ମାସେ ବ୍ୟାପୀ ବାଘ ଆତଙ୍କ ଭିତରେ ନୂଆପଡ଼ାରେ କାବୁ ହେଲା କଲରାପତରିଆ। ଅସୁସ୍ଥ ବାଘକୁ ନେଇ ଚିକିତ୍ସା କରୁଛି ବନ ବିଭାଗ, ସନ୍ ଷ୍ଟ୍ରୋକରୁ ମୁର୍ଛା ଯାଇଥିବା ଅନୁମାନ, ସେପଟେ ପୁଣି ଏକ ବାଛୁରୀ ଶିକାର ପରେ ସ୍ଥାନୀୟ ଲୋକଙ୍କ ଆଶଙ୍କା, ଅଛନ୍ତି ଆହୁରି ବାଘ।
ବିଦେଶରେ ଆଇଟିଆଇ ବ୍ୟବସ୍ଥା ଓ ସେଠାରୁ ଅଧିକ ଜ୍ଞାନକୌଶଳ ହାସଲ ଲାଗି ରାଜ୍ୟର ୫ ଜଣ ଛାତ୍ରଛାତ୍ରୀଙ୍କୁ ଦୁବାଇ ପଠାଉଛି ଇପିକଲ ସଂସ୍ଥା । ରାଜ୍ୟ ବୈଷୟିକ ଓ ଦକ୍ଷତା ବିକାଶ ବିଭାଗ ପିଲାଙ୍କ ନା ମନୋନୀତ କରିଛି । ତେବେ ସେଇ ତାଲିକାରେ ମାଲକାନଗିରିର ବଣ୍ଡା ଛାତ୍ରୀ ବୁଦ୍ରୀ କିର୍ସାନୀ ସାମିଲ ହୋଇଥିବାରୁ ତାକୁ ନେଇ ବେଶ ଖୁସି ବୁଦ୍ରୀ ।
ନୂଆପଡ଼ାରେ ବାଘ ଆତଙ୍କ ଭିତରେ କାବୁ ହେଲା କଲରାପତରିଆ । ବନ ବିଭାଗ ଜାଲରେ ଧରାପଡ଼ିଲା ଶିକାରୀ ବାଘ । ନୂଆପଡ଼ା ଜିଲ୍ଲାର ତିନିଟି ରେଞ୍ଜ୍ ଅଞ୍ଚଳରେ ଲୋକଙ୍କ ନିଦ ହଜାଇ ଦେଇଥିଲା ବାଘ ଭୟ ।
କାଲି ଭଳି ଆଜି ବି ସକାଳେ ଓ ଅପରାହ୍ଣରେ ୨ ଘଣ୍ଟା ଲେଖାଏଁ କୋହଳ ହୋଇଥିଲା କଫ୍ୟୁ । ତା’ପରଠୁ କିନ୍ତୁ କଡ଼ା ପହରା । ଲକ୍ଷ୍ମୀ ଟକିଜ ଛକରୁ ଗେଇଟି ଟକିଜ ରୋଡ୍, ଗୋଲବଜାର ଛକରୁ ଭିଏସଏସ୍ ମାର୍ଗ ।
୧୬ ତାରିଖ ଅର୍ଥାତ୍ ଆଜି ଯାଏଁ ରାଜ୍ୟର ସବୁ ସ୍କୁଲଗୁଡ଼ିକ ଛୁଟି ରହିବା ନେଇ କୁହାଯାଇଥିଲା । ସ୍କୁଲ୍ ସମେତ ଅଙ୍ଗନବାଡ଼ି କେନ୍ଦ୍ର ବି ବନ୍ଦ ରହିଥିଲା ।
ପରିସ୍ଥିତି ସ୍ୱାଭାବିକ ହେଲେ କର୍ଫ୍ୟୁ କୋହଳ ଉପରେ ଚିନ୍ତା କରାଯିବ ବୋଲି କହିଲେ ସମ୍ବଲପୁର ଏସପି ବି ଗଙ୍ଗାଧର ।
ମୋବାଇଲ ଅଛି ହେଲେ ନେଟୱର୍କ ନାହିଁ । କଲ୍ ଯାଉନି କି କଲ୍ ଆସୁନି । 5G ଜମାନାରେ 2G ତ ଦୂରର କଥା ଲୋକେ ଟାୱାରଟିଏ ବି ପାଇ ପାରିନାହାନ୍ତି । ନେଟୱର୍କ ନଥିବାରୁ ଯୋଗାଯୋଗ, ଆମ୍ବୁଲାନ୍ସ କିମ୍ବା ଅନଲାଇନ୍ ପଠପଢ଼ା ହୋଇପାରୁନି । ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୋଇଛନ୍ତି ମୟୂରଭଞ୍ଜ ଉଦଳାର ଶାଳମୁଣ୍ଡଳି ଗାଁ ଲୋକେ…
ଜମି ହୀନ ଓ ଅସହାୟ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟ୍ଟା ସାଙ୍ଗକୁ ପକ୍କା ଘର ପ୍ରଦାନ ପାଇଁ ସରକାର ଆରମ୍ଭ କରିଛନ୍ତି ଜାଗା ମିଶନ। ମୟୂରଭଞ୍ଜ ଉଦଳା ଏନଏସିର ତେଲି ସାହିରେ ବସବାସ କରୁଥିବା ଆଦିବାସୀଙ୍କୁ ଜୀବନ ଶୈଳୀ ଓ ମାଳ ମାଳ ସମସ୍ୟାର ଚିତ୍ର ଦେଖିଲେ ମନେ ହେଉଛି ସରକାରୀ ଯୋଜନା ସବୁ ଏମାନଙ୍କ ପାଇଁ ସାତ ସପନ..
