Advertisment

ଗର୍ଭବତୀ ହେବାରୁ ବିରାଟ ଆକାର ନେଲା ପେଟ

ମା’ ହେବାକୁ କେଉଁ ମହିଳା ବା ନ ଚାହେଁ। ମା’ ହେବା ପରେ ଜଣେ ମହିଳା ପୂର୍ଣ୍ଣାଙ୍ଗ ରୂପ ନିଏ ବୋଲି କୁହାଯାଏ। କିନ୍ତୁ ପ୍ରତ୍ୟେକ ମହିଳା ଗର୍ଭଧାରଣର ଯନ୍ତ୍ରଣା ସହିଥାନ୍ତି। ଗର୍ଭଧାରଣ ବେଳେ ଜଣେ ମା’ଙ୍କର ପେଟ କିପରି ବିରାଟ ଆକାର ନେଲା ଦେଖନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
9 months pregnant woman shows unique baby bump

9 months pregnant woman shows unique baby bump

ମା’ ହେବାର ଅନୁଭବ ଅତ୍ୟନ୍ତ ନିଆରା। ଏହି ଅନୁଭବ ଏପରି ଯେ ପ୍ରତ୍ୟେକ ମହିଳା ଏହାକୁ ଜୀବନରେ ନିହାତି ଥରେ ଅନୁଭବ କରିବାକୁ ଚାହାଁନ୍ତି। କିନ୍ତୁ ମା’ ହେବାବେଳେ ୯ ମାସ ତାଙ୍କ ଜୀବନ ପାଇଁ ଥାଏ ବହୁତ କଷ୍ଟକର। ଏହି ସମୟରେ, ସେମାନେ ଉଭୟ ମାନସିକ ଏବଂ ଶାରୀରିକ ସ୍ତରରେ ଅନେକ ପରିବର୍ତ୍ତନ ଦେଇ ଗତି କରନ୍ତି। ପିଲାଟି ଯେତେବେଳେ ମହିଳାଙ୍କ ଗର୍ଭରେ ବଢିଥାଏ ସେତେବେଳେ ମହିଳାଙ୍କ ପେଟ ବାହାରକୁ ଚାଲିଆସେ।

Advertisment

ଅନେକ ମହିଳା ଗର୍ବର ସହିତ ସେମାନଙ୍କର ବେବି ବମ୍ପ୍ ମଧ୍ୟ ଦେଖାନ୍ତି। ସେହିପରି ଡେନ୍‌ମାର୍କର ବାସିନ୍ଦା ମିଶେଲା ମେୟେର ମୋର୍ସି ମଧ୍ୟ ସୋସିଆଲ ମିଡିଆ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ବେବି ବମ୍ପ୍‌ର ଫଟୋ ସେୟାର କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

ସୂଚନା ମୁତାବକ ମିଶେଲା ସିଜେରିୟନ୍ ମାଧ୍ୟମରେ ଏକାବେଳକେ ୩ ପିଲାଙ୍କୁ ଜନ୍ମ ଦେଇଛନ୍ତି। ସେ ସେମାନଙ୍କ ନାମ ଚାର୍ଲ୍ସ, ଥିୟୋଡୋର ଏବଂ ଗାବ୍ରିଏଲ୍ ରଖିଛନ୍ତି। କିନ୍ତୁ ଲୋକମାନେ ମିଶେଲାଙ୍କ ୩୫ ସପ୍ତାହର ପେଟକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ତାଙ୍କ ଗର୍ଭରେ ତିନି ପିଲା ବଢୁଥିଲେ। ଏହି କାରଣରୁ, ତାଙ୍କ ପେଟ ଖୁବ ବଡ ହୋଇଯାଇଥିବା ଓ ବାହାରକୁ ବାହାରି ପଡିଥିଲା।

