Advertisment

ALERT ! ଆଜିଠୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ଆବେଦନ: ତୁରନ୍ତ କରନ୍ତୁ, ନହେଲେ ଗଣିବେ ୧୦ ହଜାର ଫାଇନ୍‌

ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍। ଏଥିପାଇଁ ଆଜିଠୁ ଆବେଦନ କରି ହେବ। ଆବେଦନ କରିବା ପରେ କିଛି ଦିନ ମଧ୍ୟରେ ଆପଣଙ୍କ ଡିଲରଙ୍କ ପାଖକୁ ନମ୍ବର ପ୍ଲେଟ୍  ଆସିଯିବ।

author-image
Rajalaxmi Sahoo
High security number plate in Odisha

High security number plate in Odisha

ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍। ଏଥିପାଇଁ ଆଜିଠୁ ଆବେଦନ କରି ହେବ। ନମ୍ବର ପ୍ଲେଟ୍ ପାଇବା ଲାଗି SIAM(Society of Indian Automobile Manufacturers) ୱେବ୍‌ସାଇଟ୍‌କୁ ଯିବାକୁ ପଡ଼ିବ।

Advertisment

ଏହାପରେ ବୁକ୍ HSRP( High Security Registration Plates) ବଟନ୍‌ରେ କ୍ଲିକ୍ କରି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ଆବେଦନ କରିବାକୁ ପଡ଼ିବ। ଏଥିପାଇଁ ଗାଡ଼ିର ବୈଧ ପଞ୍ଜୀକରଣ ପ୍ରମାଣପତ୍ର, ଫିଟ୍‌ନେସ୍‌ ସାର୍ଟିଫିକେଟ୍ ଥିବା ଜରୁରୀ।

ଆବେଦନ କରିବା ପରେ କିଛି ଦିନ ମଧ୍ୟରେ ଆପଣଙ୍କ ଡିଲରଙ୍କ ପାଖକୁ ନମ୍ବର ପ୍ଲେଟ୍  ଆସିଯିବ। ପୁରୁଣା ନମ୍ବର ପ୍ଲେଟ୍ ବଦଳାଇ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ପର୍ଯ୍ୟାୟକ୍ରମେ ଡିସେମ୍ବର ୩୧ ଯାଏ ସମୟ ଦିଆଯାଇଛି। 

Advertisment

ନିର୍ଦ୍ଧାରିତ ସମୟ ପରେ ଯେଉଁମାନେ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇ ନଥିବେ ଧରାପଡ଼ିଲେ ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଇ-ଚାଲାଣ କଟାଯିବ ବୋଲି ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି ସ୍ପଷ୍ଟ କରିଛନ୍ତି।

୨୦୧୯ ଏପ୍ରିଲ ୧ ପର ଠାରୁ ଯେଉଁ ସବୁ ଯାନବାହନ ବିକ୍ରି ହେଉଛି , ସେଗୁଡ଼ିକ ଶୋରୁମ୍‌ରୁ ହିଁ  HSRP ନମ୍ବର ପ୍ଲେଟ୍ ଲାଗି ଆସୁଛି। କିନ୍ତୁ ତା’ ପୂର୍ବରୁ ଥିବା ସବୁ ଯାନବାହନ ପାଇଁ ଏବେ HSRPକୁ ବାଧ୍ୟତାମୂଳକ କରାଯାଇଛି। ଏବେ ରାଜ୍ୟରେ ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ପ୍ରାୟ ୪୦ରୁ ୪୫ ଲକ୍ଷ ଯାନବାହନ ରହିଛି।

High Security Number Plate High Security Registration Plates High Security Number Plate In Odisha
Advertisment
Advertisment