ମାଆର ଚିତାଭଷ୍ମକୁ ଦେଖି ଛାତି ଫଟେଇ କାନ୍ଦୁଛି ଝିଅ । ପର କରି କେଉଁଆଡେ ଚାଲିଗଲା ବୋଲି ବାହୁନି ହେଉଛି । ଯେତେ ଚେଷ୍ଟାକଲେ ବି ନିଜକୁ ନିୟନ୍ତ୍ରଣ କରିପାରୁନି । ଶେଷରେ ମାଆକୁ ବୁଝେଇ ସୁଝେଇ ଘରକୁ ଫେରାଇ ନେଉଛି ଝିଅ । ନିଜେ ଅଭାବ ଅସୁବିଧାରେ ଚଳୁଥିଲେ ବି ନିଜ ୮୦ ବର୍ଷର ବୁଢ଼ୀ ମାଆକୁ ମଲାଯାଏଁ ନିଜ ପାଖରେ ରଖିଥିବା ମହିଳା ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ସଲେଇକେନା ଗାଁର ନିରାଶ ନାଏକ । ଗତକାଲି ନିଜ ମାଆ ଅପୂର୍ବ ନାଏକଙ୍କର ମୃତ୍ୟୁ ହେବା ପରେ ଭାଇମାନଙ୍କୁ ଖବର ଦେଇଥିଲେ ନିରାଶ । ହେଲେ ତିନିତିନିଟା ଭାଇ ଥାଇ ବି କେହି ଟିକେ ଆସିଲେନି, କି ମାଆକୁ କାନ୍ଧ ବି ଦେଲେନି, ମୁଖାଗ୍ନି ତ ଦୂରର କଥା । ଶେଷରେ ନିରାଶ ହୋଇ କାନ୍ଦି କାନ୍ଦି ଗାଁ ଲୋକଙ୍କ ସହଯୋଗରେ ନିଜ ବାଡି ପଛପଟେ ମାଆ ମୁହଁରେ ନିଆଁଦେଲେ ନିରାଶ ।
Published: Tanmay Kumar Mahalik
Last updated: 08 May 2023, 10:13 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।