ହଁ ସତରେ.. ସେ ଦିନ ସତେ ଯେମିତି ନଈ ମଝିରେ ଯମ ଜଗିଥିଲା । ନାଉରିଆ ତ ଠାକୁରଙ୍କୁ ଡାକି ନାଆ ବୋହିଥିଲା । ଆଉ ଯାତ୍ରୀ ବି ଖୁସିରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବାକୁ ଡଙ୍ଗାରେ ବସିଥିଲେ । ହେଲେ କାତ ମାରି କେତେବାଟ ନାଆ ଯାଇଛି କି ନାହିଁ ସବୁ କିଛି ଓଲଟପାଲଟ ହୋଇଗଲା ।
ବ୍ୟାଙ୍କରୁ ୫୦୦ ଟଙ୍କିଆ ୪ ବଣ୍ଡଲ ଧରି ଏକ ଘରୋଇ ବ୍ୟାଙ୍କ୍ର ଜଣେ ଗୋଲ୍ଡ କାଉନ୍ସିଲର୍ ହିତାଧିକାରୀଙ୍କୁ ଦେବାକୁ ବାହାରି ଥିଲେ।ତେବେ ଅଧା ବାଟରେ ଟଙ୍କା ବିଡ଼ା ସବୁ ତାହା କାଗଜ ବିଡ଼ା ହୋଇଯାଇଥିବା ନେଇ ପରେ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।
କାଳ ହେଲା ନଳକୂଅ । ଏମିତି ପଡିଲେ ଯେ ଆଉ ଉଠୁନାହାନ୍ତି । ଦିନରାତି ଦାଣ୍ଡ ଖଟିଆରେ ପଡିରହିଛନ୍ତି ସ୍ୱାମୀ । ମେଡିକାଲ ନେବାକୁ ଟଙ୍କା ନାହିଁ, ପ୍ରଶାସନ ବି ଗୁହାରି ଶୁଣୁନି
କଳାହାଣ୍ଡି ଏସପି ଏମ. ରାମପୁରରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି । ଦୀର୍ଘ ଦିନର ବ୍ୟବଧାନ ପରେ କଳାହାଣ୍ଡି ପୋଲିସ ଓ ଗୁଇନ୍ଦା ତଥ୍ୟ ଆଧାରରେ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା ଏଥିରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । କିଛି ଦିନର ନୀରବତା ପରେ ପୁଣି ଥରେ ପୋଷ୍ଟର ମାଧ୍ୟମରେ ନିଜର ଉପସ୍ଥିତି ଜାହରି କରିଛି ଲଲବାହିନୀ ।
ମେଡିକାଲରେ ମାଆ ପଡିଛି । ଚିକିତ୍ସା ପାଇଁ ପାଖରେ ଟଙ୍କା ନାହିଁ...ଟଙ୍କା ଯୋଗାଡ କରିବା ଲାଗି ଆଇସକ୍ରିମ ବିକୁଛନ୍ତି ଭାଇ-ଭଉଣୀ
ଝିଅ କାନ୍ଧରେ ମଶାଣୀକୁ ଗଲା ମା’ । କାନ୍ଧ ଦେବାକୁ ଆସିଲେନି ପୁଅ । ୩ ଭାଇଙ୍କୁ ମା’ଙ୍କ ମୃତ୍ୟୁ ନେଇ ଖବର ଦେଇଥିଲେ ଝିଅ । ହେଲେ ପୁଅ ମାନେ ମା’ର କୋକେଇରେ କାନ୍ଧ ଦେବାକୁ ଆସିଲେ ନାହିଁ। ଫଳରେ ଝିଅ କାନ୍ଧରେ ଶ୍ମଶାନକୁ ଗଲେ ମା’ ।
ଓଡ଼ିଶା ଜଙ୍ଗଲରୁ ପୁଣି ଚନ୍ଦନ କାଠ ତସ୍କରି ଆରମ୍ଭ କରିବ ପୁଷ୍ପା.. ପ୍ରସ୍ତୁତି ଆରମ୍ଭ ହେଇଗଲାଣି..
