Advertisment

ଇଏ ବି ଜଣେ ସାବିତ୍ରୀ ଯିଏ ୧୨ ବର୍ଷ ହେଲାଣି ସ୍ୱାମୀଙ୍କ ସେବାରେ ବ୍ୟସ୍ତ

ଆଜି ନୁହେଁ ବରଂ ୧୨ ବର୍ଷ ହେଲାଣି ସ୍ୱାମୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ଏଇ ସାବିତ୍ରୀ। ପ୍ରତ୍ୟେକ ଦିନ, ସକାଳୁ ସଞ୍ଜ ଅହରହ ସ୍ୱାମୀଙ୍କର କରୁଛନ୍ତି ସେବା। ସକାଳୁ ଉଠିଲେ ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି ତ ପୁଣି ରାତି ଶୋଇବା ବେଳେ ମୁଣ୍ଡିଆ ମାରୁଛନ୍ତି, ୟାଙ୍କ ପାଇଁ ପ୍ରତିଦିନ ସାବିତ୍ରୀ ବ୍ରତ

author-image
Otv Khabar Bureau
undefined

Special Story

ସତ୍ୟବାନ ଶୋଇଛନ୍ତି, ସାବିତ୍ରୀ ପାଦ ଛୁଇଁ ପ୍ରଣାମ କରୁଛନ୍ତି । କେତେବେଳେ ତଳୁ ଉଠାଇ ବସାଉଛନ୍ତି ତ ପୁଣି କେତେବେଳେ ମଗରେ ପାଣି ପିଆଇ ଦେଉଛନ୍ତି। ସାବିତ୍ରୀ ଜଣକ ଆଜି ନୁହେଁ ବରଂ ୧୨ ବର୍ଷ ହେଲାଣି ସତ୍ୟବାନଙ୍କ କରୁଛନ୍ତି ଏମିତି ସେବା। ପାରାଲିସିସ୍‌ ରୋଗରେ ଆକ୍ରାନ୍ତ ହେବା ପରେ ୧୨ ବର୍ଷ ହେଲାଣି  ବିଛଣାରେ ଶୋଇ ରହିଛନ୍ତି ସ୍ୱାମୀ ନାରାୟଣ ।

Advertisment

ପବିତ୍ର ସାବିତ୍ରୀ ବ୍ରତ । ସବୁ ସ୍ତ୍ରୀ ମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଶଙ୍ଖା ,ଶାଢ଼ୀ ,ଫୁଲ ଫଳ କିଣି ଓଷା କରିଥାନ୍ତି । କିନ୍ତୁ କାଞ୍ଚନ ପ୍ରତିଦିନ ସ୍ୱାମୀଙ୍କ ସେବାରେ ଏମିତି ବ୍ୟସ୍ତ ରୁହନ୍ତି ଯେ, ତାଙ୍କ ପାଇଁ ପ୍ରତ୍ୟେକ ଦିନ ସତେ ଯେମିତି ସାବିତ୍ରୀ ପରି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର କାଞ୍ଚନ ମହାଳିକ ପାରାଲିସିସ ରୋଗରେ ଆକ୍ରାନ୍ତ ହୋଇଥିବା ସ୍ୱାମୀ ନାରାୟଣଙ୍କ ଦୀର୍ଘ୧୨ବର୍ଷ ହେଲା ନିରନ୍ତର ସେବା କରୁଛନ୍ତି । ବିଛଣାରେ ପିଡ଼ିରହିଛନ୍ତି ନାରାୟଣ। ଖାଇବା ଠାରୁ ଶୋଇବା ପର୍ଯ୍ୟନ୍ତ ସବୁ କାମ କରନ୍ତି ନାରାୟଣ। ଦିନ ମଜୁରିଆ କାମ କରି ନାରାୟଣ ପରିବାର ଚଳାଉଥିଲେ। କିନ୍ତୁ ପାରାଲିସିସ୍‌ ରୋଗରେ ପଡ଼ିବା ପରେ ସବୁ କିଛି ବଦଳିଗଲା।

ଏବେ ବିଛଣାରେ ଶୋଇ ରହୁଛନ୍ତି ନାରାୟଣ। ପରିବାର ଚଳାଇବା ପାଇଁ କାଞ୍ଚନ ଦୋକାନ ଓ ସ୍କୁଲରେ ସହାୟକ କାମ କରି ପରିବାର ଚଳାନ୍ତି।କାଞ୍ଚନଙ୍କୁ ଦୋକାନ କାମରେ ସାହାଯ୍ୟ କରନ୍ତି ଶ୍ୱଶୁର ଓ ଝିଅ । ଯେତିକି ରୋଜଗାର ହୁଏ ସେତିକିରେ ସ୍ୱାମୀଙ୍କ ପାଇଁ ମେଡ଼ିସିନ୍‌ ବି କିଣାହୁଏ । ଦୀର୍ଘ ୧୨ ବର୍ଷ ହେବ ସ୍ୱାମୀଙ୍କ ପାଇଁ ଏମିତି ସଂଘର୍ଷ କରୁଛନ୍ତି କାଞ୍ଚନ। ପିଲାମାନେ ମଧ୍ୟ ବାପାଙ୍କ ରୋଗକୁ ନେଇ କଷ୍ଟ। କିନ୍ତୁ ଆଶା ଅଛି ଖୁବଶୀଘ୍ର ଭଲ ହୋଇଯିବେ ବାପା ।

Advertisment

କାଞ୍ଚନଙ୍କ ତାଙ୍କ ସ୍ୱାମୀପ୍ରତି ଥିବା ନିଷ୍ଠାପର ଭଲ ପାଇବାକୁ ସମସ୍ତେ ପ୍ରଶଂସା କରୁଛନ୍ତି। କାରଣ ୧୨ ବର୍ଷ ହେବା ଏମିତି ସେବା କରିବ ଜମାରୁ ସହଜ କଥା ନୁହେଁ। ଆଉ ନାରୀ ଜାତି ପାଇଁ ଉଦାହରଣ ପାଲଟିଛନ୍ତି କାଞ୍ଚନ ।

Sabitri Brata Special Story
Advertisment
Advertisment