ବୋଲେରୋ ଧକ୍କା ଦେବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି ।
ଭତ୍ତା ପାଇଁ ୧୦ କିଲୋମିଟର ଚାଲୁଛନ୍ତି ୮୨ ବର୍ଷର ବୃଦ୍ଧା। ବୟସର ଅପରାହ୍ନରେ ଚାଲିବାକୁ ବଳ ନଥିବା ବେଳେ ପେଟ ଚାଖଣ୍ଡକ ପାଇଁ ଯିବାକୁ ହେଉଛି ଏତେ ବାଟ। ବେଳେ ବେଳେ ଟଙ୍କା ଆସିନଥିବା ଶୁଣି ନିକାଶ ହେବାକୁ ପଡୁଛି...
ଆଜିଠୁ ବଢ଼ିଲା କଞ୍ଚା ଛେନା ଓ ପନିର ଦାମ୍। ଓମ୍ଫେଡ୍ କ୍ଷୀର ଦାମ୍ ଦୁଇ ଦୁଇ ଥର ଦର ବଢାଇ ସାରିଥିବା ବେଳେ ଗତ ୪ବର୍ଷ ଧରି ଛେନା ଏବଂ ପନିରର ଦର ବଢ଼ି ନଥିଲା।
ଯେଉଁ ସ୍ୱାମୀର ମଙ୍ଗଳ ମନାସି ସାବିତ୍ରୀ ବ୍ରତ କରିଥାଆନ୍ତା ପତ୍ନୀ....ସେଇ ସ୍ତ୍ରୀକୁ ସାବିତ୍ରୀ ବ୍ରତ ପୂର୍ବଦିନ ମାରିଦେଲା ସ୍ୱାମୀ। ୭ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିଲା....କିନ୍ତୁ ଗୋଟିଏ ଜନ୍ମ ପାଇଁ ଭଲ ସାଥୀଟିଏ ହେଲାନି। ବିଶ୍ୱାସରେ ଧୋକା ଦେଲା....ଯୌତୁକ ପାଇଁ ନିଜ ସ୍ତ୍ରୀକୁ ହତ୍ୟା କରିଦେଲା। ରାଜଧାନୀରୁ ସାମ୍ନାକୁ ଆସିଛି ଏମିତି ହୃଦୟଥରା ଘଟଣା
ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି କି? କରନ୍ତୁ ବା ନକରନ୍ତୁ, ଏଇ ଭିଡିଓଟି ଦେଖିଲେ ଆପଣଙ୍କ ଛାତିରେ ନିଶ୍ଚୟ ଛନକା ପଶିଯିବ। ଭିଡିଓଟିରେ କିଟ୍ କିଟ୍ ଅନ୍ଧାର ରାତିରେ ଗଛମୂଳେ ଥିବା ଏକ ଟ୍ୟୁବୱେଲ୍ ଆପେ ଆପେ ଚାଲୁଥିବା ଦେଖିବାକୁ ମିଳୁଛି। କଥାଟି ସତ କିମ୍ବା ମିଛ ଏବଂ ଏହା ପଛର ପ୍ରକୃତ ଘଟଣାଟି କ’ଣ ତାହା ଜାଣିବାକୁ ଦେଖନ୍ତୁ ଏଇ ଭିଡିଓଟି। ଭିଡିଓଟି ଦେଖିବା ପରେ ନିଶ୍ଚୟ ଲେଖିବେ, ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି ନା ନାହିଁ।
ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍। ଏଥିପାଇଁ ଆଜିଠୁ ଆବେଦନ କରି ହେବ। ଆବେଦନ କରିବା ପରେ କିଛି ଦିନ ମଧ୍ୟରେ ଆପଣଙ୍କ ଡିଲରଙ୍କ ପାଖକୁ ନମ୍ବର ପ୍ଲେଟ୍ ଆସିଯିବ।
ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି କି? କରନ୍ତୁ ବା ନକରନ୍ତୁ, ଏଇ ଭିଡିଓଟି ଦେଖିଲେ ଆପଣଙ୍କ ଛାତିରେ ନିଶ୍ଚୟ ଛନକା ପଶିଯିବ। ଭିଡିଓଟିରେ କିଟ୍ କିଟ୍ ଅନ୍ଧାର ରାତିରେ ଗଛମୂଳେ ଥିବା ଏକ ଟ୍ୟୁବୱେଲ୍ ଆପେ ଆପେ ଚାଲୁଥିବା ଦେଖିବାକୁ ମିଳୁଛି। କଥାଟି ସତ କିମ୍ବା ମିଛ ଏବଂ ଏହା ପଛର ପ୍ରକୃତ ଘଟଣାଟି କ’ଣ ତାହା ଜାଣିବାକୁ ଦେଖନ୍ତୁ ଏଇ ଭିଡିଓଟି। ଭିଡିଓଟି ଦେଖିବା ପରେ ନିଶ୍ଚୟ ଲେଖିବେ, ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି ନା ନାହିଁ।
ଏମାନେ ମତେ ଜମାରୁ ଦୋକାନ ଖୋଲିବାକୁ ଦେଉନାହାନ୍ତି। ଧୂପ ଧୂପ ଦେଉ ରାସ୍ତା ପଚାରି ପଚାରି ମତେ ବିରକ୍ତ କରୁଛନ୍ତି। ସେପଟେ ମଉସା କହୁଛନ୍ତି ଯଦି ଲୋକ ରାସ୍ତା ପଚାରିଦେଲେ ତୁମର କଣ ମାରା ହୋଇଗଲା?
