• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-୨୦୨୦କୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଠାଇଥିବା ଆପତ୍ତି ଉପରେ ଓଡ଼ିଶା ସରକାର ନିଜର ସ୍ପଷ୍ଟୀକରଣ ରଖିଛନ୍ତି । ମୁଖ୍ୟ ଶାସନ ସଚିବ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖି ଗୃହ ମନ୍ତ୍ରଣାଳୟ ଦ୍ୱାରା ଏହି ଅଧ୍ୟାଦେଶକୁ ନେଇ ୨୦୨୨ ମାର୍ଚ୍ଚ ୩ ତାରିଖ ଓ ୨୦ ତାରିଖରେ ଯେଉଁ ସବୁ ଆପତ୍ତି ଉଠାଯାଇଥିଲା, ତାହା ଉପରେ ଓଡ଼ିଶା ସରକାର ଆଭିମୁଖ୍ୟ ରଖିଛନ୍ତିି ।

ଅଧ୍ୟାଦେଶରେ କେନ୍ଦ୍ର ସରକାରଙ୍କ ଆମସାର ଆକ୍ଟ-୧୯୫୮ ଓ ଏଏଟି ଆକ୍ଟ-୧୯୭୨ର ବିରୋଧାଚରଣ କରୁଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯେଉଁ ଆପତ୍ତି ଉଠାଇଥିଲା , ତାକୁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଫାଙ୍କି ଦେଇଛନ୍ତି । ଓଲଟା ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫କୁ କାର୍ଯ୍ୟକାରୀ କରାଯାଇ ଯେଉଁଭଳି ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିରର ନିତିକାନ୍ତି ଓ ଦର୍ଶନକୁ ସୁବ୍ୟବସ୍ଥିତ କରାଯାଇଛି, ସେହିଭଳି ପ୍ରାବଧାନ ଏହି ଅଧ୍ୟାଦେଶରେ ରହିଛି । ତେଣୁ ଏହାକୁ ଅନୁମତି ଦେବାଲାଗି  ଓଡ଼ିଶା ସରକାର ଯୁକ୍ତି ବାଢିଛନ୍ତି । 

୨୦୨୨ ଏପ୍ରିଲ ୮ ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଲ୍ୟାଣ୍ଡ ରିସୋର୍ସ ବିଭାଗରୁ ଅନାପତ୍ତି ପ୍ରମାଣପତ୍ର ମିଳିସାରିଛି ।ସଂସ୍କୃତି ମନ୍ତ୍ରଣାଳୟ ଯେଉଁ ସବୁ ଆପତ୍ତି ଉଠାଇଥିଲା ତାର ବି  ସ୍ପଷ୍ଟୀକରଣ ଦିଆଯାଇ ସାରିଛି । ତେଣୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ଲାଗୁ କରିବା ଲାଗି ରାଷ୍ଟ୍ରପତି ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେବା ଲାଗି ଚିଠିରେ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ ।

ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ପୂଜା ଓ ସେବାକୁ ସୁବ୍ୟସ୍ଥିତ କରିବା ନିମନ୍ତେ ଏହି ଅଧ୍ୟାଦେଶକୁ ଲାଗୁ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ । ଲିଙ୍ଗରାଜ ମନ୍ଦିର କମ୍ପ୍ଲେକ୍ସରେ ୯ଟି ମନ୍ଦିର ଓ ୩ଟି ପୁଷ୍କରଣୀକୁ ASI ଦ୍ୱାରା ସଂରକ୍ଷିତ । ଏହି ପ୍ରାଚୀନ କୀର୍ତ୍ତିରାଜିକୁ ଆମସାର ଆକ୍ଟ-୧୯୫୮ର ପ୍ରାବଧାନ ଅନୁସାରେ ଜାତୀୟ ସଂରକ୍ଷିତ କୀର୍ତ୍ତିରାଜି ଭାବେ ପରିଗଣିତ ହେଉଛି ।

ଏଏସଆଇ ଏହି କୀର୍ତ୍ତିରାଜିର ସଂରକ୍ଷଣ ଓ ମରାମତି ଦାୟିତ୍ୱରେ ରହିଛି । ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶରେ ଆମସାର ଆକ୍ଟ ଅନୁସାରେ ସଂରକ୍ଷିତ କୀର୍ତ୍ତିରାଜିର ୧୦୦ମିଟର ପରିସରରେ ସମସ୍ତ ପ୍ରକାରର ନୂଆ ର୍ନିମାଣ ଉପରେ ସମ୍ପୂର୍ଣ୍ଣ କଟକଣା ରହିଛି । ତେଣୁ ୨୦୦ମିଟର ଅଞ୍ଚଳରେ କୌଣସି ପ୍ରକାରର ର୍ନିମାଣ ଲାଗି ASI ଅନୁମତି ଦେବା ଲାଗି ଅନୁରୋଧ ହୋଇଛି ।