Advertisment

୨ ମାସ ପରେ ଜେଲ୍‌ରୁ ମୁକୁଳିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ

ଦିଲ୍ଲୀର ଜଣେ ବ୍ୟବସାୟୀ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ୧ କୋଟି ଟଙ୍କା ଠକେଇ ନେଇ EOWରେ ଅଭିଯୋଗ କରିଥିଲେ। ଏହାପରେ ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରାଯାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Senior Journalist Ardhendu Das Released From Jail

Senior Journalist Ardhendu Das Released From Jail

ଜେଲ୍‌ରୁ ମୁକୁଳିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ। ପାଖାପାଖି ୨ ମାସର ରହଣୀ ପରେ ଗତକାଲି ସେ ଝାରପଡ଼ା ଜେଲ୍ରୁ ମୁକୁଳିଛନ୍ତି। ଅର୍ଦ୍ଧେନ୍ଦୁଙ୍କୁ ଦୁଇ ଦିନ ପୂର୍ବେ ହାଇକୋର୍ଟରୁ ଜାମିନ ମିଳିଥିଲା। କୁହାଯାଉଛି, ଦିଲ୍ଲୀର ଜଣେ ବ୍ୟବସାୟୀ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ୧ କୋଟି ଟଙ୍କା ଠକେଇ ନେଇ EOWରେ ଅଭିଯୋଗ କରିଥିଲେ। ଏହାପରେ ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ଭୁବନେଶ୍ୱର ଜାଗମରା ସ୍ଥିତ ଘରେ EOW ଚଢ଼ଉ କରିଥିଲେ। 

Advertisment

ଅଭିଯୋଗ ଅନୁସାରେ, ଅର୍ଦ୍ଧେନ୍ଦୁଙ୍କୁ ୨ଥର ନୋଟିସ୍ ପରେ ବି ସେ ହାଜର ହୋଇନଥିଲେ। ଏହାପରେ ତଦନ୍ତକାରୀ ଟିମ୍ ତାଙ୍କ ଘରେ ସର୍ଚ୍ଚ କରିଥିଲା। ଜୁନ୍ ୩୦ ତାରିଖରେ EOW ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରିଥିଲା। ଗିରଫ ପରେ ସେ ଝାରପଡ଼ା ଜେଲ୍‌ରେ ଥିଲେ। 

ଜେଲ୍‌ରୁ ବାହାରିବା ପରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ଅର୍ଦ୍ଧେନ୍ଦୁ କହିଛନ୍ତି, ସାଢ଼େ ୪ କୋଟି ଓଡ଼ିଆ ଏହି ସମୟରେ ମୋ ସହ ଛିଡା ହୋଇଥିବାରୁ ମୁଁ ସେମାନଙ୍କ ପାଖରେ ଋଣୀ। ଯାହା ଜଣାଇବା କଥା ଜଗନ୍ନାଥଙ୍କ ନିକଟରେ ଜଣାଇବି।

Advertisment

ଅର୍ଦ୍ଧେନ୍ଦୁଙ୍କ ନାଁରେ କଟକ ପୁରୀଘାଟ ଥାନାରେ ମଧ୍ୟ ଏତଲା ଦାଏର ହୋଇଥିଲା। କଟକର ବ୍ୟବସାୟୀ ନିସିତ ଅଗ୍ରୱାଲଙ୍କଠାରୁ ୧୧ ଲକ୍ଷ ଟଙ୍କାର ଆସବାବପତ୍ର କିଣି ୬ ଲକ୍ଷ ୬୦ ହଜାର ବଳକା ଟଙ୍କା ଦେଉନଥିବା ଅଭିଯୋଗ ହୋଇଥିଲା।

EOW Ardhendu Das Ardhendu Das Arrest
Advertisment
Advertisment