• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଥିଲେ ଝିଅ , ହେଲେ ପୁଅ । ଦୀର୍ଘ ୨୨ ବର୍ଷ ପରେ ବଦଳିବାକୁ ଯାଉଛି ତାଙ୍କ ପରିଚୟ । ଯୁବତୀରୁ ସେ ହେବେ ଯୁବକ । ଓଡ଼ିଶାରେ କାର୍ଯ୍ୟରତ ଏକ ବରିଷ୍ଠ ଆଇପିଏସ ଦମ୍ପତ୍ତିଙ୍କ ୨୨ ବର୍ଷିୟା ଝିଅ ନିକଟରେ ଲିଙ୍ଗ ପରିବର୍ତ୍ତନ ଭଳି ବିରଳ ଅସ୍ତ୍ରୋପଚାର କରି ଚର୍ଚ୍ଚାକୁ ଆସିଛନ୍ତି । ନୂଆଦିଲ୍ଲୀରେ ଏକ ହସ୍ପିଟାଲରେ ତାଙ୍କର ଏହି ସେକ୍ସ ରି-ଆସାଏନ୍‌ମେଣ୍ଟ ସର୍ଜରୀ କରାଯାଇଛି । ତେବେ ଗୋପନୀୟତା ଦୃଷ୍ଟିରୁ ତାଙ୍କର ନାଁ ପ୍ରକାଶ କରାଯାଇନି । ଲିଙ୍ଗ ପରିବର୍ତ୍ତନ ନେଇ ସେ କିମ୍ବା କିମ୍ବା ଆଇପିଏସ୍ ଅବିଭାବକ ବି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ତେବେ ଝିଅରୁ ପୁଅକୁ ଲିଙ୍ଗ ପରିବର୍ତ୍ତନ ଲାଗି ମେଡିକାଲ ପ୍ରକ୍ରିୟା ଭିତରେ ଏପଟେ ବିଦ୍ଧିବଦ୍ଧ ଭାବେ ତାଙ୍କ ନାଁ ଓ ପରିଚୟ ବଦଳାଇବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ତାଙ୍କ ପାସପୋର୍ଟ ସମେତ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ବଦଳାଇବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ମିଳିଛି ।

ଆମ ଦେଶ ତଥା କିଛି ବର୍ଷ ହେଲା ରାଜ୍ୟରେ ସମ୍ଭବ ହୋଇପାରୁଥିବା ଏ ଅପରେସନ ଅତ୍ୟନ୍ତ ବ୍ୟୟବହୁଳ ନହେଲେ ବି ଏଥିପାଇଁ ସଂପୃକ୍ତ ପୁଅ କିମ୍ବା ଝିଅ ଏବଂ ତାଙ୍କ ପରିବାର ଲୋକଙ୍କ ନିଷ୍ପତ୍ତି ଓ ସମ୍ମତି ହିଁ ସବୁଠୁ ବଡ଼ ଭୂମିକା ନେଇଥାଏ । ଏସମ୍ପର୍କରେ କଟକ ଏସ୍‌ସିବିର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ମୁଖ୍ୟ କୁହନ୍ତି, ପୁଅରୁ ଝିଅକୁ ଲିଙ୍ଗ ପରିବର୍ତ୍ତନ ଅପରେସନ ଅପେକ୍ଷାକୃତ ସହଜ କିନ୍ତୁ ଝିଅରୁ ପୁଅକୁ ଲିଙ୍ଗ ପରିବର୍ତ୍ତନ ଅପରେସନରେ ଅଧିକ ଜଟିଳତା ରହିଥାଏ ।

ସାଧାରଣତଃ ଯୁବତୀଟିଏ ପୂର୍ଣ୍ଣ ଭାବେ ଯୁବକରେ ପରିବର୍ତ୍ତନ ହେବାକୁ ପ୍ରାୟ ୨ ବର୍ଷ ସମୟ ଲାଗିଯାଏ । ଶରୀରରେ ହରମୋନ୍ ଜନିତ ପରିବର୍ତ୍ତନ ଲାଗି ସମୟର ଆବଶ୍ୟକ ଥାଏ । ତେବେ ଅପରେସନ୍ ପରେ ଲିଙ୍ଗ ପରିବର୍ତ୍ତନ ହେଲେ ପୁଅରୁ ଝିଅ ପାଲଟୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଗର୍ଭଧାରଣ ଓ ଝିଅରୁ ପୁଅ ପାଲଟୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ସମସ୍ତ ପ୍ରାକୃତିକ କାର୍ଯ୍ୟକଳାପ ସ୍ୱାଭାବିକ ହେବା ଏକ ଚ୍ୟାଲେଞ୍ଜ ।

ପୁଅରୁ ଝିଅ କିମ୍ବା ଝିଅରୁ ପୁଅ ହେବା ପାଇଁ କରାଯାଉଥିବା ଅପରେସନ ଏବେ ଓଡ଼ିଶାରେ ଆଦୌ ବିରଳ ନୁହେଁ । ଏହି ଅପରେସନ୍ ପାଇଁ ୨ ଲକ୍ଷରୁ  ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । କଟକ ଏସସିବି ମେଡିକାଲ କଲେଜ୍ ଓ ହସ୍ପିଟାଲ ସମେତ ରାଜ୍ୟର କିଛି ପ୍ରତିଷ୍ଠିତ ଘରୋଇ ହସ୍ପିଟାଲରେ ମଧ୍ୟ ଏ ଅସ୍ତ୍ରୋପଚାର କରାଯାଉଛି । ଏହାପୂର୍ବରୁ ୨୦୨୦ରେ ମାଲକାନଗିରିରେ ଦୁଇ ଜଣ ଝିଅ ପରସ୍ପରକୁ ଭଲ ପାଉଥିବା ବେଳେ ନିଜ ପ୍ରେମକୁ ସାର୍ଥକ କରିବା ଲାଗି ଜଣେ ନିଜକୁ ପୁଅରେ ପରିବର୍ତ୍ତନ କରିବାକୁ ଅପରେସନ କରିଥିଲେ ।

ସେହିଭଳି ୨୦୧୭ରେ କଟକ SCB ମେଡିକାଲ କଲେଜରେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା । ସେପଟେ ପଶ୍ଚିମବଙ୍ଗରେ ଦୁଇ ପ୍ରେମୀ ଯୁଗଳ ଦୀପନ ଚକ୍ରବର୍ତ୍ତି ଓ ତିସ୍ତା ଦାସ ପରସ୍ପରର ଲିଙ୍ଗ ବଦଳାଇ ପରେ ବିବାହ କରି ଖୁବ୍ ଚର୍ଚ୍ଚାକୁ ଆସିଥିଲେ ।