• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଛାତ୍ରଙ୍କ ଅଭିନବ ପ୍ରତିବାଦ । ସ୍କୁଲ ଆଗରେ ଚଣା, ମୁଢ଼ି ଓ ବିସ୍କୁଟ ବିକ୍ରି କଲେ ଛାତ୍ର । ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାମନାରେ ଦେଖିବାକୁ ମିଳିଛି ଏ ଅଭାବନୀୟ ଘଟଣା । ନାମଲେଖାରୁ ବଞ୍ଚିତ ହେବାରୁ ସ୍କୁଲ ଗେଟ୍ ସମ୍ମୁଖରେ ଚଣା, ମୁଢ଼ି, ବିସ୍କୁଟ ଓ ଚକୋଲେଟ୍ ବିକ୍ରି କଲେ ଜଣେ ଛାତ୍ର ।

 

କୁମାରୀ ଗାଁର କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପୁଅ ଶିବ ଶଙ୍କର ପଣ୍ଡା ନିକଟସ୍ଥ ଚଢେଆପଲ୍ଲୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ । ଯାତାୟାତରେ ଅସୁବିଧା ହେବାରୁ ସେଠାରୁ ସେ ଟିସି ଆଣି ନିଜ ଗାଁରେ ଥିବା ସ୍କୁଲରେ ନାମଲେଖାବାକୁ ଯାଇଥିଲେ ।

ଗତ ୧୩ ତାରିଖରୁ ଟ୍ରାନ୍ସଫର ସାର୍ଟିଫିକେଟ ଆଣିଥିଲେ ମଧ୍ୟ କୁମାରୀ ସ୍କୁଲରେ ତାଙ୍କର ନାମ ଲେଖା ହୋଇପାରିନାହିଁ । ଅନଲାଇନ୍ ସାର୍ଟିଫିକେଟ ଆଣିଲେ ନାମଲେଖା ହେବ ବୋଲି କହିଥିଲେ ସେହି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ । ଏହାକୁ ନେଇ ସେ ଚଢ଼େୟାପଲ୍ଲୀ ସ୍କୁଲକୁ ଜଣାଇଥିଲେ ମଧ୍ୟ କେହି ଏହାକୁ ଗୁରୁତ୍ୱ ଦେଇନାହାନ୍ତି । ଶେଷରେ ଛାତ୍ର ଜଣକ କୁମାରୀ ସ୍କୁଲ ସମ୍ମୁଖରେ ଅଭିନବ ପ୍ରତିବାଦ କରିଛନ୍ତି । ତେବେ ଛାତ୍ରଙ୍କ ନାମଲେଖାରେ ଅବହେଳାକୁ ଅସ୍ୱୀକାର କରିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ।