କାହିଁକି ଏ ହାଇ ସିକ୍ୟୁରିଟି ନମ୍ବର। ଏହି ନମ୍ବର ଲଗାଇଲେ କି ସୁବିଧା ମିଳିବ ? ଏହାକୁ ନେଇ କାହିଁକି ପରିବହନ ବିଭାଗର ଏତେ ତନାଘନା ? ଏମିତି ଅନେକ ପ୍ରଶ୍ନ ଗାଡି ମାଲିକ ଏବଂ ଚାଳକଙ୍କ ମନରେ । ଏସବୁ ଭିତରେ HSRPକୁ ନେଇ ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ ଟୁଇଟ ନିଆଁରେ ଘିଅ ପରି ହୋଇଛି।
ଡେଡଲାଇନ୍ ଆଉ ବଢ଼ାଯିବ ନାହିଁ ବୋଲି ସଫା ସଫା କହିଦେଇଛି ପରିବହନ ବିଭାଗ
ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍। ଏଥିପାଇଁ ଆଜିଠୁ ଆବେଦନ କରି ହେବ। ଆବେଦନ କରିବା ପରେ କିଛି ଦିନ ମଧ୍ୟରେ ଆପଣଙ୍କ ଡିଲରଙ୍କ ପାଖକୁ ନମ୍ବର ପ୍ଲେଟ୍ ଆସିଯିବ।