• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସମ୍ବଲପୁର ଜିଲ୍ଲାରେ ଆଉ ୨ ଦିନ ସ୍କୁଲ ବନ୍ଦ ରହିବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ଅବଧିକୁ ବଢାଇଦିଆଯାଇଛି । ସୋମବାର ଓ ମଙ୍ଗଳବାର ଜିଲ୍ଲାର ସବୁ ସ୍କୁଲ ବନ୍ଦ ରହିବ ବୋଲି କୁହାଯାଇଛି । ଗତ ୧୨ ତାରିଖରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟର ସମସ୍ତ ସ୍କୁଲଗୁଡ଼ିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଥିଲେ ।

୧୬ ତାରିଖ ଅର୍ଥାତ୍‌ ଆଜି ଯାଏଁ ରାଜ୍ୟର ସବୁ ସ୍କୁଲଗୁଡ଼ିକ ଛୁଟି ରହିବା ନେଇ କୁହାଯାଇଥିଲା । ସ୍କୁଲ୍‌ ସମେତ ଅଙ୍ଗନବାଡ଼ି କେନ୍ଦ୍ର ବି ବନ୍ଦ ରହିଥିଲା । ହେଲେ ବର୍ତ୍ତମାନ ପ୍ରବଳ ଖରା ଜାରି ରହିଥିବାରୁ ସମ୍ବଲପୁର ଜିଲ୍ଲାରେ ଆଉ ୨ ଦିନ ସ୍କୁଲ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

ଗତ କିଛିଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଉପରମୁହାଁ ହେବାରେ ଲାଗିଛି । ତେଣୁ ଆଗକୁ ଆହୁରି ତାତି ବଢ଼ିବାର ଆଶଙ୍କାକୁ ଦେଖି ପଦକ୍ଷେପ ନିଆଯାଇଛି । ଏହାବ୍ୟତୀତ ପୂର୍ବରୁ ପାନୀୟ ଜଳ ଏବଂ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।