Advertisment

ତାଙ୍କର ପୂର୍ବରୁ ମଧ୍ୟ ଦୁଇଟି ସନ୍ତାନ ଅଛନ୍ତି। କିନ୍ତୁ ଯେତେବେଳେ ସେ ଏଥର ନିଜ ଗର୍ଭଧାରଣକୁ ନେଇ ଇନ୍‌ଷ୍ଟାଗ୍ରାମରେ ସେୟାର କଲେ, ଏହା ଭାଇରାଲ ହେବାରେ ଲାଗିଲା। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୨ ଲକ୍ଷ ୬୦ ହଜାର ଫଲୋର୍ସ ଅଛନ୍ତି। କିନ୍ତୁ ଲୋକଙ୍କ ଧ୍ୟାନ କେବଳ ତାଙ୍କ ପେଟ ଉପରେ ହିଁ ରହୁଥିଲା।

ପ୍ରସବ ପୂର୍ବରୁ, ମିଶେଲା ନିଜ ଅନ୍ତଃବସ୍ତ୍ରରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ତାଙ୍କ ପେଟକୁ ଦୁଇ ହାତରେ ଧରି ରଖିଥିବା ଦେଖାଯାଏ। ଏହା ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ପୋଷ୍ଟର୍‌ କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି ଯେ ବଡ ଦିନର ଗୋଟିଏ ଦିନ ପୂର୍ବରୁ। ଆସନ୍ତାକାଲି ଠାରୁ ଆମ ପରିବାରରେ ସାତ ଜଣ ଲୋକ ହେବେ।

ତେବେ, ଏକାବେଳେ ତିନି ପିଲାଙ୍କ ଗର୍ଭଧାରଣକୁ ନେଇ ମିଶେଲା ମଧ୍ୟ ଖୁବ ଡରି ଯାଇଥିଲେ। ସେ ତିନି ସନ୍ତାନ ପ୍ରସବ କରିବାକୁ ଡରୁଥିଲେ। ସେ ଆହୁରି ମଧ୍ୟ ଚିନ୍ତିତ ଅଛନ୍ତି ଯେ ବର୍ତ୍ତମାନ ସେ ଏକାବେଳେ ପାଞ୍ଚ ଜଣ ପିଲାଙ୍କ ଯତ୍ନ କିପରି ନେବେ, ଯେଉଁମାନେ ବୟସରେ ଅଧିକ ବ୍ୟବଧାନ ନୁହନ୍ତି। ମହିଳାଙ୍କ ଏହି ଭିଡିଓ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ଭାଇରାଲ ମଧ୍ୟ ହେଉଛି।

ମିଶେଲାଙ୍କ ଏହି ପୋଷ୍ଟ୍‌ରେ ଲୋକମାନେ ଅନେକ ପ୍ରକାରର ମନ୍ତବ୍ୟ ଦେଉଛନ୍ତି। ଜଣେ ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇ ‘ହେ ଭଗବାନ!’ ଲେଖିଥିବା ବେଳେ ଅନ୍ୟ ଜଣେ ମିଶେଲାଙ୍କୁ ସୁପର୍‌ ହୀରୋ ବୋଲି କହିଛନ୍ତି। ଅନେକ ଲୋକ ତାଙ୍କୁ ସମ୍ମାନ ମଧ୍ୟ ଜଣାଇଛନ୍ତି। କେତେକ ମହିଳାମାନଙ୍କୁ ସବୁଠାରୁ ଶକ୍ତିଶାଳୀ ମହିଳା ବୋଲି କହିଛନ୍ତି। ତାଙ୍କ ଗର୍ଭରେ ଏକାବେଳେ ୩ଟି ସନ୍ତାନକୁ ପାଳି ମଧ୍ୟ ହସିହସି ଲୋକଙ୍କୁ ଲୋକେ ମିଶେଲାଙ୍କ ଫ୍ୟାନ ହୋଇଯାଇଛନ୍ତି।

Ajab Gajab
Advertisment
Advertisment