ହାଜତ ଭିତରେ ଅପରାଧୀ ପସିଛି। ବାହାରେ ତାକୁ ଜଗିଛନ୍ତି ଅବକାରୀ ଥାନା ବାବୁ। ଦେଖୁନୁରେ ନାରଣ, ପେଟେ ପଖାଳ ଖାଇ ଏମିତି ଅଚିନ୍ତାରେ କେମିତି ଘୁଙ୍ଗୁଡ଼ି ମାରୁଛନ୍ତି ବାବୁ? ପୁଣି ଲକ୍ଅପ୍ ଚାବି ଟେବୁଲ ଉପରେ। ହଇରେ ନାରଣ...ପଚାରିବାରୁ ଇଏ କଣ ଆମ ଉପରେ ଗରମ ଦେଖାଉଛନ୍ତି?
ଓଡ଼ିଶା ସରକାରଙ୍କ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-୨୦୨୦କୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଠାଇଥିବା ଆପତ୍ତି ଉପରେ ଆଜି ଓଡ଼ିଶା ସରକାର ନିଜର ସ୍ପଷ୍ଟୀକରଣ ରଖିଛନ୍ତି ।
ଗଛ କହୁଛି ମୋତେ କାଟନି । ନିଜ ସର୍ବନାଶକୁ ଡାକନି । ନୂଆ ଏମଏଲଏ କଲୋନୀ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜଧାନୀର ଛାତି ଉପରେ ଶହ ଶହ ବୃକ୍ଷ ବଳିକୁ ନେଇ ବିରୋଧ ଯେତିକି ତୀବ୍ର, ସ୍ଲୋଗାନ ବି ସେତିକି ଶାଣିତ ।
ମେ ୩୧ ଅର୍ଥାତ୍ ଆଜି ବିଶ୍ୱ ପାଳନ ହେଉଛି ତମାଖୁ ବର୍ଜନ ଦିବସ । ତମାଖୁ ବିରୋଧରେ ସଚେତନତା ସୃଷ୍ଟି ଲାଗି ଆୟୋଜିତ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ। ଏହି ଅବସରରେ ଓଡ଼ିଶାରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ତମାଖୁ ନିରୋଧୀ ସଚେତନତା ଲାଗି ଆଗେଇ ଆସିଛନ୍ତି ।
ଜୀବନର ତାରୁଣ୍ୟରେ ତମାଖୁ ଖାଇ ଯେଉଁ ଭୁଲ କରିଥିଲେ, ଏବେ ତାର ପ୍ରାୟଶ୍ଚିତ କରୁଛନ୍ତି । ବୁଲି ବୁଲି ସମସ୍ତଙ୍କୁ ବୁଝାଉଛନ୍ତି ବିଷରୂପୀ ତମାଖୁ ସେବନର ଭୟବହତା ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି ହୋଇଛି ।
ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମାଛ ଧରା ନିଶା ଏମିତି ପାଗଳ କରିଥିଲା ଯେ ନିଜ ବାହାଘର ତାରିଖକୁ ଘୁଞ୍ଚାଇ ଦେବା ପାଇଁ ଦେଇନଥିଲେ ପଛଘୁଞ୍ଚା । ଦେଖନ୍ତୁ କେମିତି ଘୁଞ୍ଚିଥିଲା ବିବାହର ତାରିଖ.