ଚିନ୍ତାରେ ନୂଆପଡ଼ା ଜିଲ୍ଲାର ପିଆଜ ଚାଷୀ । ଅଧିକ ଅମଳ ଆଶାରେ ଚାଷ କରିଥିଲେ । ମାତ୍ର ଷଣ୍ଢା ବାହାରିଗଲା ଆଉ ବଢୁନି ପିଆଜ ।
ପାଣି ମିଳୁନି, ସ୍ଥିତି ଗମ୍ଭୀର । ବାପାର ଶୁଦ୍ଧିକ୍ରିୟା ଲାଗି ଚୁଆରୁ ପାଣି ବୋହିଲେ । ଗାଁ ଲୋକଙ୍କ ଲାଗି ରୋଷେଇ ହେଲା..
ସମ୍ବଲପୁରରେ ଆଜି ପରୀକ୍ଷାର୍ଥୀଙ୍କ ପାଇଁ କର୍ଫ୍ୟୁ କୋହଳ କରିଛି ପ୍ରଶାସନ। UPSC ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ଆଡମିଟ୍ କାର୍ଡ ଦେଖାଇ ଯାଇ ପାରିବେ।
କଲବଲ କଲାଣି ଗ୍ରୀଷ୍ମ ପ୍ରବାହ । ୪୦ ଡିଗ୍ରୀ ଉପରେ ରହୁଛି ରାଜଧାନୀ ଭୁବନେଶ୍ୱର ତାପମାତ୍ରା । ତାତିରୁ ଟିକିଏ ଆଶ୍ୱସ୍ତି ପାଇବକୁ ଗଛ ମୂଳ ପାଲଟିଛି ପଥିକଙ୍କ ସାହାରା । କିଏ ଗଛମୂଳରେ ବସି ରହୁଛି ତ ପୁଣି କିଏ ଟିକିଏ ନିଦରେ ଶୋଇପଡ଼ୁଛି ।
ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟରାତ୍ରରୁ ଲଗାଯାଇଛି କର୍ଫ୍ୟୁ । ରାତି ପାହିଲା କ୍ଷଣି ଡାକବାଜିରେ ସତର୍କ କରିଦିଆଯାଇଛି ସାରା ସହରବାସୀଙ୍କୁ । ଅଶାନ୍ତ ସମ୍ବଲପୁରକୁ ଶାନ୍ତ କରିବା ପାଇଁ ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ନିଆଯାଇଛି ଏଭଳି ଯୁଦ୍ଧକାଳୀନ ପଦକ୍ଷେପ ।
ତିନି ଦିନ ତଳେ ଖୋଦ୍ ଶକ୍ତିମନ୍ତ୍ରୀଙ୍କ ମୁହଁରୁ ରାଜ୍ୟବାସୀ ଶୁଣିଥିବା ଟାଣ ପ୍ରତିଶ୍ରୁତି, କେତେ ଫଳପ୍ରଦ ବର୍ତ୍ତମାନର ବାସ୍ତବ ଚିତ୍ର କହିଦେଉଛି । ଆସିକା ବ୍ଲକ ହରଡ଼ାପଦର ଗାଁରେ ଘଣ୍ଟାକୁ ଘଣ୍ଟା ଛାଡ଼ି ଏଠି ଚାଲିଛି ପାୱାରକଟର ଲୁଚକାଳି ଖେଳ । ବାହାରେ ତାତି କଲବଲ କରୁଛି ତ ଘର ଭିତରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । ବାଧ୍ୟ ହୋଇ ଦାଣ୍ଡ ପିଣ୍ଢା ନହେଲେ ଗଛମୂଳ ପାଲଟିଛି ବସାଉଠା ସ୍ଥାନ ।
ସମ୍ବଲପୁର ହିଂସାକୁ ଏଡ଼ାଯାଇ ପାରିଥା’ନ୍ତି କି ? ପୋଲିସ ପ୍ରଶାସନର ବେପରୱା ମନୋଭାବରୁ ବିଗିଡ଼ିଗଲା କି ସ୍ଥିତି ? ଏଭଳି ପ୍ରଶ୍ନ ସବୁକୁ ନେଇ ଚର୍ଚ୍ଚା ଭିତରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ।
ତିନି ଦିନ ତଳେ ଖୋଦ୍ ଶକ୍ତିମନ୍ତ୍ରୀଙ୍କ ମୁହଁରୁ ରାଜ୍ୟବାସୀ ଶୁଣିଥିବା ଟାଣ ପ୍ରତିଶ୍ରୁତି, କେତେ ଫଳପ୍ରଦ ବର୍ତ୍ତମାନର ବାସ୍ତବ ଚିତ୍ର କହିଦେଉଛି । ଆସିକା ବ୍ଲକ ହରଡ଼ାପଦର ଗାଁରେ ଘଣ୍ଟାକୁ ଘଣ୍ଟା ଛାଡ଼ି ଏଠି ଚାଲିଛି ପାୱାରକଟର ଲୁଚକାଳି ଖେଳ ।
