• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପ୍ରଶାସନ ଘର ଭାଙ୍ଗିଦେଲା । ଧୁଧୁ ଖରାବେଳେ ଦାଣ୍ଡରେ ବସିଲେ ଲୋକେ । ପିଇବାକୁ ପାଣି ମୁନ୍ଦେ ନାହିଁ କି ଛାଇ ଟିକେ ନାହିଁ । ବିଏମସିକୁ ଯେତେ ନେହୁରା ହେଲେ ବି କେହି ଶୁଣିଲେନି । ଜେସିବି ଆଣିଲେ ଘର ଭାଙ୍ଗିଦେଲେ । ଆଉ ଘର ଭାଙ୍ଗିବା ପରେ ଏବେ କାନ୍ଦୁଛନ୍ତି ବସ୍ତିବାସିନ୍ଦା । ଆଉ ନବୀନ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ବସ୍ତିରେ ରହି ଆମେ କଣ ଭୁଲ କରିଛୁ ?

ମୁଣ୍ଡ ଉପରେ ଧୁଧୁ ଖରା, ପାଣିପାଗ ବିଭାଗ କହୁଛି ନିଆଁ ବର୍ଷିବ । ଏନେଇ ନ୍ୟୁଜରେ ବି ଘନଘନ ସଚେତନ କରାଯାଉଛି । ହେଲେ ଏତିକି ବେଳେ ବିଏମସି ଘର ଭାଙ୍ଗିଦେଲା । ଖରାବେଳିଆ ଘର ଭାଙ୍ଗିବାକୁ ବସ୍ତିବାସିନ୍ଦା ବିରୋଧ ବି କଲେ । ହେଲେ କିଛି ଲାଭ ହେଲାନି । ସେଇଥି ଲାଗି ତ କାନ୍ଦୁଛନ୍ତି ଜଣେ ଗର୍ଭବତୀ ମହିଳା । ପେଟରେ ପିଲା, ଏପଟେ ଘର ଉଚ୍ଛେଦ । କେଉଁଠି ବସିବେ ? କେମିତି ବସିବେ ? ସେନେଇ କିଛି ବୁଦ୍ଧିବାଟ ଦିଶୁନି ।

ପୂର୍ବରୁ ନୋଟିସ୍‌ ଦେଲେନି କି ସୂଚନା ଦେଲେନି । ହଠାତ୍‌ ଆସିଲେ, ଘର ଭାଙ୍ଗିଦେଲେ । ଯାହାକୁ ନେଇ ଏବେ ଚିନ୍ତାରେ ଲୋକେ । ପାଖାପାଖି ୨୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଦେଇଛି ପ୍ରଶାସନ । ତେଣୁ ଘର ଲାଗି ଏବେ କାକୁତିମିନତି ହେଉଛନ୍ତି ଲୋକେ । ତେବେ ହଠାତ୍‌ କାହିଁକି ପ୍ରଶାସନ ଘର ଭାଙ୍ଗିଦେଲା ତାହା ଜାଣିବା ପରେ ଆହୁରି ଆଶ୍ଚର୍ଯ୍ୟ ଲାଗିବ । କାରଣ ନୟାପଲ୍ଲୀ ସୋ’ରୁମ ଭାଙ୍ଗିବା ଘଟଣାର ମୁଖ୍ୟ ଅଭିଯୁକ୍ତ ରାଘବ ଜେନାର ଘର ଥିବାରୁ ବସ୍ତିବାସିନ୍ଦା ଘର ଉପରେ କୁଆଡ଼େ ବୁଲଡୋଜର ଚଢାଯାଇଛି । ହେଲେ ବାସ୍ତବତା କିନ୍ତୁ ପୂରା ଓଲଟା । କାରଣ ଅପରାଧୀ ଘର ସଂପୂର୍ଣ୍ଣ ସୁରକ୍ଷିତ ରହିଛି । ସେପଟେ ବିଏମସିର ନିର୍ଦ୍ଦେଶରେ ଉଚ୍ଛେଦ ହେଉଥିବା କହିଛନ୍ତି ବିଡିଏ ଅଧିକାରୀ ।

ଗୋଟିଏ ପଟେ ସରକାର କହୁଛି ସମସ୍ତଙ୍କୁ ମିଳିବ ଛାତଘର । ହେଲେ ଖରାବେଳିଆ ଏମିତି ଅଚାନକ୍‌ ବିଏମସି ଯେମିତି ଘର ଭାଙ୍ଗିଦେଲା ତାକୁ ନେଇ ଚିନ୍ତାରେ ବସ୍ତିବାସିନ୍ଦା ।

 

  • Reported by:
  • ATULYA BOUT