/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654011700.jpg)
Marriage Postpones
ମାଛ ଧରା ପାଇଁ ନିଜ ବାହାଘର ଘୁଞ୍ଚାଇ ଦେଲେ ଯୁବକ । ୭ ଦିନ ପାଇଁ ଘୁଞ୍ଚିଲା ବିବାହ ତାରିଖ । ମାଛ ଧରା ନିଶା କଲା ପାଗଳ। ଏମିତିକି ନିଜ ବିବାହ ପାଇଁ ସ୍ଥିର ହୋଇଥିବା ତାରିଖକୁ ଘୁଞ୍ଚାଇ ଦେଲେ ଯୁବକ। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବଢିଲା ଚର୍ଚ୍ଚା।
ସାଧାରଣତଃ ଆମେ ସମସ୍ତେ ନିଜ ବାହାଘରକୁ କିଛି ମାତ୍ରାରେ ଭିନ୍ନ ତଥା ସ୍ମରଣୀୟ କରିବା ପାଇଁ ଚେଷ୍ଟା କରନ୍ତି। କିନ୍ତୁ ନୀଳଗିରିର ଯୁବକ ଜଣଙ୍କ ଯେଉଁ କାମ କରିଛନ୍ତି କେବଳ ସେହି ଅଂଚଳରେ ନୁହେଁ ବରଂ ପୂରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ଆଜିକାଲି ସହରି ସଭ୍ୟତା ଭିତରେ ପୂର୍ବ ସମୟରେ ଯେଭଳି ସଭିଙ୍କ ଘର ବାଡ଼ିରେ ଗାଡ଼ିଆ,ଗାଁରେ ପୋଖରୀର ଛବି ଥିଲା, ଆଜିକାଲି ତାହା ଆଉ ଦେଖାଯାଉନି। ବହୁସ୍ଥାନରେ ଗଡ଼ିଆ ପୋଖରୀ ପୋତି ହୋଇ ଗଲାଣି । ହେଲେ ପିଲାଦିନର ଗାଡ଼ିଆ ପୋଖରୀରେ ବନଶୀ ପକାଇବାର ସ୍ମୃତି କିଛି ଅଲଗା।
ବାଲେଶ୍ୱର ନୀଳଗିରି ସହରରେ ଥିବା ସଙ୍କରାଖୁଣ୍ଟା ପୋଖରୀରେ ବନିସି ପକାଇବା ପାଇଁ ପ୍ରତିଯୋଗିତା ହୋଇଥିଲା । ଆଉ ଏଇ ପ୍ରତିଯୋଗିତାରେ ଅନେକ ଲୋକ ଭାଗ ବି ନେଇଥିଲେ। ଆଉ ୟାଙ୍କରି ମଧ୍ୟରୁ ମାଛ ଧରା ପାଇଁ ଜଣେ ନିଜ ବିବାହ ତାରିଖକୁ ଘୁଂଚାଇ ଦେଇଥିବା ଜଣାପଡ଼ିଛି। ଯାହାକୁ ନେଇ ବଢୁଛି ଚର୍ଚ୍ଚା ।
ରିପୋର୍ଟର- ବିଶ୍ୱମ୍ବର ଦାସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)