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥର ଟପ୍ ୫୦ରେ ବି ଓଡ଼ିଶାର କେହି ନାହାନ୍ତି । ୬୩ ନମ୍ବର ସ୍ଥାନରେ ଥିବା କାର୍ତ୍ତିକ ପାଣିଗ୍ରାହୀ ହୋଇଛନ୍ତି ରାଜ୍ୟ ଟପ୍ପର ।
ଆଜି ନୁହେଁ ବରଂ ୧୨ ବର୍ଷ ହେଲାଣି ସ୍ୱାମୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ଏଇ ସାବିତ୍ରୀ। ପ୍ରତ୍ୟେକ ଦିନ, ସକାଳୁ ସଞ୍ଜ ଅହରହ ସ୍ୱାମୀଙ୍କର କରୁଛନ୍ତି ସେବା। ସକାଳୁ ଉଠିଲେ ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି ତ ପୁଣି ରାତି ଶୋଇବା ବେଳେ ମୁଣ୍ଡିଆ ମାରୁଛନ୍ତି, ୟାଙ୍କ ପାଇଁ ପ୍ରତିଦିନ ସାବିତ୍ରୀ ବ୍ରତ
ଗାଡ଼ି ମାଲିକ ମାନେ କେମିତି ନିର୍ଦ୍ଧାରିତ ସମୟରେ ନିଜ ଗାଡ଼ିର ନମ୍ବର ପ୍ଲେଟ୍ ପରିବର୍ତ୍ତନ କରିବେ ସେନେଇ ରାଜ୍ୟ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ପୂରା ସୂଚନା ବି ଦିଆଯାଇଛି।
୯ ମାସ ଧରି ଛୁଆକୁ ନିଜ ଗର୍ଭରେ ରଖି ଲାଳନପାଳନ କଲା, ଶେଷରେ ନିଜ ଛୁଆକୁ ଜନ୍ମ ହେବାର କିଛି ଦିନ ମଧ୍ୟରେ ରାସ୍ତାକଡ଼ରେ ଫିଙ୍ଗି ଚାଲିଗଲା ।
ଏ ସମସ୍ତଙ୍କୁ ସେମାନଙ୍କ ସ୍ୱାମୀ ଛାଡ଼ି ଚାଲିଯାଇଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ସେମାନଙ୍କ ଦୀର୍ଘାୟୁ କାମନା କରିବା ସହ ଶଙ୍ଖା, ସିନ୍ଦୂର ପିନ୍ଧି କରୁଛନ୍ତି ସାବିତ୍ରୀ ବ୍ରତ। ଅପେକ୍ଷା କରିଛନ୍ତି, କେବେ ସ୍ୱାମୀ ଫେରିବେ, ଆଉ ୟାଙ୍କୁ ସ୍ୱଧାର ଗୃହରୁ ହାତ ଧରି ସାଥୀରେ ନେଇଯିବେ..
ବାଲିସାହିରେ ଥିବା ଗଙ୍ଗାମାତା ମଠରେ ଏକ ଗୁପ୍ତ ସୁଡ଼ଙ୍ଗ ଠାବ ହୋଇଛି ।
ବାକିରେ ଗୁଟଖା ଦେବାକୁ ମନା କରିବା ପରେ ଦୋକାନୀ ଆକ୍ରମଣର ଶିକାର ହୋଇଛନ୍ତି ।
ବାହାର ରାଜ୍ୟରୁ ଶିଖିବାକୁ ଆସୁଛନ୍ତି ଲୋକ । ପାରା ମୋଟର ତିଆରି କରି ରେକର୍ଡ ସୃଷ୍ଟି କରିଛନ୍ତି ସୁନ୍ଦରଗଡର ଯୁବକ ଅଙ୍କିତ । ଡ୍ରୋନ ତିଆରି କରି ଉଡାଉଛନ୍ତି । ଉଡାଜାହାଜ ତିଆରି କରି ଉଡାଇବା ଲକ୍ଷ୍ୟରେ ଅଛନ୍ତି ସେ ।
ଗୋସେଇଁ ଇଏ କୋଉ ଶ୍ଲୋକ? ମୋ କାନ ଉଠିବା ଦିନରୁ ମୁଁ ଏମିତି ଶ୍ଲୋକ ଶୁଣିନି? ହାତ ଚିହ୍ନ ଚରା ଚରମର ଅର୍ଥ କଣ? ବ୍ରଜବନ୍ଧୁ ତୁମେ ଜମାରୁ ବୁଝୁନ....
ସନ୍ଦେହ ଭାଙ୍ଗିଦେଲା ସମ୍ପର୍କ? ସାଙ୍ଗଙ୍କ ସହ ଗଲେ ବି ସନ୍ଦେହ କରୁଛନ୍ତି ସ୍ୱାମୀ। ଏମିତିକି ମାଉସୀଙ୍କ ସହ କଥା ହେଲେ ବି କରୁଛନ୍ତି ଡାଉଟ୍। କଥା ଏତିକି? କାହିଁକି ନିଜ ସ୍ତ୍ରୀଙ୍କୁ ସବୁବେଳେ ମାଡ଼ ମାରୁଛନ୍ତି ଚନ୍ଦନ?