ବିଚ୍ ରାସ୍ତାରେ..ସାଇକେଲ୍ରେ ଓଲଟା ବସି ଷ୍ଟଣ୍ଟ୍ ଦେଖାଇଲେ ବୃଦ୍ଧ । ଯିବା ଲୋକ ବି ଅଟକିଗଲେ, ଭାଇରାଲ ହେଲା ଭିଡିଓ
ମାଆର ଚିତାଭଷ୍ମକୁ ଦେଖି ଛାତି ଫଟେଇ କାନ୍ଦୁଛି ଝିଅ । ପର କରି କେଉଁଆଡେ ଚାଲିଗଲା ବୋଲି ବାହୁନି ହେଉଛି । ଯେତେ ଚେଷ୍ଟାକଲେ ବି ନିଜକୁ ନିୟନ୍ତ୍ରଣ କରିପାରୁନି । ଶେଷରେ ମାଆକୁ ବୁଝେଇ ସୁଝେଇ ଘରକୁ ଫେରାଇ ନେଉଛି ଝିଅ । ନିଜେ ଅଭାବ ଅସୁବିଧାରେ ଚଳୁଥିଲେ ବି ନିଜ ୮୦ ବର୍ଷର ବୁଢ଼ୀ ମାଆକୁ ମଲାଯାଏଁ ନିଜ ପାଖରେ ରଖିଥିବା ମହିଳା ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ସଲେଇକେନା ଗାଁର ନିରାଶ ନାଏକ ।
ସୁନ୍ଦରଗଡ଼ ବାଲିଶଙ୍କରା ବ୍ଲକ୍ ସରଜଙ୍ଘା ଗାଁର ଫ୍ଲୋରା ଲାକଡ଼ାଙ୍କ ପରିବାର । ଏକମାତ୍ର ଅଲିଅଳି ଝିଅକୁ ମାତ୍ର ୧୪ ବର୍ଷ ବୟସ ହୋଇଥିବା ବେଳେ ସେବେଠୁ ଦଲାଲ ସହ ଦିଲ୍ଲୀ ଯାଇ ଆଉ ଫେରିନି ।
ଗତକାଲି ମାଆର ମୃତ୍ୟୁ ହେଲା ବୋଲି ଭାଇମାନଙ୍କୁ ଖବର ଦେବାରୁ ଭାଇମାନେ ଆଡ଼ ଆଖିରେ ବି ଚାହିଁଲେନି । ଗାଁର ସରପଞ୍ଚଙ୍କ ଉପସ୍ଥିତିରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମାଆର ଶେଷକୃତ୍ୟ ସମ୍ପନ୍ନ କଲା ଝିଅ । ଏ ସଂପର୍କରେ ମୃତ ଅପୂର୍ବ ନାଏକଙ୍କ ସାନପୁଅ କହିଛନ୍ତି ମାଆଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେ ଗାଁକୁ ଯିବାକୁ ଚେଷ୍ଟା କରିଥିଲେ ।
କେତେ ଯେ ବାପା-ମାଆ ଆଜି ବି ସେମାନଙ୍କ ନିଖୋଜ ପିଲାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି, ତାର ହିସାବ ନାହିଁ । ଏଭଳି ସ୍ଥିତିରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା NCRB ତଥ୍ୟ ଏ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଯେଉଁ ତଥ୍ୟ ରଖିଛି, ତାହା ଅତି ଉଦବେଗଜନକ ।
କେନ୍ଦୁଝରର ମହାନ୍ ବିପ୍ଳବୀ ବୀର ଧରଣୀଧର ନାଏକ । ୧୮୯୧ମସିହାରେ କେନ୍ଦୁଝରର ତତ୍କାଳୀନ ରାଜାଙ୍କ ବିରୋଧରେ ହୋଇଥିବା ପ୍ରଜାମେଳୀର ସେ ନେଇଥିଲେ ନେତୃତ୍ୱ । ଯାହା ସେତେବେଳେ ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲା । ନିକଟରେ ପ୍ରଥମ ଥର ପାଇଁ ପ୍ରଶାସନ ତରଫରୁ ଜନ୍ମମାଟିରେ ପାଳିତ ହୋଇଛି ବିପ୍ଳବୀଙ୍କର ୧୫୯ତମ ଜନ୍ମ ଜୟନ୍ତୀ...
