Advertisment

କୋଭିଡ ନିୟମର ଧଜିଆ ଉଡାଇଲେ ସରପଞ୍ଚ : ପୁଅ ବାହାଘରରେ ବାଜିଲା ଡିଜେ, ଚାଲିଲା ରଙ୍ଗୀନ ନୃତ୍ୟ

ସରକାର ନିୟମ କରିଛନ୍ତି, କରୋନା ସମୟରେ ବିବାହ ବ୍ରତ ଆଦି କାର୍ଯ୍ୟକ୍ରମରେ କୌଣସି ପ୍ରକାର ଗହଳି ହୋଇ ପାରିବ ନାହିଁ। ହେଲେ ଏଠି ବୌଦ୍ଧ ଜିଲ୍ଲାରେ ଜଣେ ସରପଞ୍ଚ ତାଙ୍କ ପୁଅ ବାହାଘର କରି ଏମିତି ଡିଜେ ବଜେଇ ଗାଁ ଦାଣ୍ଡ ଦୁଲୁକାଉଛନ୍ତି।

author-image
Prangyan Parimita
covid rule

covid rule

କରୋନା କଟକଣାର ଧଜିଆ ଉଡ଼ିଲା । ପୁଅ ବାହାଘରରେ ଭାଇରସ୍‌ର ଭୟାବହତାକୁ ଭୁଲିଗଲେ ସରପଞ୍ଚ । ଶହ ଶହ ଲୋକଙ୍କୁ ନେଇ ବାହାରିଲା ପରଯାତ୍ରୀ । ଡିଜେ ବାଦ୍ୟର ତାଳେ ତାଳେ ଚାଲିଲା ରଂଗୀନ ନୃତ୍ୟ । ଡିଜେ ଗାଡି ଉପରେ ଯୁବତୀ ନାଚ ଚାଲି ଥିବାବେଳେ ପଛେ ପଛେ ନାଚୁଥିଲେ ବରଯାତ୍ରୀ । କରୋନା ସମୟରେ ବାହାଘରରେ ଡିଜେ ବଜାଇବା ପାଇଁ ଅନୁମତି ନଥିବାବେଳେ କମ ସଂଖ୍ୟକ ଲୋକଙ୍କୁ ନେଇ ବାହାଘର କରିବାକୁ କୋଭିଡ ନିୟମ ଜାରି କରିଛନ୍ତି ସରକାର । ହେଲେ ଏଠି ଖୋଲାଖୋଲି କୋଭିଡ ନିୟମର ଉଲ୍ଲଂଘନ ହୋଇଛି।

Advertisment

ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଉମା ପଂଚାୟତରେ ଏପରି ଘଟଣା ଘଟିଛି । ସରପଞ୍ଚ ଯଜ୍ଞେଶ୍ୱରୀ ରଣାଙ୍କ ପୁଅ ବାହାଘରରେ କରୋନା ନିୟମକୁ ଫୁ କରି ଉଡ଼େଇ ଦେଇଛନ୍ତି ପରିବାର ଲୋକେ। ସରପଂଚ ନିଜର ପତିଆରା ଯାହିର କରିବାକୁ ଯାଇ କୋଭିଡ ନିୟମକୁ ଏଭଳି ଖୋଲାଖୋଲି ଉଲଂଘନ କରିଥିବା ଦେଖିବାକୁ ମିଳିଥିଲା । ଗାଁ ଦାଣ୍ଡକୁ ସଂପୁର୍ଣ୍ଣ ଅବରୋଧ କରି ଚାଲିଥିଲା ରଂଗୀନ ନୃତ୍ୟ ଓ ବାହାଘର । ଫଳର ସେହି ଗାଁ ଦେଇ ଯାଉଥିବା ଅନେକ ଲୋକ ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପଟରେ ଅଟକି ଯାଇଥିଲେ । ହେଲେ ସେସବୁକୁ ଖାତିର ନକରି ପୁଅ ବାହାଘରରେ ମସଗୁଲ ଥିଲେ ନିଜେ ସରପଂଚ । ଉମା ପଂଚାୟତରେ ଏହା କିଛି ନୁଆଁ ଘଟଣା ନୁହେଁ । ଗତବର୍ଷ ମଧ୍ୟ କୋଭିଡ କଟକଣା ସମୟରେ ଉମା ଗାଁରେ ଶହ ଶହ ଲୋକ ଏକାଠି ହୋଇ ଏକ ପୋଖରୀରୁ ମାଛ ମାରୁଥିବା ଦୃଶ୍ୟ ବେଶ ଭାଇରାଲ ହୋଇଥିଲା ।

ଘଟଣାକୁ ନେଇ ପ୍ରଶାସନିକ ଅଧିକାରୀ ଉମା ଗାଁକୁ ଯାଇ ତଦନ୍ତ ମଧ୍ୟ କରିଥିଲେ । ହେଲେ ଏଠି ନିଜେ ଯଦି ସରପଂଚ କୋଭିଡ ଗାଇଡଲାଇନକୁ ଉଲ୍ଲଂଘନ କରିବେ ତାହେଲେ କହିବା କାହାକୁ । ଏବେ ପ୍ରଶ୍ନଉଠୁଛି କୋଭିଡ ସମୟର ଏହି ବାହାଘର ପୁର୍ବରୁ ସରପଞ୍ଚ କାହା ପାଖରୁ ଅନୁମତି ନେଇଥିଲେ । ଏଭଳି ସମୟରେ ଡିଜେ ବଜାଇବାର ଅନୁମତି ତାଙ୍କୁ କିଏ ପ୍ରଦାନ କରିଥିଲା । ଏସବୁ ଖବର ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ସରପଂଚଙ୍କ ବିରୁଦ୍ଧରେ କଣ ନିଆଯାଉଛି କାର୍ଯ୍ୟାନୁଷ୍ଠାନ ତା ଉପରେ ସମସ୍ତଙ୍କ ନଜର ।

Advertisment

ରବିନ୍ଦ୍ର ହୋତାଙ୍କ ରିପୋର୍ଟ

COVID-19 Norm Violations
Advertisment
Advertisment