• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମାଲକାନଗିରିର ବଣ୍ଡାଘାଟିରୁ ଦୁବାଇ । ଦୁର୍ଗମ ବଣ୍ଡାଘାଟିର ଝିଅ ପାଇଁ ଏହା କେବଳ ସ୍ୱପ୍ନ ହେଲେ ବି ତାକୁ ବାସ୍ତବରେ ପରିଣତ କରିଛନ୍ତି ମାଲକାନଗିରି ଦାନ୍ତିପଡ଼ାର ଝିଅ ବୁଦ୍ରି କିର୍ସାନୀ । ଦୁବାଇରେ ଆଇଟିଆଇ ପାଠ୍ୟକ୍ରମରେ ଅଧିକ ଜ୍ଞାନ ଆହରଣ ପାଇଁ ଓଡ଼ିଶାରୁ ୫ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ବୁଦ୍ରୀ । ଯାହାକୁ ନେଇ ଖାଲି ବଣ୍ଡାଘାଟି ନୁହେଁ, ପୁରା ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚା ।

ମାଲକାନଗିରିରୁ ଦୁବାଇ । ରାଜ୍ୟର ପଛୁଆ ଜିଲ୍ଲାରୁ ବିଶ୍ୱର ଅନ୍ୟତମ ବିକଶିତ ସହରକୁ ଯାତ୍ରା କରିବ ବଣ୍ଡାଘାଟିର ଝିଅ । ନାଁ ତାଙ୍କର ବୁଦ୍ରି କିର୍ସାନୀ । ମାଲକାନଗିରି ସରକାରୀ ଆଇଟିଆଇରେ ପଢୁଥିବା ବୁଦ୍ରିଙ୍କୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା । ଇଲେକଟ୍ରୋନିକ୍ସ ଓ ମେକାନିକାଲ ବିଭାଗର ଛାତ୍ରୀ ବୁଦ୍ରି ଦୁବାଇ ଯିବାକୁ ଥିବା ଓଡ଼ିଶାର ଅନ୍ୟ ୫ ଜଣ ଛାତ୍ରଛାତ୍ରୀଙ୍କ ଭିତରେ ନିଜ ନାଁକୁ ସାମିଲ କରିଛନ୍ତି ।

ବିଦେଶରେ ଆଇଟିଆଇ ବ୍ୟବସ୍ଥା ଓ ସେଠାରୁ ଅଧିକ ଜ୍ଞାନକୌଶଳ ହାସଲ ଲାଗି ରାଜ୍ୟର ୫ ଜଣ ଛାତ୍ରଛାତ୍ରୀଙ୍କୁ ଦୁବାଇ ପଠାଉଛି ଇପିକଲ ସଂସ୍ଥା । ରାଜ୍ୟ ବୈଷୟିକ ଓ ଦକ୍ଷତା ବିକାଶ ବିଭାଗ ପିଲାଙ୍କ ନା ମନୋନୀତ କରିଛି । ତେବେ ସେଇ ତାଲିକାରେ ମାଲକାନଗିରିର ବଣ୍ଡା ଛାତ୍ରୀ ବୁଦ୍ରୀ କିର୍ସାନୀ ସାମିଲ ହୋଇଥିବାରୁ ତାକୁ ନେଇ ବେଶ ଖୁସି ବୁଦ୍ରୀ ।

ପିଲାଟି ଦିନରୁ ବାପା ମା’ଙ୍କୁ ହରାଇଥିବା ବୁଦ୍ରି ଅତି ଉତ୍କଟ ଦାରିଦ୍ର୍ୟ ଭିତରୁ ଆସି ଦୁନିଆ ଦେଖିଛନ୍ତି । ଅନ୍ୟ ତିନି ଭଉଣୀଙ୍କ ସହଯୋଗରେ ସେ ମାଟ୍ରିକ ପାସ୍ କରିବା ପରେ ଆଇଟିଆଇରେ ନାମ ଲେଖାଇ ଭବିଷ୍ୟତରେ ଚାକିରିଟିଏ ପାଇବାର ଆଶା ରଖିଛନ୍ତି । ସେଥିପାଇଁ ଏ ବୃତ୍ତିଗତ ଶିକ୍ଷାରୁ କେବେ ମନକୁ ବିଚ୍ୟୁତ କରିନାହାନ୍ତି । ଆଉ ଏପେଟ ତାଙ୍କର ନିଷ୍ଠା ଓ ପରିଶ୍ରମର ଫଳ ସ୍ୱରୂପ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବୁଦ୍ରିଙ୍କ ନାକୁ ହିଁ ଚୟନ କରିଛନ୍ତି । ବୁଦ୍ରୀ ସହ ଅନ୍ୟ ୫ ଜଣ ମେ ପ୍ରଥମ ସପ୍ତାହରେ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଉଡ଼ିବାକୁ ଥିବା ବିମାନରେ ଯାତ୍ରା କରିବେ ।

  • Reported by:
  • JITENDRA BEURA