Advertisment

ବଡ଼ ମେଡ଼ିକାଲରେ ବଡ଼ ସଙ୍କଟ: ଖରା ଦିନେ ରକ୍ତ ଅଭାବ, ବ୍ଲଡ୍ ବ୍ୟାଙ୍କରେ ରକ୍ତ ଖାଲି

ଦୈନିକ ଏଠାକୁ ପ୍ରାୟ ୩ ହଜାର ରୋଗୀ ଆସୁଥିବା ବେଳେ ପ୍ରାୟ ୫୦ରୁ ୬୦ ୟୁନିଟ୍ ରକ୍ତ ଆବଶ୍ୟକ ପଡ଼ୁଛି। କିନ୍ତୁ ଦେଖିଲା ବେଳକୁ ଏହାର ଅଧା  ବି ମହଜୁଦ ରହୁନାହିଁ।

author-image
Chandan Shishu
ଅଦ୍ୟତନ ହୋଇଛି
Blood Crisis In MKCG Hospital Berhampur

Blood Bank

ଖରା ଦିନେ ରକ୍ତ ଅଭାବ। ବ୍ଲଡ୍ ବ୍ୟାଙ୍କରେ ରକ୍ତ ଖାଲି। ରାଜ୍ୟର ପ୍ରମୁଖ ମେଡିକାଲ୍ କଲେଜ୍ ବ୍ରହ୍ମପୁର MKCGରେ ମିଳୁନାହିଁ ଆବଶ୍ୟକ ପରିମାଣର ରକ୍ତ। ଦିନ ଦିନ ଅପେକ୍ଷା କଲେ ବି ନିରାଶ ହେଉଛନ୍ତି ରୋଗୀ। ରକ୍ତ ଅଭାବର କାରଣ ବୁଝିଲା ବେଳକୁ ଉତ୍ତର ଆସୁଛି ଖରାଦିନେ ହୋଇ ପାରୁନି ବ୍ଲଡ୍ ଡୋନେସନ କ୍ୟାମ୍ପ। ରକ୍ତ ଦାନ କରିବାକୁ ମଙ୍ଗୁନାହାନ୍ତି ଡୋନର୍।

Advertisment

ଖରାଦିନେ ମିଳୁନି ରକ୍ତ। ଏଠି ରକ୍ତର ଘୋର ଅଭାବ। ରୋଗୀ ବେଡରେ ପଡ଼ିଥିବା ବେଳେ ସମ୍ପର୍କୀୟ ବ୍ଲଡ୍ ବ୍ୟାଙ୍କ ସାମ୍ନାରେ ଏମିତି ଅପେକ୍ଷା କରି ରହୁଛନ୍ତି। ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ ବରଂ ଦିନ ଦିନ। କାହାକୁ ବହୁ କଷ୍ଟରେ ରକ୍ତ ମିଳୁଛି ତ କାହାକୁ ନାହିଁ। କେହି କେହି ନିଜ ଆଡୁ ଡୋନର ଆଣି ବ୍ଲଡ ଏକ୍ସଚେଞ୍ଜ୍ କରିବାକୁ ଚାହିଁଲେ ବି ତାହା ମଧ୍ୟ ସହଜ ହେଉନାହିଁ। ରାଜ୍ୟର ଅନ୍ୟତମ ପ୍ରମୁଖ ମେଡିକାଲ୍ କଲେଜ୍ ବ୍ରହ୍ମପୁର ଏମକେସିଜି। ୯ ତାରିଖ ସକାଳ ୮ଟା ସୁଦ୍ଧା ବ୍ଲଡ୍ ବ୍ୟାଙ୍କର ଷ୍ଟାଟସ୍। ନେଗେଟିଭ୍ ବର୍ଗର କୌଣସି ବ୍ଲଡ୍ ଏଠି ମହଜୁଦ୍ ନାହିଁ। କେବଳ ୦+ve ରେ ୧୦ ୟୁନିଟ୍  ଛାଡ଼ିଦେଲେ ବାକି ସବୁଥିରେ ସଙ୍କଟ।

ଏଣେ ଦୈନିକ ଏଠାକୁ ପ୍ରାୟ ୩ ହଜାର ରୋଗୀ ଆସୁଥିବା ବେଳେ ପ୍ରାୟ ୫୦ରୁ ୬୦ ୟୁନିଟ୍ ରକ୍ତ ଆବଶ୍ୟକ ପଡ଼ୁଛି। କିନ୍ତୁ ଦେଖିଲା ବେଳକୁ ଏହାର ଅଧା ବି ମହଜୁଦ ରହୁନାହିଁ। ଜଣେ ମହିଳାଙ୍କ ସ୍ୱାମୀ ବେଡରେ ଆଡମିଟ୍ ହୋଇ ପଡ଼ିଥିବା ବେଳେ ବାହାରେ କଅଁଳା ଶିଶୁକୁ ଧରି ଘଣ୍ଟା ଘଣ୍ଟା ହେଲା ଅପେକ୍ଷା କରିଛନ୍ତି। ଏମିତି କି ବ୍ଲଡ୍ ଏକ୍ସଚେଞ୍ଜ୍ କରିବା ପାଇଁ ଜଣେ ଡୋନରଙ୍କୁ ମଧ୍ୟ ଜୁଟାଇଛନ୍ତି। ତଥାପି ଏଯାଏଁ ତାଙ୍କୁ ବ୍ଲଡ୍ ମିଳିନି।

Advertisment

ଆଉ ଜଣେ ହେଲେ ପୁରୀ କୃଷ୍ଣପ୍ରସାଦ ଅଞ୍ଚଳର ଗୀତାଞ୍ଜଳି ବିଶ୍ୱାଳ। ଥାଲାସେମିଆ ରୋଗରେ ଆକ୍ରାନ୍ତ ନିଜ ପୁଅକୁ ଧରି ଗତ ୮ ବର୍ଷ ହେଲା ନିୟମିତ ଏଠାକୁ ଆସୁଛନ୍ତି। ସବୁଥର ସୁରୁଖୁରୁରେ ରକ୍ତ ମିଳି ଯାଉଥିଲା ହେଲେ ଏଥର କିନ୍ତୁ ଅପେକ୍ଷା କରିବାକୁ ପଡ଼ିଛି। ସେହିପରି ଏ ବୟସ୍କ ବ୍ୟକ୍ତିଜଣକ ଚିକିଟି ଅଞ୍ଚଳରୁ ତାଙ୍କ ମାଆଙ୍କୁ ଧରି ଆସିଥିବା ବେଳେ ଦୁଇଦିନ ଅପେକ୍ଷା ପରେ ରକ୍ତ ପାଇଥିବା କହିଛନ୍ତି। ତେବେ ରାଜ୍ୟର ଏ ପ୍ରମୁଖ ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ହଠାତ୍ କାହିଁକି ହୋଇଛି ରକ୍ତର ଅଭାବ? 

MKCG Medical MKCG Hospital
Advertisment
Advertisment