/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654065223.jpg)
Paneer, Cottage Cheese Prices Hiked In Odisha
ଆଜିଠୁ କଞ୍ଚା ଛେନା ଓ ପନିର ଦାମ୍ ବୃଦ୍ଧି ପାଇଛି। ଛେନା କେଜି ପ୍ରତି ୧୫ ଟଙ୍କା ବଢ଼ିଥିବା ବେଳେ ପନିର କେଜି ପିଛା ୨୦ ଟଙ୍କା ବୃଦ୍ଧି ହୋଇଛି। ହୋଲ୍ସେଲ୍ ଦରରେ କେଜି ପିଛା ଛେନା ଥିଲା ୧୬୫ ଟଙ୍କା ଏବେ ୧୫ ଟଙ୍କା ବଢ଼ି ୧୮୦ ଟଙ୍କା ହୋଇଛି। ସେହିପରି ପନିର ହୋଲସେଲ ଦର କେଜି ପିଛା ୨୦୦ ଥିଲା ଦାମ୍ ବଢ଼ି ଏବେ ଏହା ୨୨୦ ଟଙ୍କା ହୋଇଛି।
Advertisment
ଏହାରି ଭିତରେ ଓମ୍ଫେଡ୍ କ୍ଷୀର ଦାମ୍ ଦୁଇ ଦୁଇ ଥର ଦର ବଢାଇ ସାରିଥିବା ବେଳେ ଗତ ୪ବର୍ଷ ଧରି ଛେନା ଏବଂ ପନିରର ଦର ବଢ଼ି ନଥିଲା। ଏବେ ଯେଉଁ ଦର ବଢ଼ିଲା ତାହା ଚାଷୀଙ୍କୁ ଦିଆଯିବ ବୋଲି ଭୁବନେଶ୍ୱର ମିଲ୍କ ପ୍ରଡକ୍ଟ ସେଲ୍ସ ଆସୋସିଏସନ୍ ସୂଚନା ଦେଇଛି।
ସୂଚନାଥାଉ କି, ଗତ ଏପ୍ରିଲରେ ଓମ୍ଫେଡ୍ କ୍ଷୀର ଦର ବୃଦ୍ଧି ପାଇଥିଲା। ଓମ୍ଫେଡ୍ କ୍ଷୀର ଲିଟର ଫିଛା ୨ ଟଙ୍କା ବୃଦ୍ଧି ପାଇଥିଲା । ଚାଷୀଙ୍କ ଦାବି ଓ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ସଂସ୍ଥା ପକ୍ଷରୁ ଦାମ ବଢାଯାଇଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)