ବୁଦ୍ଧ ପାର୍କ ନାଁରେ ହରିଲୁଟ୍.. ଏଷ୍ଟିମେଟ୍ ୩୦ ଲକ୍ଷ ଟଙ୍କା କୁଆଡ଼େ ଗଲା ?
କାଶ୍ମୀର ନୁହେଁ ଯାଜପୁରରେ ହେଉଛି ସେଓ ଚାଷ । ୪୨ ଡିଗ୍ରୀ ଖରାରେ ଫଳୁଛି ପ୍ରଚୁର ଫଳ...ଯେତେ ଇଚ୍ଛା ସେତେ ତୋଳ
ମାତିଛନ୍ତି ମାଙ୍କଡ଼.. ଲକ୍ଷ୍ୟ କରି ମାଡ଼ିବସୁଛନ୍ତି.. ଯୋଉଠି ପାରୁଛନ୍ତି କାମୁଡ଼ି ପୁଳାଏ ମାଉଁସ ନେଇଯାଉଛନ୍ତି..
ଝିଅ ସାଙ୍ଗେ ବରାବର୍ ହେବାକୁ ୧୦୦ ଫୁଟ ସମୁଦ୍ର ଭିତରକୁ ଗଲେ ବାପା.. ପାଇଲେ ସଫଳତା, ମିଳିଲା ଲାଇସେନ୍ସ
ଏମିତି ଜଣେ ମହିଳା ଯିଏକି ସବୁବେଳେ ୟଙ୍ଗ୍ ଦିଶିବା ପାଇଁ ୨୦୦ରୁ ଅଧିକ ସର୍ଜରୀ କରିଛନ୍ତି। ଏଥିପାଇଁ ବର୍ତ୍ତମାନ ସୁଦ୍ଧା ସେ ୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ମଧ୍ୟ କରିସାରିଲେଣି।
ସାବାସ୍ ସରପଞ୍ଚ । ପ୍ରଶାସନକୁ ଅପେକ୍ଷା କଲେନି...ଗାଁରେ ରାସ୍ତା ନଥିବାରୁ ନିଜ ଦରମା ଟଙ୍କାରେ କରିଦେଲେ ନୂଆ ରାସ୍ତା । ୩୦ ବର୍ଷର ଚୁଟକିରେ ହେଲା ସମାଧାନ
ଭିନ୍ନ ଭିନ୍ନ କାରଣରୁ ଭତ୍ତା ପାଇଁ କେମିତି ହିନସ୍ତା ହେଉଛନ୍ତି ହିତାଧିକାରୀ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ପୁଳାପୁଳା ଚିତ୍ର । ଗଞ୍ଜାମ, ଯାଜପୁର, କନ୍ଧମାଳରେ ଯୁଆଡ଼େ ନଜର ପକାଇବ, ଭତ୍ତା ପାଇଁ ହିନସ୍ତା ଭୋଗୁଛନ୍ତି ହିତାଧିକାରୀ । ଯାଜପୁର ବିଂଝାରପୁର ବ୍ଲକ ଦୁଆରିପାଟଣା ଗାଁର କାଳୀ ଜେନା ।
ସବୁଠି ଏବେ 5Gର ଚର୍ଚ୍ଚା । କଟକ, ଭୁବନେଶ୍ୱର, ରାଉରକେଲା ଭଳି ପ୍ରମୁଖ ସହର ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ 5G ସେବା ଲଞ୍ଚ କରୁଛନ୍ତି ଟେଲିକମ୍ କମ୍ପାନୀ । ହେଲେ ରାଜ୍ୟର ଅନେକ ଅଞ୍ଚଳ ଏବେ ବି 2G ସେବାଠୁ ବହୁ ଦୂରରେ । ଫଳରେ ସରକାରଙ୍କ ଡିଜିଟାଲ ସେବା ତ’ ଦୂର କଥା, ଅନଲାଇନରେ ପାଠପଢ଼ା କିମ୍ବା ଜରୁରୀ କଲ୍ ପାଇଁ ବି ଲୋକଙ୍କୁ ବହୁ ପାହାଡ଼ କିମ୍ବା କିଲୋମିଟର କିଲୋମିଟର ଦୂରରେ ନେଟୱର୍କ ଥିବା ସ୍ଥାନକୁ ଯିବାକୁ ପଡ଼ୁଛି ।
ଭିନ୍ନ ଭିନ୍ନ କାରଣରୁ ଭତ୍ତା ପାଇଁ କେମିତି ହିନସ୍ତା ହେଉଛନ୍ତି ହିତାଧିକାରୀ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ପୁଳାପୁଳା ଚିତ୍ର । ଗଞ୍ଜାମ, ଯାଜପୁର, କନ୍ଧମାଳରେ ଯୁଆଡ଼େ ନଜର ପକାଇବ, ଭତ୍ତା ପାଇଁ ହିନସ୍ତା ଭୋଗୁଛନ୍ତି ହିତାଧିକାରୀ । ଯାଜପୁର ବିଂଝାରପୁର ବ୍ଲକ ଦୁଆରିପାଟଣା ଗାଁର କାଳୀ ଜେନା ।
କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଏ ଘରୋଇ କମ୍ପାନିରେ କାମ କରନ୍ତି ପି. ନୀତିନ ସୁବୁଦ୍ଧି । ଏବେ ୱାର୍କ ଫ୍ରମ୍ ହୋମ୍ରେ । ଘରେ ଇଣ୍ଟରନେଟ୍ ଆସୁ ନଥିବାରୁ ନିଜ ସିଫ୍ଟ ଆରମ୍ଭ ହେବା ମାତ୍ରେ ଦୌଡ଼ି ଆସୁଛନ୍ତି ଗଛ ମୂଳକୁ । ଏମିତିକି ରାତି ସିଫ୍ଟ ହେଲେ ବି ଏଠାକୁ ଆସି କାମ କରୁଛନ୍ତି ବୋଲି କହିଛନ୍ତି ନୀତିନ ।
ହସିବା ଦ୍ୱାରା ରକ୍ତ ସଂଚାଳନ ଠିକ ରହେ, ମନ ପ୍ରଫୁଲ୍ଲ ରହେ । ଶରୀରକୁ ଶକ୍ତି ମିଳିବା ସହ ଉର୍ଜା ଜାଗ୍ରତ ହୋଇଥାଏ । ଆୟୁର୍ବେଦ କହୁଛି, ସବୁବେଳେ ହସିବା ଦ୍ୱାରା ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ । ହସିଲେ ମଣିଷ ମଧ୍ୟରେ ସକରାତ୍ମକ ଭାବନା ଆସିବା ସହ ଆତ୍ମବିଶ୍ୱାସ ଜାଗ୍ରତ ହୁଏ । ବିଶେଷଜ୍ଞଙ୍କ ମତରେ, ହସିଲେ ଶରୀରରୁ ଏଣ୍ଡୋର୍ଫିନ୍ ନାମକ ହରମୋନ୍ ନିର୍ଗତ ହୋଇଥାଏ, ଯାହା ମାନସିକ ଅବସାଦକୁ ଦୂରେଇ ଦେଇଥାଏ ।
ଟଏଲେଟ୍ ପ୍ରକଳ୍ପ ନାଁରେ ବିରାଟ ଘୋଟାଲା !