/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681634023.jpg)
Sambalpur SP
ସମ୍ବଲପୁର ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ। ୩ ବରିଷ୍ଠ ଅଧିକାରୀଙ୍କ ସହ ଡିଜିପି ସୁନୀଲ ବଂଶଲଙ୍କ ସମୀକ୍ଷା କରିଛନ୍ତି । ବୈଠକରେ ଦୁଇଜଣ ଏଡିଜି ଓ ଉତ୍ତରାଞ୍ଚଳ ଆଇଜି ଉପସ୍ଥିତ ତିଲେ । ସେପଟେ ସମ୍ବଲପୁରରେ ପଥର ମାଡ଼ ଘଟଣା ପୂର୍ବ ଯୋଜନାବଦ୍ଧ ଥିଲା । ଆଜି ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ବି ଗଙ୍ଗାଧର ।
କିଛି ଲୋକେ ଘରେ ପଥର ଓ ଅନ୍ୟ ସାମଗ୍ରୀ ଆଣି ରଖିଥିଲେ । ଏସବୁ ତଦନ୍ତ ପରେ ପଥର ମାଡ଼ ଘଟଣା ଯୋଜନାବଦ୍ଧ ଥିଲା ବୋଲି ଜଣାପଡ଼ୁଛି । ୧୨ ତାରିଖ ପଥରମାଡ଼ ଘଟଣାରେ ୨୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରାୟ ଶହେରୁ ଅଧିକ ଲୋକଙ୍କୁ ଚିହ୍ନଟ କରାଯାଇଛି । କିଛି ଲୋକ ସମ୍ବଲପୁର ଛାଡ଼ି ଚାଲି ଯାଇଥିବାରୁ ସ୍ୱତନ୍ତ୍ର ଟିମ୍ ଏନେଇ ତଦନ୍ତ କରୁଛି ।
ସେହିପରି ୧୪ ତାରିଖ ଶୋଭାଯାତ୍ରା ବେଳେ ହିଂସା ଘଟଣାରେ ୫୩ ଜଣଙ୍କୁ ଗିରଫ କରାଯାଇଛି । ସମ୍ବଲପୁର ରେ ଏହାକୁ ମିଶାଇ ୭୯କୁ ବୃଦ୍ଧି ପାଇଛି । ସରକାରୀ ଜମିରେ ହୋଇଥିବା କୋଠାରେ ଯଦି, ବେଆଇନ କାମ ହେଉଥିବ ତାହେଲେ ସେସବୁକୁ ଭଙ୍ଗାଯିବା ଏବେ ବି ସହରରେ କର୍ଫ୍ୟୁ ବଳବତ୍ତର ରହିଛି ।
ପୁରା ସହରରେ ପୋଲିସ୍ ଛାଉଣୀ ହୋଇ ରହିଛି । ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି । ସ୍ଥିତି ଏବେ ନିୟନ୍ତ୍ରଣରେ ଥିବା କହିଛନ୍ତି ଏସପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)