ଏମିତି ସ୍କୁଲ ଆପଣ ଜୀବନରେ ଦେଖିନଥିବେ। ଯେଉଁଠି ଠାକୁର, ସେଇଠି ସ୍କୁଲ୍। ଭକ୍ତ ଆସି ପୂଜାପାଠ କରୁଛନ୍ତି, ଘଣ୍ଟି ବଜାଉଛନ୍ତି। ଆଉ ସେଇଠି ଠାକୁରଙ୍କ ଆଗରେ ବସି ପାଠ ପଢୁଛନ୍ତି ଛୋଟ ଛୋଟ ପିଲା। ପୂଜାପାର୍ବଣ ଆସିଲେ, ମନ୍ଦିରରେ ଗହଳି ବଢ଼େ, ତେଣୁ ସ୍କୁଲ ବନ୍ଦ। ଆଉ ମଧ୍ୟାହ୍ନ ଭୋଜନ ହୁଏ ମନ୍ଦିର ପ୍ରାଙ୍ଗଣରେ।
ଲୋକ ବନ୍ୟା ପାଣିରେ ବୁଡ଼ି ଗଲେଣି ତୁମକୁ ଖେଳ ଘର ଲାଗିଛି ଆଉ? ତମ ଗୋଡ଼ରେ ଏମିତି କାଦୁଅ ନାଗା ଯାଉଛି?
ରାଜ୍ୟରେ ଉତ୍କଟ ହେଉଛି ବେକାରୀ ସମସ୍ୟା। ସରକାରୀ ପଦବୀ ଖାଲି, ହେଲେ ନିଯୁକ୍ତି ନାହିଁ। କାହିଁକି ଏମିତି ସ୍ଥିତି ? ଓଟିଭି ହାତରେ ଲାଗିଥିବା ସରକାରୀ ଚିଠିରୁ ସାମ୍ନାକୁ ଆସିଛି ଏହାର ସବୁଠୁ ବଡ଼ କାରଣ। ସେଇଟା ହେଉଛି ବିଭାଗଗୁଡ଼ିକର ଚରମ ଅବହେଳା।
ସ୍ଥିତି କାଲି ଥିଲା ଯାହା ଆଜି ବି ତାହା । କେଉଁଠୁ ଆବର୍ଜନା ଉଠୁଛି ତ ଆଉ କେଉଁଠି ଉଠୁନି ।
୨୦୧୯ରେ ସରକାରକୁ ଆସିବା ପରେ ୩ ବର୍ଷରେ ମାତ୍ର ୩୬ ହଜାର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର କିନ୍ତୁ ରାଜ୍ୟରେ ଏବେ ବି ୭୩ ହଜାର ସରକାରୀ ପଦବୀ ଖାଲି ପଡିଥିବା ବିଧାନସଭାରେ ସୂଚନା ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ।
ପ୍ରଥମେ ଫୋନ କଲ ରେକର୍ଡିଂ, ପରେ ଡାଏରୀ ଆଉ ଏବେ ଶ୍ୱେତା-ସୌମ୍ୟଜିତ ସସପେନ୍ସର ପରଦା ହଟାଉଛି ହ୍ୱାଟ୍ସଆପ୍ ଚାଟ୍
ଲଗାଣ ବର୍ଷା ହେବା ପରେ ତାଙ୍କ ଘର ଚାରିପଟେ ବର୍ଷା ପାଣି ଜମି ରହିଛି । ପାଣି ଭିତରେ ଜୀବନ କାଟୁଛନ୍ତି ମହିଳା ।
ଏହି ରିପୋର୍ଟରୁ କେଉଁ ଦଳକୁ କେତେ ଅନୁଦାନ ମିଳିଛି, ସେ ବାବଦରେ ଟିକିନିଖି ତଥ୍ୟ ମିଳିଥାଏ।
ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟିର ମାନ୍ୟତା ପାଇଛି, ହେଲେ ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ସ୍ମାର୍ଟ ଅଳିଆ ଗଦା ଦେଖିବାକୁ ମିଳୁଛି। ବିଏମ୍ସି କହୁଛି ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ।
ବ୍ରହ୍ମପୁର MKCG ମେଡିକାଲ୍ରେ ଅଗ୍ନିକାଣ୍ଡ ଘଟିଛି। ମେଡିକାଲ୍ର ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡରେ ନିଆଁ ଲାଗି ଧୂଆଁ ବାହାରୁଥିବା ସୂଚନା ମିଳିଛି।
