ୍ଦ କରିଛନ୍ତି ଓ ଶୁଭେଛା ମଧ୍ୟ ଜଣେଇଛନ୍ତି। ତାଙ୍କ ଜୀବନର ନୂଆ ଯାତ୍ରାର ମଧ୍ୟ ଶୁଭ ମନାସିଛନ୍ତି। କିନ୍ତୁ ଅନ୍ୟଜଣେ ବ୍ୟକ୍ତି ଏହାକୁ ନକରାତ୍ମକ ଭାବେ ନେଇ ଏକ ମଜାଳିଆ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ “ଆଜି ଜିପ୍ ଉପରେ ନାଚୁଛି, ବିବାହ ପରେ ଖୁବ୍ ଶୀଘ୍ର ମୁଣ୍ଡ ଉପରେ ନାଚିବ।”

Viral Video
Advertisment
Advertisment