ଯୁବକ ଜଣକ ଗର୍ଲଫ୍ରେଣ୍ଡ ପାଇବା ପାଇଁ ନିଜର ଅପରେସନ କରାଇଛନ୍ତି । ନିଜର ଉଚ୍ଚତା ୫ ଇଞ୍ଚ ବଢ଼ାଇଛନ୍ତି । ଆଉ ଏଥିପାଇଁ ତାଙ୍କୁ ୧.୩୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି ।
ସତରେ ଛେନାପଡ଼ାର ଦମ୍ ଅଛି... ଅରୁଣ ଭାଇଙ୍କୁ ଆଣ୍ଠେଇଦେଲା
କୋଟିଆରେ ମାତିଛନ୍ତି ବାଉଁଶ ମାଫିଆ । କାଟି ପଦା କରିଦେଲେଣି ବାଉଁଶ ଜଙ୍ଗଲ । ମୂଲ୍ୟବାନ ଗଛ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ।
ମଧ୍ୟ ରାତ୍ରି ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କର୍ଫ୍ୟୁ । ଏ ନେଇ ସମ୍ବଲପୁର ଉପ-ଜିଲ୍ଲାପାଳ ଜାରି କରିଛନ୍ତି ବିଜ୍ଞପ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି...
ମଣିଷ ଏବଂ କୁକୁର ମଧ୍ୟରେ ବିବାହ ଅଜବ ଲାଗୁଥାଇପାରେ। କିନ୍ତୁ ଗୋଟିଏ ନୁହେଁ, ଏହିପରି ଦୁଇଟି ବିବାହ ହୋଇଛି। ତାହା ପୁଣି ଓଡିଶାରେ। ଗୁରୁବାର ଦିନ ବାଲେଶ୍ୱର ଜିଲ୍ଲାର ଏକ ଆଦିବାସୀ ଗ୍ରାମରେ ଏହି ବିବାହ ହୋଇଛି। ଏହା ପଛରେ ରହିଛି ଏକ ଅନ୍ଧବିଶ୍ୱାସ।
ସମ୍ବଲପୁରରେ ଲାଗିଲା କର୍ଫ୍ୟୁ । ସମ୍ବଲପୁର ସହରରେ ଲାଗୁ ହେଲା କର୍ଫ୍ୟୁ । ମଧ୍ୟ ରାତ୍ରି ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କର୍ଫ୍ୟୁ । ଏ ନେଇ ସମ୍ବଲପୁର ଉପ-ଜିଲ୍ଲାପାଳ ଜାରି କରିଛନ୍ତି ବିଜ୍ଞପ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି
ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ ଆଦିବାସୀ ବି ଗୁରୁଜୀଙ୍କ ଉପଦ୍ରବୀ ଚେହେରାକୁ ଭୁଲି ତାଙ୍କ ଫଟୋ ଥିବା ଗଞ୍ଜି ପିନ୍ଧିବା ସହ ବ୍ୟବସ୍ଥା ବିରୋଧରେ ବର୍ଷିଲେଣି ।
ବିଲ ଭିତରେ କୂଅଟିଏ ଅଛି । ଧାଡ଼ିଧାଡ଼ି ହୋଇ ଗରା, ମାଠିଆ ଧରି ପାଣି ଆଣିବାରେ ବ୍ୟସ୍ତ ରହୁଛନ୍ତି ଗାଁ ମହିଳାମାନେ । ପୁଣି ସାଙ୍ଗରେ କୁନିକୁନି ପିଲାଏ ବି ପାଣି ନେବାରେ ବ୍ୟସ୍ତ ଅଛନ୍ତି । କାରଣ ତରତର ହୋଇ ପାଣି ନଆଣିଲେ ପରିବାର ଶୋଷରେ ରହିବ । ତେଣୁ କଷ୍ଟ ହେଲେ ବି ପାଣି ଆଣୁଛନ୍ତି ଲୋକେ ।
ଏ ସରକାରକୁ ଧର୍ମ ସହିବନି । ଖରାବେଳିଆ ଆସିଲେ, ଘର ଭାଙ୍ଗିଦେଲେ । ପେଟରେ ପିଲା ଧରି କୁଆଡ଼େ ଯିବେ ଗର୍ଭବତୀ ? ଉପାୟଶୂନ୍ୟ ହୋଇ ରାସ୍ତାରେ ବସି ଭୋ ଭୋ କାନ୍ଦୁଛନ୍ତି ।