ମହାରାଜ ବିକ୍ରମ ଦେବ ବର୍ମାଙ୍କ ଅମଳରେ ନିର୍ମିତ ଐତିହାସିକ ସୂର୍ଯ୍ୟମହଲ ଇତିହାସ ପୃଷ୍ଠାରୁ ଲିଭିବାକୁ ଯାଉଛି ।
ଏଣିକି ମଦ ପିଇଲେ କିମ୍ବା ବିକିଲେ ଜନ ଆକ୍ରୋଶର ଶିକାର ହେବେ। ଏପରିକି ସେମାନଙ୍କର ରାସନ କାର୍ଡ ମଧ୍ୟ କଟାଯିବ।
ପ୍ରେତାତ୍ମା କାନ୍ଦୁଛି। କାନ୍ଦି କାନ୍ଦି କହୁଛି ହତ୍ୟା କାହାଣୀ। ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋରରେ। ଗତ ମାସରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ହତ୍ୟା ଘଟଣା ପରେ ଗାଁରେ ଏବେ ଆଉ ଜଣେ ଯୁବତୀଙ୍କଠାରେ ମୃତ ଛାତ୍ରୀର ପ୍ରେତାତ୍ମା ଲାଗିଛି ବୋଲି ଲୋକେ କହୁଛନ୍ତି। ଏମିତି ଅନ୍ଧବିଶ୍ୱାସକୁ ଆମେ ପ୍ରଶ୍ରୟ ଦେଉନାହୁଁ।
ଜୀବନ ବେଳେ ବେଳେ ଏମିତି କଷ୍ଟ ଭୋଗେ। ପାଣି ଘେରରେ ଥାଇ ବି ପିଇବାକୁ ମୁନ୍ଦେ ପାଣି ମିଳେ ନାହିଁ। ଜନିଷପତ୍ର ଧରି ଆଜବେଷ୍ଟର୍ସ ଉପରେ ବସିବାକୁ ପଡ଼ିପାରେ... ଏ ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲାର
ଆଜି ଆଖି କଣ ନ ଦେଖିଲାରେ ନାରଣ। ଆମ୍ୱାଲାନ୍ସ କୁଆଡେ ଗଲା କିରେ। ଟ୍ରାକ୍ଟର ଉପରେ କାହିଁକି ଆସୁଛି ରୋଗୀ !
ୟୁନିଫର୍ମ ପିନ୍ଧି ଘରୁ ସ୍କୁଲମୁହାଁ ହେଲେ ଛାତ୍ରଜଣକ । ହେଲେ ହାତରେ ନ ଥିଲା ବହି ଖାତା କି କଲମ । ସବୁ ପିଲା ସ୍କୁଲ ଯାଇ କ୍ଲାସ୍ରେ ବସିଥିବା ବେଳେ ଏହି ପିଲାଟି କିନ୍ତୁ ସ୍କୁଲ ପରିସରରେ ପ୍ରବେଶ ନ କରି ଗେଟ୍ ବାହାରେ ବସିଲେ । ସବୁ ପିଲା ପାଠ ପଢ଼ୁଥିବା ବେଳେ ଏହି ପିଲାଟି ଧୁ ଧୁ ଖରାରେ ଚଣା,ମୁଢ଼ି, ବିସ୍କୁଟ ଓ ଚକୋଲେଟ୍ର ପସରା ମେଲି ବିକ୍ରି କରିବାକୁ ଲାଗିଲେ।
ସାଙ୍ଗ ସହ ଖୁସିମନରେ ବାଲିରେ ଖେଳିବାକୁ ବାହାରିଥିଲା ନାବାଳକ । ଖେଳ ସାରି ଜଲଦି ଘରକୁ ଫେରି ଆସିବ ବୋଲି ବି କହିଥିଲା। ହେଲେ ବିଧିର ବିଧାନ ଥିଲା ଅଲଗା। ବାଲିରେ ଖେଳୁ ଖେଳୁ ସେଥିରେ ପୋତି ହୋଇ ଚାଲିଗଲା ୧୦ ବର୍ଷୀୟ ନାବାଳକ ଜୀବନ ।
ପୂର୍ବରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ତେବେ ପୁନର୍ବାର ଅନୁଭବଙ୍କ ସାନି ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ରିକଲ ପିଟିସନ ଦାୟର କରିଥିଲେ।
ଗାଁର କିଛି ଲୋକ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ବେଳାଭୂମିରେ ଏହି କଙ୍କାଳ ଦେଖି ପୋଲିସକୁ ଖବର ଦେଇଥିଲେ। ଏହା ଏକ ହତ୍ୟାକାଣ୍ଡ ଜନିତ ଘଟଣା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।
ଭଗବାନ ଦ୍ୱାରା ଦିଆଯାଇଥିବା ଚେହେରା ଭଲ ଲାଗିଲା ନାହିଁ। ଚାହିଁଲେ ଏହାକୁ ପରିବର୍ତ୍ତନ କରିବା ପାଇଁ। ପ୍ଲାଷ୍ଟିକ୍ ସର୍ଜରୀ କରି ଫୁଲେଇ ଦେଲେ ଗାଲ ଆଉ କପାଳରେ ଉଠେଇଦେଲେ ଶିଙ୍ଗ।
ନିଜର ଶୌକ ପାଇଁ ଅନେକ ଜୀବ ଜନ୍ତୁ ପାଳନ କରନ୍ତି। ଏହି ଶୌକ ଏମିତି ହୋଇଯାଏ ଯେ ଏନେଇ ଲୋକେ ପାନି ଭଳି ଟଙ୍କା ଖର୍ଚ୍ଚ କରନ୍ତି। ଜଣେ ବ୍ୟକ୍ତି ସାପ ପାଳି କାଙ୍ଗାଳ ହୋଇଯାଇଛନ୍ତି। ଆସନ୍ତୁ ଜାଣିବା…
ସ୍ମାର୍ଟ ସିଟିର ସ୍ଥିତି ସଙ୍ଗୀନ୍। ସହରର ଯୁଆଡ଼େ ଚାହିଁବ କୁଢ କୁଢ ଗଦା ଗଦା ଆବର୍ଜନା। ଗଳି ହେଉ କି ମେନ୍ ରୋଡ୍ ସବୁଠି ପଡିରହିଛି ଅଳିଆ। ପ୍ରାୟ ୨ ସପ୍ତାହ ହେଲା ସହରରୁ ନିୟମିତ ଉଠୁନି ଅଳିଆ। ବିଏମସିର୍ ପରିଚାଳନାଗତ ତ୍ରୁଟି ପାଇଁ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ହେଲେ BMC କହୁଛି- ସମସ୍ୟା ନାହିଁ ସମାଧାନ ସରିଛି। ଗ୍ରାଉଣ୍ଡର ସ୍ଥିତି କିନ୍ତୁ ଯଥା ପୂର୍ବଂ ତଥା ପରଂ।
ବିଏମ୍ସିର ପରିଚାଳନା ତ୍ରୁଟିରୁ ଲୋକେ ଅଣନିଶ୍ୱାସୀ ଅଭିଯୋଗ । ମହାନଗର ନିଗମ କହୁଛି ସମସ୍ୟାର ହୋଇ ସାରିଛି ସମାଧାନ ।
ନୂଆ ନୂଆ ନାଁରେ ନାମିତ ହେବ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା AIIMS। ଏଥିପାଇଁ ଆଞ୍ଚଳିକସ୍ତରର ୪ଟି କ୍ୟାଟେଗୋରିରୁ ପ୍ରସ୍ତାବିତ ନାଁ ସ୍ଥିର କରି ପଠାଇବାକୁ କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଏହି କ୍ରମରେ ଭୁବନେଶ୍ୱର AIIMSର ନାଁ କଣ ରହିବ ଓ କାହା ନାଁରେ ନାମିତ ହେବ ତାକୁ ନେଇ ଉତ୍କଣ୍ଠା ବଢୁଥିବାବେଳେ ନାମକରଣକୁ ନେଇ ଏଣେ ତେଜିଛି ରାଜନୀତି।
ସୁରେଶ ମହାପାତ୍ରଙ୍କର ହୋଇଛି ୨ଥର କାର୍ଯ୍ୟକାଳ ବୃଦ୍ଧି । ଦେବୀଦତ୍ତ ବିଶ୍ୱାଳଙ୍କ ପୋଷ୍ଚିଂ ପରେ ପାଓ୍ୱାର କରିଡରରେ ଚର୍ଚ୍ଚା ।